ଅର୍ଗସ୍ ବ୍ୟୁରୋ : ଏମିତି ମଧ୍ୟ ଅନେକ୍ ଲୋକ ରହିଛନ୍ତି ଯେଉଁମାନଙ୍କ ମୁହଁରୁ ଦୁର୍ଗନ୍ଧ ନିର୍ଗତ ହେଉଥିବା ସମସ୍ୟା ରହିଥାଏ । ଏପରି ସମଥ୍ୟା ଥିଲେ, ସାମ୍ନା ଲୋକଙ୍କ ସହିତ କଥାବାର୍ତ୍ତା କରିବାକୁ ସଙ୍କୋଚ ଲାଗିଥାଏ । ତେବେ ମୁହଁ ଦୁର୍ଗନ୍ଧ ହେବାର ଅନେକ୍ କାରଣ ରହିଥାଏ । ଯେପରିକି, ଠିକ୍ଭାବେ ଦାନ୍ତ ନଘଷିବା,ଅଧିକ ମସଲା ଜାତୀୟ ଖାଦ୍ୟ ଖାଇବା,ଅଧିକ ପିଆଜ-ରସୁଣ ବ୍ୟବହାର କରିବା,ନିଶା ଦ୍ରବ୍ୟ ସେବନ କରିବା , ଏହା ସହିତ ମାଢି ଜନିତ ସମସ୍ୟା ଥିଲେ ମଧ୍ୟ ମୁହଁ ଦୁର୍ଗନ୍ଧ ହୋଇଥାଏ । ତେବେ ଆସନ୍ତୁ ଜାଣିବା ମୁହଁରୁ ଦୁର୍ଗନ୍ଧ ଦୂର କରିବାର କିଛି ଘରୋଇ ଉପଚାର ସମ୍ପର୍କରେ ।
-ଡାଳିମ୍ବ ପାଟିକୁ ଯେତିକି ସୁଆଦିଆ ଲାଗେ, ଡାଳିମ୍ବ ଚୋପା ମୁହଁରୁ ଦୁର୍ଗନ୍ଧ ଦୂର କରିବାରେ ମଧ୍ୟ ବହୁତ୍ ଲାଭଦାୟକ ହୋଇଥାଏ । ଡାଳିମ୍ବ ଚୋପାକୁ ପାଣିରେ ସିଝାଇ, ସେହି ପାଣିକୁ ଥଣ୍ଡା କରି କୁଳି କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।
-ତୁଳସୀ ପତ୍ରକୁ ଚୋବାଇ ଖାଇବା ଦ୍ୱାରା ମଧ୍ୟ ମୁହଁରୁ ଦୁର୍ଗନ୍ଧ ନିର୍ଗତ ହେବା କମ୍ ହୋଇଥାଏ ।
-ମୁହଁରେ ଗୋଟାଏ ଲବଙ୍ଗ ରଖି ଧିରେ ଧିରେ ଚୋବାଇ ତାର ରସକୁ ମୁହଁରେ ରଖିବା ଦ୍ୱାରା ମଧ୍ୟ ଏହି ସମସ୍ୟା ଦୂର ହୋଇଥାଏ ।
-ବେଶି ସମୟ ମୁହଁ ବନ୍ଦ ହୋଇଥିଲେ ,ସେହି ସମୟରେ କିଛି ପାନମଧୁରୀ ପାଟିରେ ରଖି ଚୋବାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।
-ପିଜୁଳିର କଅଁଳିଆ ପତ୍ରକୁ ଚୋବାଇ ଖାଇଲେ ମଧ୍ୟ ମୁହଁରୁ ଦୁର୍ଗନ୍ଧ ନିର୍ଗତ ହେଉଥିବା ସମସ୍ୟା ଦୂର ହୋଇଥାଏ ।