ଜୁଲାଇ ୪ ତାରିଖରୁ ଅର୍ଥାତ ଆଜିଠୁ ହେଉଛି ପବିତ୍ର ଶ୍ରାବଣ ମାସ। ଏଥର ଶ୍ରାବଣ ମାସ ହେଉଛି ୫୯ ଦିନ। ଆଠଟି ସୋମବାର ପଡ଼ିବ। ୧୦ ଜୁଲାଇରୁ ପ୍ରଥମ ସୋମବାର ଆରମ୍ଭ। ଶ୍ରାବଣ ବ୍ରତର ବହୁତ ମହତ୍ବ ରହିଛି। ଏମିତି ବିଶ୍ବାସ ରହିଛି କି, ଯଦି ଆପଣ ଶ୍ରଦ୍ଧା ଏବଂ ଭକ୍ତିର ସହିତ ଏହି ବ୍ରତ କରିବେ ତାହାଲେ ଆପଣଙ୍କ ମନସ୍କାମନା ନିଶ୍ଚିତ ସଫଳ ହେବ। ଶ୍ରାବଣ ମାସ ପ୍ରଭୁ ମହାଦେବଙ୍କ ପାଇଁ ସମର୍ପିତ। ଏହି ମାସରେ ଶିବ ଶମ୍ଭୁଙ୍କ ମସ୍ତକରେ ପାଣି ଢାଳିଲେ ଶିବ ଠାକୁର ପ୍ରସନ୍ନ ହୋଇଥାନ୍ତି। ଏହି ବ୍ରତ କଲେ ଭଗବାନଙ୍କ କୃପା ଭକ୍ତଙ୍କ ଉପରେ ବର୍ଷିଥାଏ। ସେଥିପାଇଁ ବିଶେଷ ଭାବେ ବ୍ରତ କରିବାକୁ ହେଲେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଏହି ସମୟରେ କୁଟ୍ଟୁ ଅଟାର ପୁରି, ପନିର କୋଫ୍ତା, ଆଳୁର ସବଜି, ସାବୁଦାନା ଖିରି ବନାଇ ଆପଣ ଖାଇପାରିବେ। ଆଉ କିଛି ରେସିବି ଫଟାଫଟ କରିପାରିବେ।
ପୁଲାଉ: ବ୍ରତରେ ଆପଣ ଚାଉଳରେ ବିଭିନ୍ନ ପ୍ରକାର ଡିସେସ ବନାଇପାରିବେ। ଚାଉଳର ପୁଲାଉ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ। ଏହି ପୁଲାଉରେ ଆପଣ ସିଜନାଲ ପରିବା ପକେଇପାରିବେ।ଏହି ପୁଲାଉ ବନେଇବାକୁ ମାତ୍ର ୧୫ ମିନିଟ ଲାଗିବ। ପୁଲାଉର ପ୍ରସ୍ତୁତ ପ୍ରଣାଳୀ ତ ସମସ୍ତେ ଜାଣିଥିବେ। ଏହା ବହୁତ ଇଜି।
ସାବୁ ଦାନା ଖିଚଡି: ସାବୁ ଦାନା ଖିଚଡି ବ୍ରତ ପାଇଁ ସବୁଠାରୁ ବେଷ୍ଟ ଅପ୍ସନ। ଦଶ ମିନିଟରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ହେଲଦି ଖିଚଡି। ଗ୍ୟାସରେ ପ୍ୟାନ ବସାଇ କିଛି ଘିଅ କିମ୍ବା ରିଫାଇନ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ଜିରା, ଅଦା କିଛି ଏବଂ ଭୃଶଙ୍ଗ ପତ୍ର ପକାନ୍ତୁ। ତା'ପରେ କିଛି ବାଦାମ ମଞ୍ଜି ପକାଇ ହାଲକା ଗୋଲଡେନ ଫ୍ରାଏ କରନ୍ତୁ। ଏହାପରେ ରାତିରେ ବତୁରାଇଥିବା ସାବୁ ଦାନାକୁ ଏହି ପ୍ୟାନରେ ପକାଇ ଦିଅନ୍ତୁ। ପାଞ୍ଚ ମିନିଟ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଟେଷ୍ଟି ସାବୁ ଦାନା ଖିଚଡି। ଏହାକୁ ଖାଇବା ତ ସ୍ବାଦିଷ୍ଟ ଲାଗିବ ଆଉ ଏହି ଖିଚଡି ଖାଇବା ଦ୍ବାରା ଶୀଘ୍ର ଭୋକ ହେବନି।
ମଖାନା ଖିରି: ମଖାନେର ବହୁତ ସାରା ନ୍ୟୁଟ୍ରିଶନ ରହିଛି। ମଖାନେ ଖିରି ସ୍ବାସ୍ଥ୍ୟ ପାଇଁ ବହୁତ ହେଲଦି। କାରଣ ଏଥିରେ କ୍ଷୀରର ମାତ୍ରା ରହୁଛି। କିନ୍ତୁ ମଖାନେ ଖିରି ପ୍ରସ୍ତୁତ କଲାବେଳେ ଆପଣ ଚିନିକି ସ୍କିପ କରନ୍ତୁ। ଗୁଡ଼ରେ ପ୍ରସ୍ତୁତ କଲେ ଏହା ବହୁତ ଭଲ।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର