-ରାତିରେ କଂଚା କ୍ଷୀରରେ ବେସନ ଏବଂ ମସୁର ଡାଲି ଭିଜାଇ ରଖିବେ । ପରଦିନ ସକାଳେ ଏହାକୁ ଗ୍ରାଇଣ୍ଡିଂ କରି ଏକ ପେଷ୍ଟ ପ୍ରସ୍ତୁତ କରିବେ । ଏହାପରେ ଏହି ପେଷ୍ଟକୁ ନେଇ ତ୍ୱଚାରେ ଲଗାଇ, ଶୁଖିବା ଯାଏଁ ଛାଡିବେ । ଏହାପରେ ତ୍ୱଚାକୁ ଧିରେ ଧିରେ ମସାଜ୍ କରି ସଫା କରିବେ । ପ୍ରତିଦିନ ଏପରି କରିବା ଦ୍ୱାରା, ତ୍ୱଚା ଉଜ୍ୱଳ ହେବା ସହିତ, ତ୍ୱଚାରେ ଥିବା କେଶ ସଫା ହୋଇଥାଏ ।
-ତ୍ୱଚାରେ ପ୍ରାକୃତିକ ଚମକ ଆଣିବାକୁ ଚାହୁଁଥିଲେ, ପ୍ରତିଦିନ କଂଚା କ୍ଷୀରରେ ପାଚିଲା ଅମୃତଭଣ୍ଡା ମିଶାଇ, ଏକ ପେଷ୍ଟ ପ୍ରସ୍ତୁତ କରି ତ୍ୱଚାରେ ଲଗାଇବେ । କିଛି ସମୟ ପରେ ତ୍ୱଚାକୁ ଧୋଇ ସଫା କରିବେ । ଏପରି କିଛି ଦିନ କରିବା ପରେ ଫଳାଫଳ ଅନୁଭବ କରିପାରିବେ ।
-ତ୍ୱଚାରେ ମଳି ଜମି ରହିଥିଲେ, ମହୁରେ କଂଚା କ୍ଷୀର ମିଶାଇ ତ୍ୱଚାକୁ ତୁଳା ସାହାଯ୍ୟରେ ସଫା କରିବେ । ଏପରି କରିବା ଦ୍ୱାରା, ତ୍ୱଚାରେ ଲାଗି ରହିଥିବା ମଳି ସଫା ହୋଇଥାଏ ।
-ତ୍ୱଚାରେ ରିଙ୍କିଲ ବା କୁଞ୍ଚନ ସମସ୍ୟା ଦେଖାଦେଲେ, ପାଚିଲା ଅମୃତଭଣ୍ଡାରେ କଂଚା କ୍ଷୀର ମିଶାଇ, ସେହି ମିଶ୍ରଣକୁ ତ୍ୱଚାରେ ପ୍ରତିଦିନ ଲଗାଇବେ । ଏପରି କରିବା ଦ୍ୱାରା ଏହି ସମସ୍ୟା କମ୍ ହୋଇଥାଏ ।