ଅଖ୍ରୋଟରୁ ପ୍ରସ୍ତୁତ ତେଲ, ସୌନ୍ଦର୍ଯ୍ୟ ଚର୍ଚ୍ଚା ପାଇଁ ବହୁତ୍ ଉପକାରୀ । ତ୍ୱଚା ଜନିତ ବିଭିନ୍ନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ଏହି ତେଲ । ଅନେକ୍ ପୋଷକ ତତ୍ୱରେ ସମୃଦ୍ଧ ଏହି ତେଲ । ତ୍ୱଚାରେ ଏହି ତେଲ ବ୍ୟବହାର କରିବା ଦ୍ୱାରା ଏହା ତ୍ୱଚାକୁ ସବୁବଳେ ସତେଜ୍ ଓ ଯୁବସୁଲଭ ରଖିଥାଏ । ଏହା ସହିତ ବ୍ରଣ, ଡାର୍କ ସର୍କଲ୍, ରିଙ୍କଲ୍ସ ଆଦି ସମସ୍ୟାକୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ । ଅଖ୍ରୋଟରେ ଫାଇବର, ଓମେଗା-୩ ଓ ପ୍ରୋଟିନ୍ ଭଳି ତତ୍ୱ ଭରି ରହିଥାଏ ।
ବୟସ ବଢିବା ପୂର୍ବରୁ ବୟସ୍କ ଦେଖାଯାଉଛନ୍ତି କି

ଅର୍ଗସ୍ ବ୍ୟୁରୋ : ଆଜିକାଲି ଅନେକଙ୍କ କ୍ଷେତ୍ରରେ ବୟସ ବଢିବା ପୂର୍ବରୁ ବୟସ୍କ ଦେଖାଯିବା ଭଳି ସମସ୍ୟା ଦେଖାଦେଉଛି । ତେବେ ଏଭଳି ସମସ୍ୟାର ସମ୍ମୁଖୀନ କରୁଥିଲେ, ଏଥିପାଇଁ ଅଖ୍ରୋଟରୁ ପ୍ରସ୍ତୁତ ତେଲ ବହୁତ୍ ଉପକାରୀ ସାବ୍ୟସ୍ତ ହୋଇଥାଏ । ଏଥିପାଇଁ କେମିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବହାର ନକରି , ଅଖରୋଟ ତେଲ ବ୍ୟବହାର କରିବା ଭଲ । ଏହି ତେଲରେ ଥିବା ଭିଟାମିନ୍ ଓ ଖଣିଜ ପଦାର୍ଥ ବୟସ ବଢାଉଥିବା ପ୍ରକ୍ରିୟାକୁ ରୋକି ବୟସକୁ ବାନ୍ଧି ରଖିବାରେ ସାହାଯ୍ୟ କରେ ।
Download Argus News App
