-ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କଳା ଚାଉଳରେ ଆଣ୍ଟି-ଅକ୍ସିଡାଣ୍ଟ ଜିଆକ୍ସାଣ୍ଟିନ୍ ଏବଂ ଲ୍ୟୁଟିନ୍ ରହିଥାଏ। ଏହି ଆଣ୍ଟି-ଅକ୍ସିଡାଣ୍ଟ ଯୋଗୁଁ ଦୃଷ୍ଟି ଶକ୍ତି ବଢିଥାଏ । ଏବଂ ଆଖି ଜନିତ କୌଣସି ରୋଗ ମଧ୍ୟ ଦେଖାଦେବାର ଆଶଙ୍କା କମ୍ ଥାଏ ।
-କଳା ଚାଉଳରେ ଫାଇବର, ପ୍ରୋଟିନ୍ ଏବଂ ଆଇରନ ପ୍ରଚୁର ପରିମାଣରେ ମିଳିଥାଏ।ଏହାକୁ ଖାଇବା ଦ୍ୱାରା ଶରୀର ଶକ୍ତିଶାଳୀ ହୁଏ ଏବଂ ଏହାର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ | ଏହାକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ମଧ୍ୟ ସଠିକ୍ ଭାବରେ କାମ କରେ।
-କଳା ଚାଉଳ ଖାଇବା ଖାଇବା ଦ୍ବାରା ହୃଦଘାତର ଆଶଙ୍କା କମ୍ କରିଥାଏ
-ଏହି ଚାଉଳ ଖାଇବା ଦ୍ବାରା ଆପଣଙ୍କୁ କର୍କଟ ରୋଗ ହେବାର ଆଶଙ୍କା କମ୍ ଥାଏ । ଏହି କଳା ଚାଉଳରେ ଆଣ୍ଟୋସିୟାନିନ ମିଳିଥାଏ । ଏହି ଚାଉଳରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଭଳି ଆଣ୍ଟି-କର୍କିନୋଜେନିକ୍ ଗୁଣ ମିଳିଥାଏ ।
-ଏହି ଚାଉଳରେ ଭିଟାମିନ ବି ଏବଂ ଇ ପ୍ରଚୁର ମାତ୍ରାରେ ରହିଛି। ଏହା ବ୍ୟତୀତ ବ୍ଲାକ ରାଇସରେ କାଲସିଅମ୍, ମ୍ୟାଗ୍ନେସିଅମ୍, ଆଇରନ ତଥା ଜିଙ୍କ ଭଳି ତତ୍ତ୍ବ ମଧ୍ୟ ଅଧିକ ରହିଛି। ଏହା ସ୍ବାସ୍ଥ୍ୟ ହିତକାରୀ । ବିଶେଷଜ୍ଞଙ୍କ ଅନୁସାରେ ଏହି ଚାଉଳ ଖାଇଲେ କ୍ୟାନ୍ସର ଓ ଡାଏବେଟିସ ରୋଗୀଙ୍କ ପାଇଁ ଅନେକ ଫାଇଦା ହୁଏ।
- କଳା ଚାଉଳ ଖାଇଲେ ଓଜନ ନିୟନ୍ତ୍ରଣ ରହିଥାଏ। ଯେଉଁମାନେ ନିଜ ଓଜନରେ କଣ୍ଟ୍ରୋଲ କରିବାକୁ ଚାହୁଁଛନ୍ତି ସେମାନେ ଲଞ୍ଚରେ ଗୋଟିଏ ଥର ଏହି ବ୍ଲାକ ରାଇସ ଖାଆନ୍ତୁ। ଏହା ଆପଣଙ୍କୁ ଉପକାର ଦେବ। ମହିଳାମାନେ ଛୁଆ ଜନ୍ମ କରିସାରିବାପରେ ମୋଟା ହୋଇଯାଇଥାନ୍ତି। ସେମାନେ ଲହି ଚାଉଳରେ ଭାତ ରାନ୍ଧି ଖାଇବା ଦ୍ବାରା ସେମାନଙ୍କ ଓଜନରେ ନିୟନ୍ତ୍ରଣ ହୋଇଥାଏ।
-ବ୍ଲାକ ରାଇସ ଖାଇବା ଦ୍ବାରା ମସ୍ତିଷ୍କ ବିକାଶ ମଧ୍ୟ ଭଲ ହୋଇଥାଏ। ଏଥିରେ ଥିବା ଏନ୍ଥୋସିଆସିନ ଏବଂ ଆଣ୍ଟିଅକ୍ସଡାଣ୍ଟ ମାତ୍ରା ମସ୍ତିଷ୍କ ସ୍ବାସ୍ଥ୍ୟ ବିକାଶର ବେଶ ଉପକାରୀ ହୋଇଥାଏ।
-ଏହି ଚାଉଳ ପାଚନ ଶକ୍ତି ପାଇଁ ଭଲ ହୋଇଥିବାବେଳେ ମଧୁମେହ ରୋଗୀଙ୍କ ପାଇଁ ଏହା ରାମବାଣ ସଦୃଶ।