-ଯଦି ଆପଣଙ୍କର ଚା,କଫି ପିଇବାର ଅଭ୍ୟାସ ଥାଏ ତେବେ, ଖରାଦିନେ ଏହି ଅଭ୍ୟାସରୁ ନିବୃତ ରୁହନ୍ତୁ କାରଣ ଖରାଦିନେ ଚା,କଫି ସେବନ କରିବା ଦ୍ୱାରା, ଏହା ଶରୀରକୁ କ୍ଷତି ପହଁଚାଇଥାଏ । ଏହାଦ୍ୱାରା ଅଲସର୍,ପେଟ ଜଳାପୋଡା,ଏସିଡିଟି ଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଚା,କଫି ପରିବର୍ତେ ଜୁସ୍, ଲସି, ଦହି ଭଳି ଥଣ୍ଡା ଜାତୀୟ ପାନୀୟ ନିଜ ଖାଦ୍ୟ ପେୟରେ ସାମିଲ କରନ୍ତୁ ।
-ଖରାଦିନେ ସାଧାରଣତଃ ସବୁଜ ପନିପରିବା,ଫଳମୂଳ ଆଦି ଖାଆନ୍ତୁ । ନିଜ ଖାଦ୍ୟରେ ତେଲ ମସଲାକୁ ଯଥାସମ୍ଭବ ଦୂରେଇ ରଖନ୍ତୁ ।
-ଖରାଦିନେ ଶରୀରରୁ ପ୍ରବଳ ଝାଳ ନିର୍ଗତ ହେବା ବହୁତ୍ ଲାଭଦାୟକ, କାରଣ ପ୍ରବଳ ଝାଳ ନିର୍ଗତ ହେବା ଫଳରେ ଶରୀରରେ ଥିବା ଅପରିଷ୍କାର ପଦାର୍ଥ ବାହାରି ଯାଇଥାଏ ।
-ଖରାଦିନେ ଏକ୍ସରସାଇଜ୍ କରିବାକୁ କେବେବି ଭୂଲନ୍ତୁ ନାହିଁ । ଏହା କରିବା ଫଳରେ ଶରୀରରୁ ଝାଳ ନିର୍ଗତ ହୋଇଥାଏ ,ଫଳରେ ଶରୀର ସୁସ୍ଥ ଓ ଫିଟ ରହିଥାଏ ।
-ଖରାରୁ ଆସିବା ପରେ ହଠାତ୍ ପାଣି ପିଅନ୍ତୁ ନାହିଁ । କିଛି ସମୟ ବସିବା ପରେ ପାଣି ପିଅନ୍ତୁ । ଠିକ୍ ସେହିଭଳି ଖରାରୁ ଆସିବା ପରେ ହଠାତ୍ ଗାଧୋଇବାକୁ ଯାଆନ୍ତୁ ନାହିଁ ,କାରଣ ଏପରି କରିବା ଦ୍ୱାରା ଥଣ୍ଡା ହେବାର ସମ୍ଭାବନା ଅଧିକ ଥାଏ ।