ବୋଇତାଳୁ ମଞ୍ଜୀ –
ବୋଇତାଳୁ ମଞ୍ଜି ନଖର ହଳଦିଆପଣ ଓ ନଖ ଫାଟିବା ଭଳି ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ । ବୋଇତାଳୁ ମଞ୍ଜିରେ ପ୍ରଚୁର ପରିମାଣରେ ଜିଙ୍କ୍ ମିଳିଥାଏ । ଯାହା ନଖକୁ ସୁସ୍ଥ ଓ ସୁନ୍ଦର ରଖିବାରେ ଯାହାଯ୍ୟ କରେ ।
ଅଣ୍ଡା-
ଅଣ୍ଡାର ଧଳାଅଂଶରେ ପ୍ରୋଟିନର ପରିମାଣ ରହିଥାଏ । ନଖକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ସବୁଠାରୁ ଜରୁରୀ ପ୍ରୋଟିନ୍ର ବ୍ୟବହାର । ଅଣ୍ଡାର ଧଳାଅଂଶକୁ ଖାଇବା ଦ୍ୱାରା ନଖରେ ସୁନ୍ଦରତା ଆସିବା ସହିତ ଚମକ ଆସିଥାଏ ।
ଦହି - ଦହି ସ୍କିନକୁ ପୋଷଣ ଦେବା ସହିତ, ତ୍ୱଚାର ରଙ୍ଗରେ ଉଜ୍ଜଳତା ଆଣିବାରେ ମଧ୍ୟ ଯାହାଯ୍ୟ କରେ । ଦହିରେ ଲାକ୍ଟିକ୍ ଏସିଡ୍ ରହିଥାଏ । ଯାହା ନଖକୁ ସାଇନିଂ କରିବା ସହିତ, ଡେଡ୍ ସ୍କିନକୁ ହଟାଇ ଗ୍ଲୋ ବଢାଇବାରେ ଯାହାଯ୍ୟ କରିଥାଏ ।
ଡାଲି –
ନଖକୁ ମଜବୁତ୍ କରିବା ପାଇଁ ଖାଇବାରେ ଡାଲି ନିଶ୍ଚିନ୍ତ ସାମିଲ କରନ୍ତୁ । ଏହା କେବଳ ନଖ ନୁହେଁ ଏହା ପୂରା ଦେହ ପାଇଁ ଲାଭଦାୟକ ହୋଇଥାଏ । ଡାଲିରେ ଆଇରନ୍,ଜିଙ୍କ୍,ପ୍ରୋଟିନ୍ ଓ ଭିଟାମିନ୍ର ତତ୍ୱ ଭରପୂର ରହିଥାଏ । ଏହା ଖାଇବା ଦ୍ୱାରା ନଖ ସୁସ୍ଥ ଓ ସୁନ୍ଦର ହୋଇଥାଏ ।