-ପ୍ରଥମେ ପାଦରେ ଆଲୋଭେରା ଜେଲ୍ ଲଗାଇ ୫ ରୁ ୧୦ ମିନିଟ ଯାଏଁ ମସାଜ୍ କରିବେ । ଏହାପରେ ଏକ ଟୁଥ୍ବ୍ରଶ୍ ସାହାଯ୍ୟରେ ଅଳ୍ପ ଟୁଥ୍ପେଷ୍ଟ ନେଇ ପାଦର ନଖକୁ କିଛି ସମୟ ଘଷିବେ । ଏପରି କରିବା ଦ୍ୱାରା ନଖରେ ଥିବା ମଇଳା ସଫା ହୋଇ , ନଖରେ ଚମକ ଆସିଥାଏ । ଏହାପରେ ଏକ ବାର୍ଥ ଟ୍ବରେ ପାଦ ବୁଡିବା ଭଳି ଉଷୁମ୍ ପାଣି ନେଇ ସେଥିରେ ଲୁଣ, ଶାମ୍ପୁ, ଗ୍ଲିସେରିନ୍ ପକାଇ ମିକ୍ସ କରି ସେଥିରେ ପାଦକୁ ୧୫ ରୁ ୨୦ ମିନିଟ ଯାଏଁ ବୁଡାଇ ରଖିବେ । ଏହାପରେ ଏକ ସ୍କ୍ରବର ସାହାଯ୍ୟରେ ପାଦକୁ ସ୍କ୍ରବ୍ କରିବେ । ତାପରେ ଥଣ୍ଡା ପାଣିରେ ପାଦକୁ ଧୋଇ ,ସଫା ନରମ କପଡାରେ ପାଦକୁ ପୋଛିବେ । ଏହାପରେ ପାଦରେ ମଶ୍ଚରାଇଜର ଲଗାଇବେ ।
ଏପରି ଏକ ସପ୍ତାହରେ ୧ ରୁ ୨ ଥର କରିବା ଦ୍ୱାରା ,ପାଦ ସୁସ୍ଥ,ସୁନ୍ଦର,ମୁଲାୟମ ରହିବା ସହିତ ଗୋଇଠି ଫାଟୁଥିଲେ, ଗୋଇଠି ମଧ୍ୟ ନରମ ,ସୁନ୍ଦର ହୋଇଥାଏ ।