-ସେଓ ଖାଇବା ପରେ ସେଓ ଚୋପାକୁ ନଫୋପାଡି ,ଚୋପାକୁ ଖରାରେ ଶୁଖାଇ ଗୁଣ୍ଡ କରି ରଖିବେ । ଏହି ଗୁଣ୍ଡରେ କଂଚା କ୍ଷୀର ଓ ବେସନ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରି ତ୍ୱଚାରେ ଲଗାଇବେ । ଶୁଖିବା ପରେ ତ୍ୱଚାରେ ମଶ୍ଚରାଇଜର ଲଗାଇବେ । ଏପରି କିଛି ଦିନ କରିବା ପରେ ଫଳାଫଳ ନିଜେ ଅନୁଭବ କରି ପାରିବେ ।
-ସପ୍ତାହକୁ ୨ରୁ ୩ ଥର ସେଓ ରସରେ କଂଚା କ୍ଷୀର ଏବଂ ଗ୍ଲିସେରିନ୍ ମିଶାଇ ତ୍ୱଚାରେ ଲଗାଇବା ଦ୍ୱାରା , ତ୍ୱଚା ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ ।
-ସେଓ ରସ,ଘି-କୁଆଁରୀ ରସ ସମାନ ପରିମାଣରେ ନେଇ ତ୍ୱଚାରେ ଲଗାଇ ୧୦ ମିନିଟ ପରେ ହାଲ୍କା ଉଷୁମ୍ ପାଣିରେ ତ୍ୱଚା ଧୋଇ ସଫା କରିବେ । ଏପରି କରିବା ଫଳରେ ତ୍ୱଚାରେ ଭାଙ୍ଗ ପଡୁଥିଲେ ଧିରେଧିରେ ତାହା କମ୍ ହୋଇଥାଏ ।
-ସେଓ ରସକୁ ତ୍ୱଚାରେ ଲଗାଇ ୧୫-୨୦ ମିନିଟ ପରେ ତ୍ୱଚାକୁ ଧୋଇ ସଫା କରିବେ । ଏପରି କରିବା ଫଳରେ ତ୍ୱଚାକୁ ପୋଷଣ ମିଳିଥାଏ ।
-ସେଓ ଚୋପାକୁ ବାଟି ସେଥିରେ ଦହି ମିଶାଇ ହାତ,ଗୋଡ ଏବଂ ମୁହଁରେ ଲଗାଇବା ଫଳରେ ,ଏହା ତ୍ୱଚା ପାଇଁ ଭଲ ସ୍କ୍ରବ୍ ଭଳି କାମ ଦେଇଥାଏ ।