ତେବେ ଆସନ୍ତୁ ଜାଣିବା ପିଜୁଳି ପତ୍ରରେ କେଉଁ ଔଷଧୀୟ ଗୁଣ ରହିଛି।
-ପିଜୁଳି ପତ୍ରରେ ଭରପୁର ମାତ୍ରାରେ ଆଣ୍ଟିବାକ୍ଟେରିଆଲ ଗୁଣ ରହିଛି। ଯାହାକି ସର୍ଜରୀ ଘା’, ଇନଫେକ୍ସନ ଆଦି ରୋଗରେ ଉପଶମ ଦେଇଥାଏ।
-ଆଲେକଜାଣ୍ଡାର ୟୁନିଭର୍ସିଟି ଏବଂ ଡେମନ ୟୁନିଭର୍ସିଟିର ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ପିଜୁଳି ପତ୍ରରେ ଏମିତି ଔଷଧୀୟ ଗୁଣ ରହିଛି ଯାହା ବିଭିନ୍ନ ପ୍ରକାର ପେଟରୋଗକୁ ଭଲ କରିଥାଏ। ଏହାର ରସ ଲିଭରକୁ ସୁସ୍ଥ ରଖିଥାଏ।
-କ୍ୟାନସର ରୋଗ ପାଇଁ ମେଡିସିନ ପ୍ରସ୍ତୁତ କରିଥିବା ଆଡମାକ ଅନକୋଲୋଜି ବିଭାଗ ପକ୍ଷରୁ ୨୦୧୦ ମସିହରେ କୁହାଯାଇଥିଲା ଯେ, ଏହି ପତ୍ରରେ ଏପରି ଏକ ଗୁଣ ରହିଛି ଯାହା ପ୍ରୋଷ୍ଟେଟ କ୍ୟାନସରରେ ଟ୍ୟୁମର ସାଇଜ କମ କରିବାରେ ସହାୟକ ହୋଇଥାଏ।
-ପିଜୁଳି ପତ୍ରର ରସ ପିଇଲେ ବ୍ଲଡ ପ୍ରେସର କମ ହେବା ସହ ହାଇପରଟେନଶନ ମଧ୍ୟ କମିଥାଏ। ଏହା ମଧ୍ୟ ବ୍ଲଡ ସୁଗାରକୁ ନିୟନ୍ତ୍ରଣ ରଖେ।
- ଅଧିକାଂଶ ମହିଳାମାନଙ୍କର ମାସିକ ଋତୁସ୍ରାବରେ ପେଟ ଯନ୍ତ୍ରଣା ହୋଇଥାଏ। ଏହି ଦିନ ମାନଙ୍କରେ ପିଜୁଳି ପତ୍ର ରସ ସହ ଗୋଲମରିଚ ବାଟିକି ପିଇଲେ ଉପଶମ ମିଳିଥାଏ।
ସ୍ଵାସ୍ଥ୍ୟ ଖବର ଆହୁରି ପଢନ୍ତୁ ।