-ଲମ୍ବା ନଖ ରଖୁଥିଲେ, ଏହାକୁ ସାଇଜ୍ କରିବା ପୂର୍ବରୁ, ପ୍ରଥମେ ଅଳ୍ପ ନଖ ଉଷୁମ ପାଣିରେ ୪ ରୁ ୫ ମିନିଟ ଯାଏଁ ନଖକୁ ବୁଡାଇ ରଖିବେ । ଏହା ଦ୍ବାରା, ନଖ ସହଜରେ କାଟି ହୋଇଥାଏ । ଭାଙ୍ଗିବାର ଆଶଙ୍କା କମ୍ ଥାଏ ।
-ଅଳ୍ପ ନଖ ଉଷୁମ୍ ପାଣିରେ ଗୋଲାପ ଜଳ, ଲେମ୍ବୁ ରସ, କ୍ଷୀର ଢାଳି ତା ଭିତରେ ହାତକୁ ୫ ରୁ ୧୦ ମିନିଟ ଯାଏଁ ବୁଡାଇ ରଖିବେ । ଏହା କରିବା ଫଳରେ ନଖ ମଜବୁତ୍ ହେବା ସହିତ, ସହଜରେ ଭାଙ୍ଗି ନଥାଏ ।
-ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ , ନଖରେ ଅଲିଭ୍ ଅଏଲ ଲଗାଇ ମସାଜ୍ କରି ଶୋଇବେ । ଏପରି କରିବା ଦ୍ବାରା, ନଖ ଲମ୍ବା ହୋଇଥାଏ । ଏବଂ ପ୍ରତିଦିନ ସକାଳେ ଓ ସଂଧ୍ୟାରେ ରସୁଣକୁ ନେଇ ନଖରେ ଘଷିବା ଦ୍ବାରା ମଧ୍ୟ ଜଲଦୀ ନଖ ଲମ୍ବା ହୋଇଥାଏ ।
-ନଖକୁ ଶକ୍ତ କରିବା ପାଇଁ ,ନଖରେ କମଳା ରସ ଲଗାଇ ମସାଜ୍ କରି ପାରିବେ ।