ଅଟୋ ଡ୍ରାଇଭରଙ୍କ ମହାନତା
ଅର୍ଗସ୍ ବ୍ୟୁରୋ : ଟମାଟୋ ଦେଖିବାକୁ ଯେତିକି ସୁନ୍ଦର, ଖାଇବା ପାଇଁ ତାଠାରୁ ମଜାଦାର । ଏହା ସୁନ୍ଦରତା ବଢାଇବାରେ ମଧ୍ୟ ବେଶ ଉପଯୋଗୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଟମାଟୋର ସୌନ୍ଦର୍ଯ୍ୟ ଚର୍ଚ୍ଚା ସମ୍ପର୍କରେ ।
-ଟମାଟୋ ତ୍ୱଚା ପାଇଁ ସନସ୍କ୍ରୀନ୍ ଲୋଶନର କାମ କରିଥାଏ । ସୂର୍ଯ୍ୟ କିରଣ ପ୍ରଭାବରୁ ତ୍ୱଚାରେ ପଡୁଥିବା ପ୍ରଭାବରୁ ଏହା ରକ୍ଷା କରିବାରେ ସାହାଯ୍ୟ କରେ । ଟମାଟୋକୁ ପ୍ରତିଦିନ ତ୍ୱଚାରେ ଲଗାଇବା ଫଳରେ, ତ୍ୱଚାରେ ଚମକ ଆସିଥାଏ । ଏଥିରେ ଥିବା ଭିଟାମିନ୍ ସି ତ୍ୱଚା ପାଇଁ ବହୁତ୍ ଉପକାରୀ ହୋଇଥାଏ ।
-ଟମାଟୋ ସମ୍ପୂର୍ଣ୍ଣ ନେଚୁରାଲ ଏବଂ ଏହାର କୌଣସି ସାଇଡ୍ ଇଫେକ୍ଟ ପଡିନଥାଏ । କିନ୍ତୁ ମନେ ରଖିବେ , ଶୁଷ୍କ ତ୍ୱଚା ହୋଇଥିଲେ ଏହାକୁ ତ୍ୱଚାରେ ଲଗାଇବା ପରେ, ମଶ୍ଚରାଇଜର ବ୍ୟବହାର କରିବା ଜରୁରୀ ।
-ତ୍ୱଚାରେ ବ୍ଲାକ୍ ହେଡ୍ସ ହୋଇଥିଲେ ଟମାଟୋର ବ୍ୟବହାର ବହୁତ୍ ଲାଭଦାୟକ ହୋଇଥାଏ । ଟମାଟୋରେ ଅଳ୍ପ ଚିନି ଲଗାଇ, ତ୍ୱଚାରେ ମସାଜ୍ କରିବା ଦ୍ୱାରା ବ୍ଲାକ୍ ହେଡ୍ସ ସମସ୍ୟା ଦୂର ହୋଇଥାଏ ।