ଅର୍ଗସ୍ ବ୍ୟୁରୋ : ସାଧାରଣତଃ ଶୀତ ଦିନେ ଅନେକ ଲୋକଙ୍କର ଓଠ ଫାଟିବା ସମସ୍ୟା ଦେଖାଦିଏ । କିନ୍ତୁ ଏମିତି ମଧ୍ୟ କିଛି ଲୋକ ଅଛନ୍ତି , ଯେଉଁମାନଙ୍କର କେବଳ ଶୀତଦିନ ନୁହେଁ ବରଂ ସବୁବେଳେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଏହି ସମସ୍ୟାର ସମ୍ମୁଖୀନ ହେଉଥିଲେ ,ଏଥିପାଇଁ ଆପଣାନ୍ତୁ କିଛି ସରଳ ଘରୋଇ ଉପଚାର ।
-ଦହିରେ ଲେମ୍ବୁ ରସ ମିଶାଇ ସେହି ମିଶ୍ରଣକୁ ନେଇ ଓଠରେ ଲଗାଇ ରଖନ୍ତୁ । ୫ ମିନିଟ ରଖିବା ପରେ ଓଠକୁ ଧୋଇ ପରିଷ୍କାର କରନ୍ତୁ । ଏହି ମିଶ୍ରଣକୁ ପ୍ରତିଦିନ ଗାଧୋଇବା ପୂର୍ବରୁ ଲଗାଇବା ଭଲ । ଏହା ମଶ୍ଚରାଇଜର ଭଳି ଓଠରେ କାମ କରିଥାଏ ।
-ଗୋଲାପ ଜଳ,ମହୁ ଏବଂ ସେଥିରେ କ୍ଷୀରର ସର ମିଶାଇ ଏହି ମିଶ୍ରଣକୁ ତୁଳା ସାହାଯ୍ୟରେ ଓଠରେ ଲଗାଇବେ । ୧୫ ରୁ ୨୦ ମିନିଟ ଯାଏଁ ଏହା ଓଠରେ ରଖିବା ପରେ ହାଲ୍କା ଉଷୁମ୍ ପାଣିରେ ଓଠକୁ ଧୋଇ ସଫା କରିବେ । ଏହାପରେ ଲିପ୍ ବାମ୍ ଲଗାଇବେ ।
-ଘି-କୁଆଁରୀ ରସରେ ଗୋଲାପ ପାଖୁଡା ଗୁଣ୍ଡ ଓ କ୍ଷୀରର ସର ମିଶାଇ ଓଠରେ ଲଗାଇ ଶୁଖିବା ପରେ ଧୋଇବେ । ଏହା ଓଠ ପାଇଁ ଏକ ଭଳ ମାସ୍କ ଭଳି କାମ କରିଥାଏ ।