ଗ୍ରୀନ୍ ଟି –
ଗ୍ରୀନ୍ ଟି କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ତ୍ୱଚା ପାଇଁ ମଧ୍ୟ ବେଶ ଲାଭଦାୟକ । ଗରମ ପାଣିରେ ଗ୍ରୀନ୍ ଟି ପକାଇ ତାକୁ ଥଣ୍ଡା ହେବା ପାଇଁ ଛାଡିଦେବେ । ଥଣ୍ଡା ହେବା ପରେ ସେହି ପାଣିକୁ ନେଇ ବ୍ରଣ ହୋଇଥିବା ସ୍ଥାନରେ ଲଗାଇବେ । ଏହା ଲଗାଇବା ଫଳରେ ବ୍ରଣ ଭଳି ସମସ୍ୟାରୁ ଏହା ଶୀଘ୍ର ମୁକ୍ତି ଦେଇଥାଏ ।
ମହୁ –
ମହୁରେ ଅନେକ ଔଷଧିୟ ଗୁଣ ମଧ୍ୟ ଭରି ରହିଛି । ରାତିରେ ବ୍ରଣ ହୋଇଥିବା ସ୍ଥାନରେ ଅଳ୍ପ ବୁନ୍ଦା ମହୁ ଲଗାଇ, ସକାଳେ ଥଣ୍ଡା ପାଣିରେ ମୁହଁ ଧୋଇ ପରିଷ୍କାର କରିବେ । ଏପରି କରିବା ଦ୍ୱାରା ବ୍ରଣ ଉଠିବା କମ୍ ହୋଇଥାଏ ।
ବରଫ -
ବ୍ରଣ ସମସ୍ୟାକୁ ଦୂର କରିବାରେ ବେଶ ଲାଭଦାୟକ ହେଉଛି ବରଫ । ଏକ ବରଫ ଖଣ୍ଡକୁ ଏକ କପଡାରେ ନେଇ ବ୍ରଣ ଉଠିଥିବା ସ୍ଥାନରେ ଲଗାଇବା ଦ୍ୱାରା ଏହା ଦରଜ ଓ ଫୁଲିବା ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ।
ଆଲୋଭେରା –
ଆଲୋଭେରା ତ୍ୱଚା ପାଇଁ ବେଶ ଉପକାରୀ । ଆଲୋଭେରାର ବ୍ୟବହାର ତ୍ୱଚାରେ ଥିବା କଳା ଦାଗ ଓ ବ୍ରଣ ଦାଗ ଦୂର କରିବାରେ ବ୍ୟବହାର କରାଯାଏ । ତ୍ୱଚାରେ ଆଲୋଭେରା ଲଗାଇ କିଛି ସମୟ ରଖିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇବେ । ଏହାପରେ ଫଳାଫଳ ନିଜେ ଅନୁଭବ କରି ପାରିବେ ।