ଅର୍ଗସ୍ ବ୍ୟୁରୋ : ମୁହଁର ଯତ୍ନ ନେବା ସଙ୍ଗେ ସଙ୍ଗେ ପାଦର ଯତ୍ନ ନେବା ମଧ୍ୟ ଜରୁରୀ । ଖାସକରି ଶୀତଦିନରେ । କାହିଁକି ନାଁ , ଶୀତ ଦିନରେ ପାଦ ଅଧିକ ଫାଟିଥାଏ । ଅତ୍ୟଧିକ ମାତ୍ରରେ ପାଦ ଫାଟିବା ଦ୍ୱାରା, ରକ୍ତ ମଧ୍ୟ ବାହାରିଥାଏ । ଏହା ଫଳରେ ପାଦ ଦରଜ ହୋଇଥାଏ । ଏହାପରେ ଚାଲିବା ମଧ୍ୟ କଷ୍ଟକର ହୋଇପଡେ । ତେଣୁ ପାଦଫଟାରୁ ରକ୍ଷା ପାଇବା ପାଇଁ ସପ୍ତାହରେ ଅତିକମରେ ଥରେ ପେଡିକିଓର କରିବା ଆବ୍ୟଶ୍ୟକ । ଯାହା ଦ୍ୱାରା ପାଦ ଫଟା କମ୍ ହେବା ସହିତ, ପାଦର ସୌନ୍ଦର୍ଯ୍ୟ ବଢିଥାଏ । ତେବେ ଆସନ୍ତୁ ଟିକେ ନଜର ପକାଇବା ଏ ସମ୍ପର୍କରେ ।
-ପାଦକୁ ନିୟମିତ ସ୍କ୍ରବ୍ କରିବା ଦ୍ୱାରା, ପାଦରେ ଥିବା ମୃତକୋଷିକା ବାହାରିଯାଏ । ଗୋଲାପ ଜଳରେ ଚିନି ଏବଂ ବେସନ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରିବେ । ଏହାକୁ ପାଦରେ ଲଗାଇ ଶୁଖିବା ପରେ ଭଲଭାବେ ମାଲିସ୍ କରି ଧୋଇବେ ।
-ଏକ ଛୋଟ ଟବ୍ରେ ଉଷୁମ୍ ପାଣି ନେଇ, ସେଥିରେ ଅଳ୍ପ ଫେଶ୍ ୱାସ,ଲୁଣ ଏବଂ ଅଳ୍ପ ଲେମ୍ବୁ ଚିପୁଡି ସେଥିରେ ପାଦ ବୁଡାଇ ୨୦ ରୁ ୨୫ ମିନିଟ ଯାଏଁ ରଖି, ପାଦ ବାହାର କରିବେ ।
-ପ୍ରତିଦିନ ହାଇ ହିଲ୍ ପିନ୍ଧୁଥିଲେ, ଏହା ପିନ୍ଧନ୍ତୁ ନାହିଁ । ଏହା ପାଦକୁ ଯନ୍ତ୍ରଣା ଦେବା ସହିତ,ପାଦ ଫଟା ସମସ୍ୟାକୁ ମଧ୍ୟ ବଢାଇଥାଏ ।
-ପାଦ ଫଟା ପାଇଁ ମିଳୁଥିବା କ୍ରୀମ୍ ଆଣି ନିୟମିତ ପାଦରେ ଲଗାନ୍ତୁ । ଏପରି କରିବା ଦ୍ୱାରା ପାଦ ଫଟା ସମସ୍ୟା ଦୂର ହୋଇଥାଏ ।