ତେବେ ଖରାଦିନେ କିପରି ନେବେ ତ୍ୱଚାର ଯତ୍ନ । ଆସନ୍ତୁ ଜାଣିବା କିଛି ଟିପ୍ସ ।
ସାଧାରଣତଃ ଖରାଦିନେ ଗରମ ପାଣିରେ ଗାଧାନ୍ତୁ ନାହିଁ । ଗରମ ପାଣିରେ ମୁହଁ ଧୁଅନ୍ତୁ ନାହିଁ ।
ଯଦି ଆପଣଙ୍କର ତେଲିଆ ତ୍ୱଚା ତେବେ ସାଲିସିଲିକ ଯୁକ୍ତ ଫେସୱାସ୍ ବ୍ୟବହାର କରନ୍ତୁ । ଏହାପରେ ଟୋନର ଓ ମଇଶ୍ଚରାଇଜର ବ୍ୟବହାର କରିପାରିବେ । ତେଲ ନିୟନ୍ତ୍ରଣକାରୀ ମଇଶ୍ଚରାଇଜର ବ୍ୟବହାର କରିବା ଭଲ । ବାହାରକୁ ଯିବାବେଳେ ସନ୍ ସ୍କ୍ରିନ୍ ନିଶ୍ଚୟ ବ୍ୟବହାର କରନ୍ତୁ ।
ସୁସ୍ଥ ତ୍ୱଚା ପାଇଁ ଖାଦ୍ୟ ଓ ପାନୀୟର ଭିମକା ବେଶ ଗୁରୁତ୍ୱପୂର୍ଣ୍ଣ । ପଇଡ ପାଣି, ତରଭୁଜ, କମଳା ରସ ଆଦି ପିଇବା ଦରକାର । ଏହାଦ୍ୱାରା ତ୍ୱଚା ସୁସ୍ଥ ରୁହେ ।
ରାତିରେ ଶୋଇବା ପୂର୍ବରୁ ଏପରି ନିଅନ୍ତୁ ତ୍ୱଚାର ଯତ୍ନ
ଯଦି ଆପଣ ମାସ୍କ ପିନ୍ଧୁଛନ୍ତି ତେବେ କଟନ ମାସ୍କ ବ୍ୟବହାର କରନ୍ତୁ ।
ବାହାରୁ ଆସିଲେ ମୁହଁକୁ ଭଲ ଭାବରେ ଥଣ୍ଡା ପାଣିରେ ଧୁଅନ୍ତୁ ।
ବାରମ୍ବାର ସାନିଟାଇଜର ହାତରେ ଲଗାଇବା ଯୋଗୁଁ ହାତ ଶୁଷ୍କ ହେବା ସହ ହାତରୁ ଚୋପା ଛାଡେ । ତେଣୁ ଇଥାନଲ୍ କିମ୍ବା ଆଲୋଭେରା ଯୁକ୍ତ ସାନିଟାଇଜର ବ୍ୟବହାର କରନ୍ତୁ ।
ଖରାକୁ ଗଲେ ସନସ୍କ୍ରିନ୍ ବ୍ୟବହାର କରିବା ଦରକାର । ତେଲ ମସଲା ଯୁକ୍ତ ଖାଦ୍ୟ ନଖାଇଲେ ଭଲ ।
ପ୍ରଚୁର ପରିମାଣର ପାଣି କିମ୍ବା ଫଳ ରସ ପିଇବା ଦ୍ୱାରା ତ୍ୱଚା ସୁସ୍ଥ ଓ ଉଜ୍ୱଳ ରହିଥାଏ ।