ଅର୍ଗସ୍ ବ୍ୟୁରୋ : ଭିଟାମିନ୍ ‘ସି’ରେ ଭରପୁର କମଳା ଖାଇବା ,ବା ତାର ରସ ପିଇବା ଉଭୟ ସ୍ୱାସ୍ଥ୍ୟ ଏବଂ ତ୍ୱଚା ପାଇଁ ଭଲ । ଅନେକ୍ ହୁଏତ ଜାଣି ନଥିବେ, କେବଳ କମଳା ଫଳ, ବା ତାର ରସ ନୁହେଁ ବରଂ କମଳା ଚୋପା ମଧ୍ୟ ବେଶ ଗୁଣକାରୀ । ଏହାର ଚୋପାକୁ ନଫୋପାଡି ଏହାକୁ ଖରାରେ କିଛି ଦିନ ଶୁଖାଇ, ଏହାର ଗୁଣ୍ଡ ପ୍ରସ୍ତୁତ କରି ଏଆର ଟାଇଟ୍ ଡବାରେ ଭର୍ତ୍ତି କରି ଫ୍ରିଜରେ ଷ୍ଟୋର କରି ରଖିବେ । ତେବେ ଆସନ୍ତୁ ଜାଣିବା ଏହାର ବ୍ୟବହାର ସମ୍ପର୍କରେ ।
-କମଳା ଚୋପା ଗୁଣ୍ଡରେ ମୁଲତାନୀ ମାଟି ଓ କଂଚା କ୍ଷୀର ମିଶାଇ ଏହାର ମିଶ୍ରଣକୁ ତ୍ୱଚାରେ ଲଗାଇବା ଫଳରେ, ସନ୍ ଟ୍ୟାନ୍ ଦୂର ହୋଇଥାଏ । ଖରାରୁ ଆସିବା ପରେ ଏହି ପ୍ୟାକ୍ ତ୍ୱଚାରେ ଲଗାଇପାରିବେ ।
-କମଳା ଚୋପା ଗୁଣ୍ଡରେ ଟମାଟୋ ରସ ମିଶାଇ, ଏକ ପେଷ୍ଟ ପ୍ରସ୍ତୁତ କରିବେ । ଏହି ପେଷ୍ଟକୁ ତ୍ୱଚାରେ ଲଗାଇବା ଦ୍ୱାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିବାରେ ଏହା ସାହାଯ୍ୟ କରେ ।
-କମଳା ଚୋପା ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରେ । ଏହାର ଗୁଣ୍ଡ ନେଇ ସେଥିରେ ବେସନ୍,ଦହି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି, ଏହି ମିଶ୍ରଣକୁ ତ୍ୱଚାରେ ଲଗାଇ ୨୦ ରୁ ୨୫ ମିନିଟ ଯାଏଁ ରଖିବା ପରେ, ନଖ ଉଷୁମ୍ ପାଣିରେ ତ୍ୱଚାକୁ ଧୋଇ ସଫା କରିବେ । ନିୟମିତ ଏହି ପ୍ୟାକ୍ ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଥିବା ଦାଗ ଦୂର ହୋଇଥାଏ ।
-ଶୁଷ୍କ ତ୍ୱଚାରୁ ରକ୍ଷା ପାଇବା ପାଇଁ, କମଳା ଚୋପା ଗୁଣ୍ଡରେ ନଡିଆ ତେଲ ଓ କ୍ଷୀର ମିଶାଇ ତ୍ୱଚାରେ ଲଗାଇ ଶୁଖିବା ପରେ ତ୍ୱଚା ଧୋଇବେ । ଏହି ପ୍ୟାକ୍ ପ୍ରାକୃତିକ ମଶ୍ଚରାଇଜର ଭଳି କାମ କରେ ।