ଅର୍ଗସ୍ ବ୍ୟୁରୋ : ପୂର୍ବରୁ ଲୋକେ ସୁନ୍ଦର ତ୍ୱଚା ପାଇବା ପାଇଁ ଚାଉଳ ପାଣି ବ୍ୟବହାର କରୁଥିଲେ । ହେଲେ ଆଜିକାଲିର ଯୁବପିଢୀ ଅଧିକ କେମିକାଲ ଯୁକ୍ତ ପ୍ରଡକ୍ଟ ଉପରେ ନିର୍ଭର କରୁଛନ୍ତି । ଆଉ ଯାହା ଦ୍ୱାରା ବେଳେବେଳେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କାହିଁକି ନାଁ ,କେମିକାଲଯୁକ୍ତ ପ୍ରଡକ୍ଟ ସବୁବେଳେ ତ୍ୱଚାରେ ସୁଟ୍ କରି ନଥାଏ । ବେଳେବେଳେ ଏହାର କୁ-ପ୍ରଭାବ ତ୍ୱଚାରେ ଉପରେ ପଡିଥାଏ । ତେଣୁ ସବୁବେଳେ ତ୍ୱଚାକୁ ସୁସ୍ଥ ଏବଂ ସୁନ୍ଦର ରଖିବାକୁ ଘରୋଇ ଉପଚାର ଅଧିକ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଚାଉଳ ପାଣିର ଉପକାରିତା ସମ୍ପର୍କରେ ।
-ତ୍ୱଚା ପାଇଁ ଭଲ କ୍ଲିନ୍ଜର୍ ଏବଂ ଟୋନର୍ ଭାବେ କାମ କରେ ଚାଉଳ ପାଣି । ଚାଉଳ ପାଣିକୁ ତୁଳା ସାହାଯ୍ୟରେ ନେଇ , ତ୍ୱଚାରେ ଲଗାଇ ହାଲ୍କା ହାତରେ ମସାଜ୍ କରିବେ । ଏହାପରେ ତ୍ୱଚାକୁ ଧୋଇ ସଫା କରିବେ ।
-ପ୍ରତିଦିନ ତ୍ୱଚାରେ ଚାଉଳ ପାଣି ଲଗାଇବା ଦ୍ୱାରା, ଏହା ତ୍ୱଚାକୁ ମୁଲାୟମ୍,ଚମକଦାର କରିବାରେ ସାହାଯ୍ୟ କରେ ।
-ଶୁଷ୍କ ତ୍ୱଚା ହୋଇଥିଲେ, ଚାଉଳ ପାଣି ବହୁତ୍ ଲାଭଦାୟକ ହୋଇଥାଏ । ଏହା ତ୍ୱଚାରେ ଲଗାଇବା ଦ୍ୱାରା , ତ୍ୱଚାରେ ଜ୍ୱଳନ ହେଉଥିଲେ ସେଥିରୁ ଆରାମ୍ ମିଳିଥାଏ । ଏହା ସହିତ ,ତ୍ୱଚା କୁଣ୍ଡାଇ ହେଉଥିଲେ ଏହାର ବ୍ୟବହାର ବହୁତ୍ ଉପକାରୀ ହୋଇଥାଏ ।
-ଚାଉଳ ପାଣି ତ୍ୱଚାରେ ପଡିଥିବା ଟ୍ୟାନିଂରୁ ତ୍ୱଚାକୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଖରାଦିନରେ ସାଧାରଣତଃ ତ୍ୱଚାରେ ସନ୍ ଟ୍ୟାନ୍ ପଡିଥାଏ । ଏଥିପାଇଁ ଚାଉଳ ପାଣିକୁ ଫ୍ରିଜରେ ରଖିବେ । ବାହାରୁ ଆସିବା ପରେ, ତୁଳା ସାହାଯ୍ୟରେ ଚାଉଳ ପାଣି ନେଇ ତ୍ୱଚାକୁ ପୋଛିବା ଦ୍ୱାରା ଧିରେଧିରେ ଏହା କମ୍ ହୋଇଥାଏ ।