ଆଳୁ ହେଉଛି ଏକ ଏଭଳି ପରିବା ଯାହା ଆମର ସମସ୍ତ ତରକାରୀରେ ବ୍ୟବହାର ହୋଇଥାଏ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଏହି ପରିବାଟି ଆପଣଙ୍କ ସ୍କିନ୍ ଏବଂ କେଶ ପାଇଁ ବହୁତ ଉପଯୋଗୀ ହୋଇଥାଏ । ଯେପରି ବ୍ରଣ, ଡାର୍କ ସର୍କଲ ପରି ଦାଗ ସବୁ ଲିଭାଇଦିଏ । ଆସନ୍ତୁ ଜାଣିବା ଆଳୁ ରସ ଦ୍ୱାରା କେଶ ଏବଂ ସ୍କିନ୍ ପାଇଁ କିପରି ଭାବେ ବ୍ୟବହାର କରିବେ...
ବ୍ରଣ ଦୂର କରିବା ପାଇଁ ଏକ ପାତ୍ରରେ ଆଳୁର ରସରେ ଲେମ୍ୱୁ ରସ ଏବଂ ଅଳ୍ପ ମୁଲତାନି ମାଟି ମିଶାନ୍ତୁ । ତିଆରି ହୋଇଥିବା ପେଷ୍ଟକୁ ଚେହେରାରେ ଲଗାନ୍ତୁ । ଧ୍ୟାନ ରଖିବେ ଏହି ପ୍ୟାକୁ ଲଗାଇବା ପୂର୍ବରୁ ତ୍ୱଚାର ସଫା କରିବା ଭୁଲିବେନି । ଆପଣ ଯଦି ଚାହୁଁଛନ୍ତି ଗୋଲାପ ଜଳରେ ଚେହେରାକୁ ପୂର୍ବରୁ ସଫା କରିପାରିବେ । ଫେସ ପ୍ୟାକକୁ ଚେହେରାରେ ୧୫ରୁ ୨୦ ମିନିଟକୁ ନେଇ ଲଗାଇ ରଖିବେ । ଏହାପରେ ହାତକୁ ଓଦା କରିଏହାକୁ ସ୍କ୍ରବ କରିବା ଭଳି ସଫା କରିବେ । ସପ୍ତାହରେ ୩ରୁ ୪ ଥର ଏହି ପ୍ୟାକକୁ ବ୍ୟବହାର କରନ୍ତୁ ଏବଂ ଏହାର ପ୍ରଭାବ ପରଖନ୍ତୁ ।
ସୁନ୍ଦର ଚେହେରାକୁ ଦାଗ ବିଗାଡି ଦିଏ । ଏହାପାଇଁ ଆଳୁ ରସକୁ ତୁଳାରେ ବୁଡାଇ ଆଖି ଉପରେ ୧୦ରୁ ୧୫ ମିନିଟ ରଖନ୍ତୁ । ଆପଣ ଯଦି ଚାହାନ୍ତି ଆଳୁକୁ କାଟି ତାକୁ ପ୍ସାଇସ କରି ଆଖି ଉପରେ ରଖି ପାରିବେ ।ଏହାଦ୍ୱାରା ଆଖି ତଳେ ଥିବା ଦାଗ ସବୁ ଦୂର ହୋଇଯିବ ।
କେଶ ଝଡିବା ଏବଂ ଡ୍ୟାଣ୍ଡ୍ରଫ ପରି ସମସ୍ୟାକୁ ଦୂର କରିବା ପାଇଁ ଆଳୁ ରସ ବହୁତ ଭଲ କାମ କରିଥାଏ । ଏହାପାଇଁ ଆପଣଙ୍କୁ ଆଳୁ ରସରେ ଏଲୋବେରା ଜେଲ ଏବଂ ଏକ ଚାମଚ ମହୁ ମିସାଇ ପେଷ୍ଟ ତିଆରି କରନ୍ତୁ ।ସପ୍ତାହରେ ଗୋଟେଥର ଏହି ପେଷ୍ଟକୁ ଏକ ଘଣ୍ଟା ପାଇଁ କେଶରେ ମସାଜ କରି ଲଗାନ୍ତୁ । ଏହାପରେ କେଶକୁ ସଫା ପାଣିରେ ଦୋଇ ଦିଅନ୍ତୁ । ଏହାର ପର ଦିନ କେଶକୁ ସ୍ୟାମ୍ପୁ କରି ଧୋଇ ଦିଅନ୍ତୁ ।
ଏହାସହ ଆଳୁ ରସ ଶରୀରକୁ ସଫା ରଖିଥାଏ । ଆଳୁ ରସରେ କଞ୍ଚା କ୍ଷୀର ମିସାଇ ତୁଳା ଦ୍ୱାରା ଶରୀରରେ ସପ୍ତାହକୁ ଗୋଟେ ଥର ଲଗାନ୍ତୁ । କିଛି ଦିନରେ ଆପଣଙ୍କୁ ଏହାର ପ୍ରଭାବ ନଜର ଆସିବ । ଆପଣଙ୍କ ଶରୀରରେ ଏକ ଅଲଗା ପ୍ରକାରର ଚମକ ଆସିବ ।
ଅର୍ଗସ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ଆଉ ଏକ ପ୍ରେମ କାହାଣୀ । ଆଉ ପ୍ରେମ ପାଇଁ ସରହଦ୍ ପାର କଲେ ୨୧ ବର୍ଷୀୟ ପାକିସ୍ତାନୀ ଯୁବତୀ ଜବରିୟା ଖାନ । ଯୁବତୀ ଜଣକ ନିଜ ପ୍ରେମିକଙ୍କୁ ଭେଟିବା ପରେ ବେଶ ଖୁସିବ୍ୟକ୍ତ କରିଛନ୍ତି । କହିଛନ୍ତି, ବାରମ୍ବାର ତାଙ୍କର ଭିସା ନାକଚ ହେବା ପରେ ଶେଷରେ ତାଙ୍କୁ ଭାରତ ଆସିବା ଲାଗି ଭିସା ମିଳିଛି । ଭାରତ ସରକାର ୨୧ ବର୍ଷୀୟ ପାକିସ୍ତାନୀ ଯୁବତୀ ଜବରିୟା ଖାନଙ୍କୁ ୪୫ ଦିନ ଲାଗି ଭିସା ଦେଇଛନ୍ତି । ଗତ କାଲି ଜବରିୟା ଖାନ ପଞ୍ଜାବର ଅଟାରି ବର୍ଡର ଦେଇ ଭାରତ ଭିତରକୁ ପ୍ରବେଶ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ଜବରିୟା ଭାରତରେ ପ୍ରବେଶ କରିବା ମାତ୍ରେ ତାଙ୍କ ପ୍ରେମିକ ସମୀର ଖାନ ଓ ଶ୍ବଶୁର ଢୋଲ ବାଜା ବଜାଇ ତାଙ୍କୁ ସ୍ବାଗତ କରିଥିଲେ । ସେପଟେ ଜବରିୟା ଭାରତୀୟଙ୍କୁ ପ୍ରେମ କରୁଥିବାକୁ ତାଙ୍କ ଘରେ ମଧ୍ୟ ସମସ୍ତେ ସମର୍ଥନ କରିଛନ୍ତି । ଆହିରି ମଧ୍ୟ କହିଛନ୍ତି, ମୋତେ ଗତ ୫ ବର୍ଷ ହେବ ଭିସା ମିଳୁନଥିଲା । ଭିସା ମିଳିବା ଲାଗି ମୁଁ ଆଲ୍ଲାଙ୍କୁ ଅନେକ ପ୍ରାର୍ଥନା କରୁଥିଲୁ । ଆଉ ଶେଷରେ ଆଲ୍ଲା ମୋ ଦୁଃଖ ଶୁଣିଛନ୍ତି । ଯାହାପାଇଁ ମୁଁ ବହୁତ ଖୁସି । ଭାରତ ସରକାର ମୋତେ ୪୫ ଦିନ ଲାଗି ଭିସା ଦେଇଛନ୍ତି ।
ଆସନ୍ତା ବର୍ଷ ଜାନୁଆରୀରେ ଆମେ ଦୁହେଁ କୋଲକାତାରେ ବିବାହ କରିବୁ । ଜବରିୟା ଖାନଙ୍କ ସ୍ବାମୀ ତଥା ଭାରତୀୟ ଯୁବକ ସମୀର ଖାନ କହିଛନ୍ତି, "ଜବରିୟାଙ୍କୁ ଭେଟିବା ପରେ ମୋର ସ୍ବପ୍ନ ପୂରଣ ହୋଇଛି । ମୁଁ ଗତ ୫ ବର୍ଷ ଧରି ଏହି ଦିନକୁ ଅପେକ୍ଷା କରିଥିଲି । ଏବେ ଖୁବଶୀଘ୍ର ଆମର ବିବାହ ହେବ । ଜବରିୟାଙ୍କୁ ଭାରତ ସରକାର ଭିସା ପ୍ରଦାନ କରିଥିବାରୁ ମୁଁ କୃତଜ୍ଞ । ପୂର୍ବରୁ ୨ଥର ଜବରିୟାଙ୍କୁ ଭିସା ପ୍ରଦାନ କରାଯାଇନଥିଲା । ହେଲେ ଏଥର ତାଙ୍କୁ ଭିସା ମିଳିଛି ।"
ଅର୍ଗସ ବ୍ୟୁରୋ : ବିଶ୍ବ ପ୍ରସିଦ୍ଧ ବୌଦ୍ଧସ୍ତୁପ ଲଳିତଗିରି, ଉଦୟଗିରି, ରତ୍ନଗିରି ଓ ଭିତରକନିକା ଅଭୟାରଣ୍ୟ ବୁଲିବାକୁ ବିଶ୍ବର ବିଭିନ୍ନ ସ୍ଥାନରୁ ଆସୁଛନ୍ତି ଅନେକ ପର୍ଯ୍ୟଟକ । ଏହି ପର୍ଯ୍ୟଟନସ୍ଥଳୀ ଗୁଡିକ ପାଇଁ ପାରାଦୀପ-ହରିଦାସପୁର ରେଳପଥ ଯୋଗାଯୋଗର ଏକମାତ୍ର ମାଧ୍ୟମ ହୋଇଥିବା ବେଳେ ଯାତ୍ରୀବାହୀ ରେଳ ଚଳାଚଳ ଆରମ୍ଭ କରିବାକୁ ରେଳମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରିଛନ୍ତି ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଯାତ୍ରୀବାହୀ ରେଳ ଚଳାଚଳ ଆରମ୍ଭ ହେଲେ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବା ସହ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ଉନ୍ନତି ହୋଇପାରିବ । ତେବେ ରେଳ ଚଳାଚଳ ନେଇ ଅନୁଧ୍ୟାନ କରିବା ସହ ଖୁବଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାରୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶାରଦା ପ୍ରଧାନ ।