ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଆକାଶରେ ଦେଖାଯିବ ବଳୟ ସୂର୍ଯ୍ୟ ପରାଗ । ସୂର୍ଯ୍ୟ ପରାଗ ରହିଥିବାରୁ ଆଜି ରାତି ୧୦.୩୭ ମିନିଟରୁ ପାକତ୍ୟାଗ ରହିଛି । ଆସନ୍ତାକାଲି ଦିନ ୧୦ଟା ୨୦ ମିନିଟରୁ ଆରମ୍ଭ ହୋଇ ୨ଟା ୨୦ମିନିଟ ପର୍ଯ୍ୟନ୍ତ ରହିବ। ଏହି ସମୟରେ ଲୋକମାନଙ୍କୁ ଖାଦ୍ୟ ଗ୍ରହଣ ନକରିବାକୁ ଜ୍ୟୋତିର୍ବିଦମାନେ କହିଛନ୍ତି । ତା ସହିତ ଏହି ସମୟରେ ମନ୍ଦିରରେ କୌଣସି ପ୍ରକାର ଦେବନୀତି ହେବ ନାହିଁ ବୋଲି ମଧ୍ୟ କୁହାଯାଇଛି ।
ସୂର୍ଯ୍ୟ ଚାରିପଟେ ପୃଥିବୀ ଓ ପୃଥିବୀ ଚାରିପଟେ ଚନ୍ଦ୍ର ଏକ ନିର୍ଦ୍ଧିଷ୍ଟ କକ୍ଷ ପଥରେ ଘୂରିବୁଲୁଛନ୍ତି । ସୂର୍ଯ୍ୟ ପରାଗ ସମୟରେ ‘ପୃଥିବୀ ଓ ସୂର୍ଯ୍ୟ’ ମଝିରେ ଚନ୍ଦ୍ର ଏକ ସରଳ ରେଖା ରହିଥାଏ ଓ ଚନ୍ଦ୍ରର ଛାଇ ପୃଥିବୀ ଉପର ପଟେ ଓ ଛାଇ ପଡୁଥିବା ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ । ପରାଗ ବେଳେ ଅମାବାସ୍ୟା ଦିନହିଁ ଘେରିବା ସମ୍ଭବ ।
ଆସନ୍ତା ଜୁନ୍ ମାସ ୨୧ରେ ଏକ ବଳୟ ସୂର୍ଯ୍ୟ ପରାଗ ଆଫ୍ରିକା, ଉତ୍ତର-ପୂର୍ବ ୟୁରୋପ ଏସିଆ ମହାଦେଶର କିଛି ଅଞ୍ଚଳଟର ଦେଖାଯିବ । ଏହାର ପୂର୍ଣ୍ଣ ପରାଗ ପଥ ଉତ୍ତର ଭାରତର ଅଳ୍ପ କିଛି କିଛି ଅଞ୍ଚଳ ଦେଇ ଯିବ । ଭାରତର ରାଜସ୍ଥାନ୍, ହରିୟାନା ଓ ଉତ୍ତରାଖଣ୍ଡ ରାଜ୍ୟର ପ୍ରାୟ ଏକ ମିନିଟ୍ ଧରି ବଳୟ ସୂର୍ଯ୍ୟ ପରାଗ ଦେଖାଯିବ । ଭାରତର ବାକି ସବୁ ଅଞ୍ଚଳଟିର ଆଂଶିକ ପରାଗ ଦେଖାଯିବ । ଓଡ଼ିଶାର ଚନ୍ଦ୍ର ସୂର୍ଯ୍ୟ ବ୍ୟାସକୁ ପ୍ରାୟ ୬୦% ରୁ ୭୨% ଘୋଡାଇ ହେବ ଓ ଆମକୁ ଆଂଶିକ ପରାଗ ଦେଖାଯିବ ।ଓଡ଼ିଶାରେ ଏହି ବଳୟ ସୂର୍ଯ୍ୟ ପରାଗ ୬୧ ପ୍ରତିଶତରୁ ୭୨ ପ୍ରତିଶତ ଦୃଶ୍ୟମାନ ହେବ। ତେବେ ଖାଲି ଆଖିରେ ଏହି ବଳୟ ସୂର୍ଯ୍ୟ ପରାଗକୁ ଦେଖିବାକୁ ସେ ମନା କରିଛନ୍ତି।
