ଦ୍ବିତୀୟତଃ ଆମ ଶିକ୍ଷା ଵ୍ୟବସ୍ତା ସୃଜନଶୀଳତା ଓ ସମାଲୋଚିତ ଚିନ୍ତାଧାରାକୁ ପ୍ରୋତ୍ସାହିତ କରେ ନାହିଁ ବୋଲି ଭାବିବା । ଏପରି ନକରି ନିଜକୁ ଭଲ ଲାଗୁଥିବା ନୂଆ ନୂଆ ପାଠକ୍ରମ ଶିକ୍ଷା ଗ୍ରହଣ କରନ୍ତୁ। ଯାହା ଆପଣଙ୍କ ଆଗ୍ରହ ତାହା କରନ୍ତୁ । ଶିଖିବାର ପରିସୀମା ବଢାନ୍ତୁ । କେବଳ ଶ୍ରେଣୀଗୃହରେ ହିଁ ଶିକ୍ଷା ଗ୍ରହଣ କରିହେବ ତାହା ନୁହେଁ । ସେହିପରି ଆପଣ ବର୍ତ୍ତମାନ ଯେଉଁ କାମ କରି ଅର୍ଥ ଉପାର୍ଜନ କରୁଛନ୍ତି, ସେଥିରେ ସିମିତ ରହିଯାଅନ୍ତୁ ନାହିଁ । କାରଣ ଆଜି ସର୍ବାଧିକ ବେତନ ଚାକିରୀ ୫ବର୍ଷ ପୂର୍ବରୁ ବିଦ୍ୟମାନ ନଥିଲା । ନୂଆ ନୂଆ କୈଶଳ ଶିଖିବା ଜାରି ରଖନ୍ତୁ । ଆଗକୁ ବଢିବା ପାଇଁ ଯୋଜନା କରନ୍ତୁ । କାରଣ ମଣିଷର ଆବଶ୍ୟକତା ମଧ୍ୟ ବଢିଚାଲିଛି । ସୋସିଆଲ ମିଡିଆ ଦ୍ବାରା ପରିଚାଳିତ ହେବା । ସୋସିଆଲ ମିଡିଆକ ଯେପରି ଆପଣଙ୍କୁ ପରିଚାଳିତ ନକରିବ ସେଥିପ୍ରତି ସଚେତନ ହୁଅନ୍ତୁ । ଏହାସହ ସୋସିଆଲ ମିଡିଆ ବ୍ୟବହାର ଯେମିତି ଆପଣଙ୍କ ଉନ୍ନତିରେ ଅହଯୋଗୀ ହେବ ସେଥିପ୍ରତି ଯତ୍ନବାନ ହୁଅନ୍ତୁ । ଜାଣିଲେ ତ ଏହି ଯୁଗରେ ବିଫଳ ହେବାର ଏହା ହିଁ ପ୍ରମୁଖ ୪ଟି କାରଣ ରହିଛି । ଏବେ ଆପଣଙ୍କ ନିଷ୍ପତି ଆପଣ ଏହି ବିଫଳ ହେବାର ଉପାୟକୁ ଗ୍ରହଣ କରିବେ ନା ଏହାକୁ ମାତ ଦେଇ ସଫଳତାର ମୁକୁଟ ପିନ୍ଧିବେ ।
ବିଫଳତାକୁ ମାତ ଦେଇ ସଫଳ ହେବେ କିପରି ?

ଅର୍ଗସ ବ୍ୟୁରୋ : ଦୁନିଆ ବଦଳୁଛି । ସମୟର ତାଳେ ତାଳେ ଯୁଗ ବଦଳୁଛି । ସେହିଁ ଅନୁସାରେ ଯିଏ ପରିବର୍ତ୍ତନକୁ ଗ୍ରହଣ କରିଲା ସେ ତିଷ୍ଠି ପାରିଲା । କାଲି ଯେଉଁ କଥା ଥିଲା ତାହା ଆଜି ଆଉ ଗ୍ରହଣୀୟ ହୋଇନପାରେ । ସେହିଁ ଅନୁସାରେ ନିଜକୁ ପ୍ରସ୍ତୁତ କରିବା ହିଁ ସଫଳତା ଆଣିଦେବ । ସେହିପରି ପ୍ରତିଯୋଗୀତା ବଢିବାରେ ଲାଗିଛି । ତେବେ ଏହି ଯୁଗରେ ବିଫଳ ହେବାର ୪ଟି କାରଣ ପ୍ରତି ସଚେତନ ହୁଅନ୍ତୁ । ପ୍ରଥମତ ଟେକ୍ନୋଲୋଜି ଗ୍ରହଣ ନକରିପାରିବା । ଦିନକୁ ଦିନ ଟେକ୍ନୋଲୋଜି ଉନ୍ନତ ହେବାରେ ଲାଗିଛି । ଯିଏ ନୂଆ ଟେକ୍ନଲଜିକୁ ଗ୍ରହଣ କରି ନପାରିଲା ସେ ବିଫଳ ହେବା ସୁନିଶ୍ଚିତ।
Download Argus News App
