ଯେଉଁ ପ୍ରକାରରେ ହାତରେ ହୋଇଥିବା ରେଖାଗୁଡ଼ିକ ଏବଂ ଆକୃତି ଅନୁସାରେ ବ୍ୟକ୍ତିଙ୍କ ସ୍ୱଭାବ ଏବଂ ତାଙ୍କ ଭବିଷ୍ୟତ ଜାଣିହୋଇଥାଏ । ଠିକ୍ ସେହିପରି ହାତରେ ଅଲଗା ଅଲଗା ସ୍ଥାନରେ ହୋଇଥିବା କଳାଜାଇର ମଧ୍ୟ ମହତ୍ୱ ହୋଇଥାଏ । ଆସନ୍ତୁ ଜାଣିବା ହାତରେ ଥିବା ଅଲଗା ଅଲଗା ସ୍ଥାନ ଉପରେ ହୋଇଥିବା କଳାଜାଇର ମହତ୍ୱ...
[caption id="attachment_62733" align="alignnone" width="521"]
ସୂର୍ଯ୍ୟ ପର୍ବତ ଉପରେ କଳାଜାଇ:
ସମୁଦ୍ରଶାସ୍ତ୍ରଙ୍କ ଅନୁସାରେ, ସୂର୍ଯ୍ୟ ପର୍ବତ ଅର୍ଥାତ୍ ଅନାମିକା ଆଙ୍ଗୁଠିର ତଳେଥିବା ସ୍ଥାନ ଉପରେ କଳାଜାଇ ଥିବାର ମହତ୍ୱ ଅଟେ କି ସୂର୍ଯ୍ୟଙ୍କ ସହ ସମ୍ବୋଧିତ କ୍ଷେତ୍ର ଯେପରି ସାମାଜିକ ମାମଲା, ସରକାରୀ ମାମଲା ଏବଂ ଚାକିରୀରେ ଆପଣଙ୍କୁ କଷ୍ଟ ହୋଇଥାଏ । କୌଣସି କାରଣରୁ ସମାଜରେ ଆପଣଙ୍କ ଛବି ଖରାପ ହୋଇପାରେ ।
[caption id="attachment_62734" align="alignnone" width="582"]
ଚନ୍ଦ୍ରପର୍ବତ ଉପରେ କଳାଜାଇ:
ଯେଉଁମାନଙ୍କ ହାତରେ ଚନ୍ଦ୍ରପର୍ବତ ଉପରେ କଳାଜାଇର ଚିହ୍ନ ଥାଏ ତାଙ୍କର ମନ ଅସ୍ଥିର ଏବଂ ଅଶାନ୍ତ ହୋଇଥାଏ । ଚନ୍ଦ୍ର ପର୍ବତ ସେଠି ତିଆରି ହୋଇଥାନ୍ତି ଯେଉଁଠି ହାତ ଆରମ୍ଭ ହୋଇଥାଏ । ଏପରି ବ୍ୟକ୍ତିତ୍ୱଙ୍କୁ ଲଭରେ ଧୋକା ଏବଂ ବିଫଳତା ମିଳଥାଏ । ଏହାସହ ବିବାହ ମଧ୍ୟ ଲେଟ ହୋଇଥାଏ ।
[caption id="attachment_62735" align="alignnone" width="577"]
ବୁଧ ପର୍ବତ ଉପରେ କଳାଜାଇ:
ଯେଉଁଥିରେ ଛୋଟ ଆଙ୍ଗଠି ଉପରେ କଳାଜାଇର ଚିହ୍ନ ରହିଥାଏ ସେ ଧନ ସମ୍ପତ୍ତି ମାମଲାରେ ଭାଗ୍ୟଶାଳୀ ହୋଇଥାଏ । ବୁଧ ପର୍ବତ ସବୁଠାରୁ ଛୋଟ ଆଙ୍ଗଠିର ତଳେ ହୋଇଥାଏ ।
[caption id="attachment_62738" align="alignnone" width="564"]
ଶନି ପର୍ବତ ଉପରେ କଳାଜାଇ:
ମଧ୍ୟମ ଆଙ୍ଗଠି ଉପରେ କଳାଜାଇ ହେବା ଶୁଭ ଲକ୍ଷଣ ହୋଇଥାଏ । ଏହା ସୁଖ ସମ୍ପତ୍ତି ଦେଇଥାଏ । ଯାହାକି ମଧ୍ୟମର ତଳେ ଶନି ପର୍ବତ ଉପରେ କଳାଜାଇ ହୋଇଥାଏ ତେବେ ତାହା ଭଲ ନୁହେଁ । ଏପରି ବ୍ୟକ୍ତିଙ୍କୁ ବାରମ୍ବାର ବିଫଳତାର ସାମ୍ନା କରିବାକୁ ପଡ଼ିଥାଏ । ସଘର୍ଷ ପରେ ଏମାନଙ୍କୁ ସଫଳତା ମିଳିଥାଏ ।
[caption id="attachment_62739" align="alignnone" width="521"]
ଶୁକ୍ର ପର୍ବତ ଉପରେ କଳାଜାଇ:
ଯେଉଁ ବ୍ୟକ୍ତିମାନଙ୍କ ହାତର ଆଙ୍ଗୁଠି ଉପରେ କଳାଜାଇର ଚିହ୍ନ ଥାଏ ସେ ବ୍ୟବହାରିକ, କର୍ମଠ ଏବଂ ନ୍ୟାୟର ସାଥି ଦେଉଥିବା ହେଉଥାôନ୍ତି । କିନ୍ତୁ ଆଙ୍ଗୁଠିର ତଳେ ଶୁକ୍ର ପର୍ବତ ଉପରେ କଳାଜାଇ ହୋଇଥିବା ବେଳେ ବ୍ୟକ୍ତିମାନଙ୍କର ଅନେକ ପ୍ରେମ ସମ୍ବନ୍ଧ ଏବଂ ପ୍ରେମ କାରଣରୁ ଜୀବନରୁ କ୍ଷତିର ଯୋଗ ଥାଏ । ଏପରି ବ୍ୟକ୍ତି କାମିକା ଏବଂ ଖଚ୍ଚୀ ସ୍ୱଭାବର ବ୍ୟକ୍ତି ହୋଇଥାନ୍ତି ।
[caption id="attachment_62740" align="alignnone" width="546"]
ଗୁରୁ ପର୍ବତ ଉପରେ କଳାଜାଇ:
ଯେଉଁ ବ୍ୟକ୍ତିମାନଙ୍କ ହାତରେ ଗୁରୁ ପର୍ବତ ଉପରେ କଳାଜାଇ ଥାଏ ସେହି ବ୍ୟକ୍ତମାନେ ଭାଗ୍ୟଶାଳୀ ହୋଇଥାନ୍ତି । କିନ୍ତୁ ଗୁରୁପର୍ବତ ଉପରେ କଳାଜାଇ ହୋଇଥିବା ଏକ ବିଫଳତା ମଧ୍ୟ ହୋଇଥାଏ । ଏପରି ବ୍ୟକ୍ତିମାନଙ୍କ ବିବାହର ଅନେକ ପ୍ରକାରର କଥା ଉଠୁଥାଏ ।
