1- ସିଜନାଲ୍ ଫ୍ରୁଟ୍ ସେବନ କରନ୍ତୁ
2-ବଟର ମିଲ୍କ, ଦହି, ସୋୟାବିନ୍ ଆଦି ଖାଆନ୍ତୁ । ଏଥିରେ ବହୁତ ବ୍ୟାକ୍ଟେରିଆ ରହୁଥିବାରୁ ହଜମ କରିବାରେ ସହାୟ ହୋଇଥାଏ ।
3-ଗଜା ମୁଗ, ବୁଟ ଆଦି ଡାଏଟ୍ ରେ ସାମିଲ କରନ୍ତୁ । ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ ରହିବା ସହ ଆପଣଙ୍କର ଇମ୍ୟୁନିଟି ମଧ୍ୟ ବଢାଇଥାଏ ।
4- କ୍ଷୀର ହଳଦି । ଦୈନିକ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ସାମାନ୍ୟ ହଳଦୀ ପକାଇ ପିଅନ୍ତୁ । ମନସୁନ୍ ରେ ସୁସ୍ଥ ରୁହନ୍ତୁ ।
ଏହାସହ ବର୍ଷା ଦିନେ ବିଶେଷ କରି, ତୁଳସୀ, ଅଦା, ଗୋଲମରିଚ, ହଳଦୀ, ରସୁଣ ଆଦି ଖାଦ୍ୟରେ ସାମିଲ କରନ୍ତୁ ।
ମନସୁନ୍ ରେ କ'ଣ ଖାଇବେନି ?
1- ଷ୍ଟ୍ରିଟ୍ ଫୁଡ୍ ଖାଇବା ବନ୍ଦ କରନ୍ତୁ । ରାସ୍ତା କଡ ଠେଲାରେ ବିକ୍ରୀ ହେଉଥିବା ଗୁପଚୁପ୍ , ଚାଟ୍ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । ହେଲେ ବର୍ଷା ଦିନରେ ଏହା ଦେହ ପାଇଁ ଅତ୍ୟନ୍ତ କ୍ଷତି କାରକ।
2- କୌଣସି ବି ଜିନିଷ ଥଣ୍ଡା ଖାଆନ୍ତୁ ନାହିଁ । ଉଷୁମ କରି ଖାଦ୍ୟ ଖାଆନ୍ତୁ ।
3- କୌଣସି ଥଣ୍ଡା ଜାତୀୟ ପାନୀୟ ପିଅନ୍ତୁ ନାହିଁ ।
4- ଫ୍ରାଏଡ୍ ଫୁଡ୍ ଖାଆନ୍ତୁ ନାହିଁ ।
5- କୌଣସି ବି ଖାଦ୍ୟ ଯାହା ହଜମ କରିବାକୁ ଅଧିକ ସମୟ ନେଇଥାଏ, ସେହି ଖାଦ୍ୟ ଖାଆନ୍ତୁ ନାହିଁ ।