-ତ୍ବଚାରେ ଥକ୍କାପଣ ଅନୁଭବ ହେଉଥିଲେ, ଅଟାରେ କ୍ଷୀର ଏବଂ ଗୋଳାପଜଳ ପକାଇ ମିକ୍ସ କରିବେ । ଏବେ ଏହି ମିଶ୍ରଣକୁ ନେଇ ତ୍ବଚାରେ ଭଲଭାବେ ଲଗାଇ , ଶୁଖିବା ଯାଏଁ ଛାଡିବେ । ଏହାପରେ ତ୍ବଚାକୁ ଧିରେ ଧିରେ ମସାଜ୍ କରି ଧୋଇବେ । ଏପରି କରିବା ଦ୍ବାରା, ତ୍ବଚାରୁ ଥକ୍କାପଣ ଦୂର ହୋଇ, ତ୍ବଚାରେ ଚମକ ଆସିଥାଏ।
-ମହୁ,ହଦି ନେଇ ଏକାଠି ମିଶାଇବେ । ତାପରେ ସେଥିରେ ଅଳ୍ପ ଅଟା ପକାଇ ପୁଣି ଭଲଭାବେ ମିକ୍ସ କରି, ତାକୁ ତ୍ବଚାରେ ଲଗାଇବେ । କିଛି ସମୟ ଏହାକୁ ତ୍ବଚାରେ ଲଗାଇ ରଖିବା ପରେ, ତ୍ବଚା କୁ ଧୋଇ ସଫା କରିବେ । ଏପରି ଲଗାତାର କିଛି ଦିନ କରିବା ପରେ, ଦେଖିବେ ତ୍ବଚାରେ ପ୍ରାକୃତିକ ଚମକ ଆସିବା ସହିତ, ତ୍ବଚା ଫ୍ରେଶ ଲାଗିଥାଏ ।