-ଟମାଟୋ ରସ ସହିତ ଦହି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ଏହି ପେଷ୍ଟକୁ ତ୍ୱଚାରେ ଲଗାଇ ଶୁଖିବା ଯାଏ ଛାଡିଦେବେ । ଏହା ଶୁଖିଯିବା ପରେ ହାଲକା ଉଷୁମ୍ ପାଣିରେ ତ୍ୱଚା ଧୋଇ ସଫା କରିବେ । ଏହା ତ୍ୱଚା ପାଇଁ ବହୁତ୍ ଉପକାରୀ ।
- ଟମାଟୋ ରସ ସହିତ ମହୁ ମିଶାଇ ତ୍ୱଚାରେ ଲଗାଇ ୧୫ ମିନିଟ ରଖିବା ପରେ, ହାଲ୍କା ଉଷୁମ୍ ପାଣିରେ ତ୍ୱଚା ଧୋଇ ସଫା କରିବେ । ଏପରି କରିବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ।
-ତ୍ୱଚାରେ ଯଦି ସନ୍ ଟ୍ୟାନ୍ ପଡିଥାଏ , ତେବେ ଲେମ୍ବୁ ରସରେ ଟମାଟୋକୁ ଚକଟି ତ୍ୱଚାରେ ଲଗାଇ ୨୦ ରୁ ୨୫ ମିନିଟ ଲଗାଇ ରଖିବା ପରେ, ଏକ କପଡାରେ ପୋଛି ସଫା କରିବେ । ଏହା ପରେ ପାଣିରେ ତ୍ୱଚାକୁ ଧୋଇବେ । ଏପରି କରିବା ଦ୍ୱାରା ତ୍ୱଚାରେ ପଡିଥିବା ସନ୍ ଟ୍ୟାନ୍ ଦୂର ହୋଇଥାଏ ।
- ପୁରୁଷ ହୁଅନ୍ତୁ ବା ମହିଳା,ଅନେକ ଲୋକଙ୍କର ରୁପି ସମସ୍ୟା ଦେଖା ଦେଇଥାଏ । ଏହି ସମସ୍ୟା ପାଇଁ ଟମାଟୋର ବ୍ୟବହାର ବହୁତ୍ ଲାଭଦାୟକ । ଟମାଟୋର ମଞ୍ଜି ଏବଂ ତାର ଚୋପା ଛଡେଇ ,ଟମାଟୋକୁ ଗ୍ରାଇଣ୍ଡିଂ କରି ସେହି ପେଷ୍ଟକୁ ମୁଣ୍ଡରେ କିଛି ସମୟ ମସାଜ୍ କରିବା ଦ୍ୱାରା, ଏହା ରୁପି ସମସ୍ୟାକୁ ଦୂର କରିଥାଏ ।