ଅଧିକ ପଢନ୍ତୁ: ରାତି ପାହିଲେ ମହାଶିବରାତ୍ରି
ରାତି ପାହିଲେ ମହାଶିବରାତ୍ରି। ଫଗୁଣ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ମହାଶିବରାତ୍ରି ବ୍ରତ ପାଳନ କରାଯାଏ। ଏଥିପାଇଁ ଭକ୍ତମାନେ ସବୁ ପ୍ରସ୍ତୁତିର ଲାଗିପଡ଼ିଛନ୍ତି। ସବୁ ଶୈବପୀଠ ଚଳଚଞ୍ଚଳ। ଏହି ବ୍ରତ ଯେଉଁମାନେ କରନ୍ତି ସେମାନେ ନିର୍ଜଳା ବ୍ରତ ରଖିଥାନ୍ତି। କେହି କେହି ଫଳ ଖାଇ ବ୍ରତ କରନ୍ତି। ମହାଦେବଙ୍କୁ ବ୍ରତ କରିଲେ ସବୁ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି। ଆଜି ଆମେ ଆପଣଙ୍କୁ ଏମିତି ଏକ କଥା କହୁଛୁ ଆପଣ ଯଦି ଏହି ବ୍ରତ ସରିବା ପରେ କଣ ଭୋଜନ କରିବେ। ଆମେ ଆପଣଙ୍କୁ ଏମିତି କିଛି ଫ୍ରୁଟ୍ସ କଥା କହୁଛୁ ଯାହାକୁ ଖାଇଲେ ଆପଣଙ୍କ ଦିନସାରାର କ୍ୟାଲୋରୀ ମିଳିପାରିବ।
ଅଧିକ ପଢନ୍ତୁ: ଆମ ଲୋକନାଥଙ୍କ ନାଁ ଲୋକନାଥ କ’ଣ ପାଇଁ ଆପଣ ଜାଣନ୍ତି କି ?
ପାଚିଲା ଅମୃତଭଣ୍ଡା: ପାଚିଲା ଅମୃତଭଣ୍ଡାରେ ହାଇଫାଇବର ସହ ଢେର ସାରା ପୋଷକ ତତ୍ତ୍ବ ରହିଛି। ଏହି ଅମୃତଭଣ୍ଡାରେ ମାଗ୍ନେସିୟମ, ଫଲେଟ, କପର, ଭିଟାମିନ ଏ ଏବଂ ଭିଟାମିନ ବି ପ୍ରଚୁର ମାତ୍ରାରେ ରହିଛି। ସେଥିପାଇଁ ଏହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ ରଖେ। ଗୋଟିଏ ଛୋଟ ଅମୃତଭଣ୍ଡାରେ ୧୨୦ କ୍ୟାଲୋରି ଭିଟାମିନ ରହିଥାଏ। ଏହା ଓଜନ କମାଇବାରେ ମଧ୍ୟ ବେଶ ସହାୟକ ହୋଇଥାଏ। ଏହି ବ୍ରତରେ ଦିନସାରା ଉପବାସ ରହି ଆପଣ ଫ୍ରାଏଡ ଜିନିଷ ନ ଖାଇ ପାଚିଲା ଅମୃତଭଣ୍ଡା ଖାଆନ୍ତୁ। ଏହା ଆପଣଙ୍କ ଶରୀରକୁ ଭିଟାମିନ ସହ ମିନେରାଲ ପ୍ରଦାନ କରିବ।
ଡାଳିମ୍ବ: ଡାଳିମ୍ବ ଦାନାରେ ବହୁମାତ୍ରାରେ ଫାଇଭର ରହିଛି। ଏହା ପାଚନଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଡାଳିମ୍ବରେ ସାଚୁରେଟଡ ଏସିଡ ଅଧିକ ମାତ୍ରାରେ ରହିଥାଏ। ଡାଳିମ୍ବ ଖାଇବା ଦ୍ବାରା ଏହା ମଧ୍ୟ ଶରୀରର ଓଜନ କମ କରିବାରେ ସହାୟକ ହୋଇଥାଏ। ଡାଳିମ୍ବରେ ଭରପୁର ମାତ୍ରାରେ ଜଳର ପରିମାଣ ରହିଛି। ଯାହା ଶରୀରକୁ ହାଇଡ୍ରେଟ ରଖିଥାଏ ଏବଂ ଭୋକକୁ ନିୟନ୍ତ୍ରିତ ରଖିଥାଏ। ଫଳ ଖାଇବା ଦ୍ବାରା ଆପଣଙ୍କୁ ଉପବାସରେ ଶକ୍ତି ଦେଇଥାଏ। ଆପଣ ସେଥିପାଇଁ କଦଳୀ, କମଳା, ସେଓ, ଅଙ୍ଗୁର ଖାଇପାରିବେ।
ଫ୍ରୁଟ ଜୁସ: ମହାଶିବରାତ୍ରିରେ ଉପବାସ କରୁଥିବା ଭକ୍ତମାନେ ଫଳଜୁସ ପିଇପାରିବେ। ଫଳ ରସ ପିଇବା ଦ୍ବାରା ଶରୀର ସତେଜ ରହିବା ସହ ହାଇଡ୍ରେଟ ମଧ୍ୟ ରହିଥାଏ। ଏହି ଜୁସ ପିଇବା ଦ୍ବାରା ଭଗବାନଙ୍କ ଉପାସନା ପ୍ରତି ଉତ୍ସାହ ମଧ୍ୟ ରହିଥାଏ।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢ଼ନ୍ତୁ ।