ଅର୍ଗସ୍ ବ୍ୟୁରୋ : କୌଣସି କାମରେ ବାହାରକୁ ଯିବା ସମୟରେ ହେଉ ବା ଅଫିସ୍ ଯିବା ସମୟରେ, କିମ୍ବା ପାର୍ଟି ଫଙ୍କ୍ସନ୍ ଯେ କୌଣସି ସ୍ଥାନକୁ ଯିବା ସମୟରେ ମହିଳା ଏବଂ ଯୁବତୀ ମାନେ ସାଧାରଣତଃ ମେକ୍ଅପ୍ ବ୍ୟବହାର କରିଥାନ୍ତି । ହେଲେ ରାତିରେ ଘରକୁ ଫେରିବା ପରେ ଅନେକ୍ ନିଜର ମେକ୍ଅପ୍ ରିମୁଭ ନକରି ଖାଲି ପାଣିରେ ମୁହଁ ଧୋଇ ଦିଅନ୍ତି । ହେଲେ ମନେ ରଖିବା ଉଚିତ୍ ଯେ, ପ୍ରତିଦିନ ରାତିରେ ନିଜର ମେକ୍ଅପ୍ ରିମୁଭ୍ କରିବା , ତ୍ୱଚା ପାଇଁ ବହୁତ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେଣୁ ପ୍ରତିଦିନ ଦିନ ରାତିରେ ଶୋଇବା ପୂର୍ବରୁ ,ତ୍ୱଚାରୁ ମେକ୍ଅପ୍ ରିମୁଭ କରିବା ଉଚିତ୍ । ଏଥିପାଇଁ କୌଣସି କେମିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରିବା ଆବଶ୍ୟକ ନାହିଁ । ଏଥିପାଇଁ କିଛି ଘରୋଇ ଉପଚାର ଆପଣାଇବା ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।
-ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ତ୍ୱଚାରୁ ମେକ୍ଅପ୍ ରିମୁଭ୍ କରିବା ପାଇଁ, ପ୍ରଥମେ ନଡିଆ ତେଲକୁ ହାତରେ ନେଇ ତ୍ୱଚାରେ ଲଗାଇ କିଛି ସମୟ ମସାଜ୍ କରିବେ । ଏହାପରେ ଟିସୁ ପେପରରେ ତ୍ୱଚାକୁ ପୋଛି ସଫା କରିବେ । ଏହାପରେ ଏକ ନରମ କପଡାରେ ପୁଣି ଥରେ ତ୍ୱଚାକୁ ଭଲଭାବେ ପୋଛି ସଫା କରିବେ । ଏହାପରେ ତ୍ୱଚାରେ ଗୋଲାପଜଳ ସ୍ପ୍ରେ କରି କିଛି ସମୟ ଶୁଖିବାକୁ ଛାଡିବେ । ଏହା ପରେ ଭେସ୍ଲିନ୍ ନେଇ ଓଠ,ଆଇବ୍ରୋ ଏବଂ ଆଖିପତାରେ ଲଗାଇବେ । ତାପରେ ହାତରେ ଅଳ୍ପ ଆଲ୍ମଣ୍ଡ ଅଏଲ ନେଇ ସେଥିରେ ଭିଟାମିନ୍ ‘ଇ’ କ୍ୟାପସୁଲ ଏକ ଡ୍ରପ୍ ମିଶାଇ ତ୍ୱଚାରେ ଲଗାଇ ମସାଜ୍ କରିବେ ।
ପ୍ରତିଦିନ ରାତିରେ ମେକ୍ଅପ୍ ରିମୁଭ୍ କରିବା ପାଇଁ ଏହି ଉପାୟ ଆପଣାଇବା ଦ୍ୱାରା, ତ୍ୱଚା ଭଲ ରହିବା ସହିତ, ତ୍ୱଚା କମୋଳ ଏବଂ ମୁଲାୟମ୍ ରହିଥାଏ ।