-ପାଦକୁ ମୁଲାୟମ କରିବାପାଇଁ ମଲାଇରେ କେି ବୁନ୍ଦା ଲେମ୍ବୁରସ ମିଶାଇ ସେହି ମିଶ୍ରଣକୁ ପାଦରେ ମାଲିସ କରନ୍ତୁ।
-୨ ଚାମଚ ଗ୍ଲିସେରିନ ଏବଂ ୧ ଚାମଚ ଗୋଲାପ ଜଳରେ ୧ ଚାମଚ ଲେମ୍ବୁରସ ଭଲ ଭାବେ ମିଶାନ୍ତୁ। ସେହି ମିଶ୍ରଣକୁ ଗୋଟିଏ ବୋତଲରେ ବନ୍ଦ କରି ପ୍ରତିଦିନ ଶୋଇବା ପୂର୍ବରୁ ଲଗାନ୍ତୁ। ଏପରି କରାଗଲେ ପାଦ କ୍ରମଶଃ ମୁଲାୟମ ହୋଇଉଠିବ।
-ଯଦି ଆପଣଙ୍କ ପାଦ ଥଣ୍ଡା ରହୁଥିବ ତେବେ ଶୋଇବାପୁଁରୁ ଜଲପାଇ ନାମକ ଏକ ତେଲ କିମ୍ବା ଯଦି ଆପଣଙ୍କୁ ଏହି ତେଲ ନ ମିଳେ ସୋରିଷ ତେଲ କିଛି ଉଷୁମ କରି ଲଗାନ୍ତୁ। ଶରୀରକୁ ଆରାମ ମିଳିବାସହ ପାଦ ନରମ ରହିବ।
-ଗାଧୋଇବା ସମୟରେ ପ୍ୟୁମିକ ଷ୍ଟୋନ ଦ୍ବାରା ପାଦକୁ ଭଲ ଭାବେ ସଫା କରନ୍ତୁ। ଏପରି କଲେ ପାଦରେ ଡେଡ ସ୍କିନ ଯାକ ବାହାରିଯିବ। ଏହାପରେ ଗାଧୋଇସାରିବାପରେ କିଛି ମଶ୍ଚରାଏଜର ଲଗାନ୍ତୁ। ଦେଖିବେ ପାଦ ନରମ ରହିବ।
-ଶୀତଦିନେ ପାଦ ଡ୍ରାଏ ହୋଇ ଫାଟିଯାଏ। ରାତିରେ ଶୋଇଲାବଳେ ଏକ ଟବରେ ନଖ ଉଷୁମ ପାଣି ନେଇ ସେଥିରେ ଲୁଣ ପକାଇ ପାଦକୁ ବୁଡ଼ାନ୍ତୁ। ଏହାପରେ ପାଦକୁ କାଢ଼ି କିଛି ବି ସାମ୍ପୁ ବ୍ୟବହାର କରି ପାଦକୁ ପ୍ୟୁମିକ ଷ୍ଟୋନ ଦ୍ବାରା ଭଲ ଭାବେ ସଫା କରନ୍ତୁ। ପରେ ନଡ଼ିଆ ତେଲ କିମ୍ବା ମଶ୍ଚରାଏଜର ଲଗାନ୍ତୁ। ଦେଖିବେ ଆପଣଙ୍କ ପାଦ ଏକଦମ ମୁଲାୟମ ହୋଇଯିବ।
-ମୁଲତାନି ମାଟିରେ ଅଳ୍ପ ଟିକେ ଦହି ମିଶ୍ରଣରେ ପ୍ରସ୍ତୁତ ପେଷ୍ଟକୁ ପାଦରେ ଲଗାଇ କିଛି ସମୟ ଶୁଖିବାକୁ ଦିଅନ୍ତୁ ଏହାପରେ ଥଣ୍ଡା ପାଣିରେ ପାଦକୁ ଧୋଇ ଦିଅନ୍ତୁ। ଏପରି ମାସରେ ଦୁଇ ତିନି ଥର କରିବାଦ୍ବାରା ପାଦ କ୍ରମଶଃ ମୁଲାୟମ ହୋଇଥାଏ।
-ପାଦର ସୌନ୍ଦର୍ଯ୍ୟ ପାଇବାକୁ ସପ୍ତାହକୁ ଦୁଇଥର ଉଷୁମ ପାଣିରେ ଲୁଣ ଆଉ ଲେମ୍ବୁ ଚିପୁଡ଼ି ପାଦକୁ ବୁଡ଼ାନ୍ତୁ। ପାଦରେ ମଇଳା ଯେତେବେଳେ ଫୁଲିକି ବାହାରିବ ତା’ପରେ ଏକ ସଫ୍ଟ ବ୍ରଶରେ ପାଦକୁ କ୍ଲିନ କରନ୍ତୁ। ଶୋଇଲାବେଳେ ଭଲ କ୍ରିମ ଲଗାଇ ମାଲିସ କରନ୍ତୁ। ଦେଖିବେ ଆପଣଙ୍କ ପାଦ ପୁରା କୋମଳ ହୋଇଯିବ।
-ପାଦର ଯତ୍ନ ନେବା ସହ ଦିନରେ ୨ଲିଟର ପାଣି ପିଅନ୍ତୁ। ଶରୀର ଆଉ ଶୁଷ୍କ ହେବ ନାହିଁ। ଏହାସହ ସବୁଜ ପନିବରିବା ପ୍ରତିଦିନ ଖାଆନ୍ତୁ। ଭେଜ ସୁପ ପିଅନ୍ତୁ। ଦିନକୁ ଟମାଟୋ ଜୁସ ଆପଣଙ୍କ ଲାଇଫ ଷ୍ଟାଇଲରେ ଆଡ କରନ୍ତୁ। ଦେଖିବେ ଆପଣଙ୍କ ପାଦ କୋମଳ ହୋଇଯିବ।