ଧର୍ଯ୍ୟ ହରାନ୍ତୁ ନାହିଁ । କିମ୍ବା ଭାଙ୍ଗି ପଡନ୍ତୁ ନାହିଁ । ଏହି କଠିନ ସମୟ ବିତିଯିବ । ଆପଣଙ୍କୁ ନିଜ ମନୋବଳ ଦୃଢ କରିବାକୁ ପଡିବ । ଆପଣ ସମସ୍ତ ପ୍ରକାର କଠିନ ପରିସ୍ଥିତିକୁ ମାତ ଦେଇ ଆଗକୁ ବଢିବା ପାଇଁ କ’ଣ କରିବେ ଜାଣନ୍ତୁ ।କଠିନ ପରିସ୍ଥିତି ଦେଇ ଗତିକରୁଥିବା ସମୟରେ ଆପଣଙ୍କୁ ନିଜ ଉପରେ ବିଶ୍ବାସ କମି କମି ଆସିବ । ଆପଣଙ୍କୁ ମନେ ହେବ ଆପଣଙ୍କ ଚିନ୍ତାଧାରା ଏକଦମ ଭୁଲ । ଆଉ ଏହି କଠିନ ସମୟ ସବୁବେଳେ ଆପଣଙ୍କ ଜୀବନରେ ରହିବ । ତେବେ ଏପରି କଦାପି ନୁହେଁ ।
ପରିସ୍ଥିତି ଦେଖି ଆବଶ୍ୟକ ହେଲେ ଆପଣଙ୍କ ଚିନ୍ତାଧାରା ବଦଳିବାକୁ ପଡିବ ସତ । ତେବେ ନିଜ ଉପରେ ଭରସା ରଖନ୍ତୁ । ଏହି ସମୟରେ ଆପଣ ବାରମ୍ବାର ଭାବପ୍ରବଣ ହେବାର ସମ୍ଭାବନା ଥାଏ । ଭାବପ୍ରବଣତା ଫଳରେ ମଣିଷ ବେଳେବେଳେ ଭୁଲ ନିଷ୍ପତି ନେଇଥାଏ । ତେଣୁ ଏଥିପ୍ରତି ସଚେତନ ହେବାକୁ ପଡିବ । କଷ୍ଟ ଅନୁଭବ କରିବେ । କାନ୍ଦ ଲାଗିବ । ତେବେ ନିଜକୁ ଟିକେ ସମୟ ଦିଅନ୍ତୁ । ନିଜ ଭାବପ୍ରବଣତାକୁ ଆୟତ କରନ୍ତୁ । ଏହା ପରେ ବୁଝି ବିଚାର କରି ଯୋଜନା କରନ୍ତୁ ଯେ ଏହି କଠିନ ପରିସ୍ଥିତିରୁ ବାହାରିବେ କିପରି । ଆଗାମି ଦିନରେ କ’ଣ ଭଲ ହେବାର ସମ୍ଭାବନା ରହିଛି ସେ ବିଷୟରେ ଚିନ୍ତା କରନ୍ତୁ ।
ଏହା ସହ ଆଗାମି ଦିନ ପାଇଁ ନିଜକୁ ପ୍ରସ୍ତୁତ କରିନ୍ତୁ । ଏହି ପରିସ୍ଥିତି ସମୟରେ ଜୀବନ ଅର୍ଥହୀନ ମନେ ହୁଏ । ନିଜର କିଛି ଆଉ ମୂଲ୍ୟ ନଥିବା ପରି ଅନୁଭବ ହୁଏ । ଏହା ଠିକ୍ ନୁହେଁ । ପରିସ୍ଥିତି ଯାହା ବି ଅଛି ତାହା ଭିତରେ ଥିବା ସକାରାତ୍ମକ ଦିଗକୁ ଜାଣିବାକୁ ଚେଷ୍ଟା କରିବା । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା । କାରଣ ସ୍ୱାସ୍ଥ୍ୟ ହିଁ ସଂମ୍ପଦ । ଏହି ସମୟରେ ନିଜକୁ ଖୁବ୍ ଏକା ଅନୁଭବ ହୁଏ । ତେବେ ନିଜ ପରିବାର ସାଙ୍ଗସାଥୀଙ୍କ ସହ ଯୋଡି ହୋଇରହିବା । ସେମାନେ ଲଢିବା ପାଇଁ ଶକ୍ତି ଯୋଗାଇବେ । ଏଭଲି ପରିସ୍ଥିତି ଦେଇ ବାହାରି ଆଗକୁ ବଢିବା ହୁଏତ କଷ୍ଟକର ବିଷୟ ତେବେ ଅସମ୍ଭବ ନୁହେଁ । ତେଣୁ ଡରିବା ନାହିଁ ବଂର ଦୃଢ ଭାବରେ ସାମ୍ନା କରିବା ।
ଜୀବନଶୈଳୀ ଖବର ଆହୁରି ପଢନ୍ତୁ