-ଡଷ୍ଟବିନରୁ ଦୁର୍ଗନ୍ଧ ଆସୁଥିଲେ , ଲେମ୍ବୁ ଚୋପାକୁ ସେଥିରେ ପକାଇବା ଦ୍ୱାରା, ଦୁର୍ଗନ୍ଧ କମ୍ ହୋଇଥାଏ ।
-ରୋଷେଇ ଘରେ ପିମ୍ପୁଡି ଲାଗୁଥିଲେ କବାଟ,ଝରକା ପାଖରେ ଲେମ୍ବୁ ଚୋପା ରଖିବା ଦ୍ୱାରା, ଧିରେଧିରେ ପିମ୍ପୁଡି କମ୍ ହେବେ ।
-ତ୍ୱଚାରେ ଦାଗ କିମ୍ବା ଚମକ ଆଣିବାକୁ ଚାହୁଁଥିଲେ, ଲେମ୍ବୁ ଚୋପାକୁ ଖରାରେ ଶୁଖାଇ ଗୁଣ୍ଡ କରି ଡବାରେ ରଖିବେ । ସେହି ଗୁଣ୍ଡକୁ ବେସନ ଏବଂ ଗୋଳାପ ଜଳରେ ମିଶାଇ, ତ୍ୱଚାରେ ଲଗାଇବା ଫଳରେ ତ୍ୱଚା ବେଦାଗ ହେବା ସହିତ, ଚମକ ଆସିଥାଏ ।
-ରୁପି ସମସ୍ୟା ଥିଲେ, ମୁଣ୍ଡରେ ଲେମ୍ବୁ ଚୋପା ଗୁଣ୍ଡରେ ଦହି ମିଶାଇ ଲଗାଇଲେ ରୂପି ସମସ୍ୟାରୁ ରକ୍ଷା ମିଳିଥାଏ ।