-ଖାସ୍କରି ଶୀତଦିନରେ ତ୍ୱଚା ଶୁଷ୍କ ହୋଇଯାଏ । ତେଣୁ ଶୀତଦିନରେ ତ୍ୱଚାରେ ଅଲୋଭେରାର ବ୍ୟବହାର ବହୁତ୍ ଉପକାରୀ ସାବ୍ୟସ୍ତ ହୋଇଥାଏ । ଏହା ତ୍ୱଚା ପାଇଁ ଏକ ପ୍ରାକୃତିକ ମଶ୍ଚରାଇଜର ଭଳି କାମ କରିଥାଏ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ , ତ୍ୱଚାରେ ଆଲୋଭେରା ନେଇ ହାଲ୍କା ମାଲିସ୍ କରି ଲଗାଇ ପାରିବେ । ପ୍ରତିଦିନ ଏପରି କରିବା , ତ୍ୱଚା ପାଇଁ ବହୁତ୍ ଲାଭବାନ୍ ହୋଇଥାଏ ।
-ତ୍ୱଚାରେ ବୟସର ଛାପ ପଡୁଥିଲେ, ଆଲୋଭେରାରେ ଅଲିଭ୍ ଅଏଲ୍ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରି , ସେହି ପ୍ୟାକକୁ ତ୍ୱଚାରେ ଲଗାଇ ୩୦ ମିନିଟ ରଖିବେ । ଏହାପରେ ତ୍ୱଚା ଧୋଇ ସଫା କରିବେ ।
-ସାଧାଣତଃ ପିଲା ଜନ୍ମ ହେବା ପରେ, କିମ୍ବା ମୋଟା ପତଳା ହେବା ଫଳରେ ତ୍ୱଚାରେ ଷ୍ଟ୍ରେଚ୍ମାର୍କ ପଡିଥାଏ । ଏଥିପାଇଁ ଆଲୋଭେରାରେ ଅଳ୍ପ ଗୋଲାପଜଳ ମିଶାଇ ଷ୍ଟ୍ରେଚ୍ମାର୍କ ପଡିଥିବା ସ୍ଥାନରେ ଲଗାଇ, ୧୫ ରୁ ୨୦ ମିନିଟ ଲଗାଇ ରଖିବା ପରେ, ଧୋଇ ସଫା କରିବେ । ଏପରି କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।
-ଅନେକ୍ ଲୋକଙ୍କ ତ୍ୱଚାରେ ବାରମ୍ବାର ବ୍ରଣ ଉଠିଥାଏ । ଏପରି ହେଉଥିଲେ ତ୍ୱଚାରେ ଆଲୋଭେରା ଲଗାଇବା ପରେ, ବରଫକୁ ନେଇ ହାଲ୍କା ହାଲ୍କା ତା ଉପରେ ମସାଜ କରିବେ ।