ମୁଗ ଡାଲି: ମୁଗ ଡାଲି ଶରୀର ପାଇଁ ଭାରି ଉପକାରୀ। ଏହି ଡାଲିରେ ପୋଷକ ତତ୍ତ୍ବ ପର୍ଯ୍ୟାପ୍ତ ପରିମାଣରେ ରହିଛି। ଆପଣ ଏହି ଡାଲିକୁ ବିଭିନ୍ନ ପ୍ରକାର ରେସିପି କରି ଖାଇ ପାରିବେ। ଏଥିରେ କାର୍ବୋହାଇଡ୍ରେଟ, ଫାଇଭର, ପ୍ରୋଟିନ, କ୍ୟାଲସିୟମ, ଆଇରନ, ପୋଟାସିୟମ ଏବଂ ଆହୁରି ଅନେକ ଭିଟାମିନ ରହିଛି। ଏହା ପାଚନ ଶକ୍ତି ବୃଦ୍ଧି, ହାଡ, କେଶ, ତ୍ବଚା ପାଇଁ ଭାରି ଆବଶ୍ୟକ। ହେଲଦି ସ୍ବାସ୍ଥ୍ୟ ପାଇବାକୁ ହେଲେ ଆପଣ ଏହି ଡାଲିକୁ ନିଶ୍ଚିତ ଖାଇବାରେ ସାମିଲ କରନ୍ତୁ। ମୁଗ ଡାଲିରେ ଖେଚୁଡି ଏବଂ ସଜନା ଶାଗ କରିକି ଖାଆନ୍ତୁ ଦେଖିବେ ଆପଣଙ୍କ ପାଟିରେ ଲାଗିଯିବ। ଆଉ ଆପଣଙ୍କୁ ପ୍ରୋଟିନ ମଧ୍ୟ ମିଳିପାରିବ।
ମସୁର ଡାଲି: ମସୁର ଡାଲି ଭାରି ଟେଷ୍ଟି ହୋଇଥାଏ। ପ୍ରାୟତଃ ଏହି ଡାଲିକୁ ଲାଲ ମସୁର ଡାଲି ନାମରେ ଜଣା ଯାଇଥାଏ। ଏହି ଡାଲି ଖାଇବା ଦ୍ବାରା ବହୁ ରୋଗରୁ ଏହା ରକ୍ଷା କରିଥାଏ। ଏହି ଡାଲିରେ ଫାଇଭର, ପ୍ରୋଟିନ, ଆଇରନ ଭଳି ପୋଷକ ତତ୍ତ୍ବ ରହିଛି। ଏହା ଶରୀରରେ ଓଜନ କମାଇବାରେ ସାହାଯ୍ୟ କରିବା ସହ ହାଡ଼କୁ ମଜଭୁତ କରିଥାଏ। ମସୁର ଡାଲି ଡାଇବେଟିସ ରୋଗୀଙ୍କ ପାଇଁ ଖୁବ ଭଲ। ମସୁର ଡାଲିରେ ବି ଆପଣ ବିଭିନ୍ନ ପ୍ରକାର ରେସିପି କରି ଖାଇପାରିବେ। ବର୍ଷା ଏବଂ ଶୀତ ଦିନେ ଏହି ଡାଲି ଶରୀର ପାଇଁ ଭାରି ସ୍ବାସ୍ଥ୍ୟକାରୀ।
ହରଡ଼ ଡାଲି: ପ୍ରାୟତଃ ଲୋକ ହରଡ଼ ଡାଲି ଖାଇବାକୁ ସବୁବେଳେ ପସନ୍ଦ କରନ୍ତି। ଏହି ଡାଲିର ସ୍ବାଦ ଯେମିତି ହୋଇଥାଏ ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ ଭଲ। ଏଥିରେ ଢେର ମାତ୍ରାରେ ପୁଷ୍ଟିସାର ରହିଛି। ଡାଲି ପାଣି ଶରୀର ପାଇଁ ବହୁତ ସ୍ବାସ୍ଥ୍ୟକାରୀ। ଏହି ଡାଲିରେ କାଲସିୟମ, ଆଇରନ, ମାଙ୍ଗାନିଜ, ପୋଟାସିୟମ ଏବଂ ବହୁ ପୋଷକ ତତ୍ତ୍ବ ରହିଛି। ଏହାକୁ ପ୍ରତିଦିନ ଖାଇବାଦ୍ବାରା ବହୁ ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। ହରଡ଼ ଡାଲି ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଡାଲିରେ ବହୁ ଡିସେଶ ବନାଯାଇପାରିବ। କିନ୍ତୁ ଦୈନନ୍ଦିନ ବନୁଥିବା ସିମ୍ପଲ ଡାଲି ଭାରି ସ୍ବାଦିଷ୍ଟ।
ଚଣା ଡାଲି: ଶାହାକାରୀ ଲୋକଙ୍କ ପାଇଁ ଚଣା ଡାଲି ହେଉଛି ପ୍ରୋଟିନର ସୋର୍ସ। ଏହି ଡାଲିରେ ଆପଣ ତରକାରି, ପୁରୀ ଆଦି ପ୍ରସ୍ତୁତ କରି ଖାଇ ପାରିବେ। ଏଥିରେ ଥିବା ପୋଷକ ତତ୍ତ୍ବ ଶରୀର ପାଇଁ ବେଶ ଦରକାରୀ। ଡାଇବେଟିସ ଲୋକ ଏହି ଡାଲି ସବୁବେଳେ ଖାଇଲେ ଭଲ। ସେମାନଙ୍କୁ ପ୍ରୋଟିନ ସହ ଫାଇଭର ମଧ୍ୟ ମିଳିଥାଏ। ସନ୍ଧ୍ୟାବେଳେ ସ୍ନାକ୍ସ ଆଇଟମରେ ଆପଣ ଚଣା ଡାଲିରେ ବରା କରି ଖାଇପାରିବେ।
ରୋଷେଇ ବିଷୟରେ ଆହୁରି ପଢନ୍ତୁ