ଅର୍ଗସ୍ ବ୍ୟୁରୋ : କୁହାଯାଏ ଘନ,କଳା କେଶ ନାରୀର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ହେଲେ ଆଜିକାଲିର ପାଣିପାଗ,ଜଳବାୟୂ ପରିବର୍ତ୍ତନକୁ ନେଇ କେଶ ଜନିତ ବିଭିନ୍ନ ସମସ୍ୟା ଦେଖାଦେଉଛି । ଯେ କୌଣସି ବୟସର ବ୍ୟକ୍ତି ହୁଅନ୍ତୁ ନାଁ କାହିଁକି, ଏବେ ଅନେକଙ୍କ କ୍ଷେତ୍ରରେ କେଶ,ଝଡିବା,କେଶ ପାଚିବା ଭଳି ବିଭିନ୍ନ ସମସ୍ୟା ଦେଖା ଦେଉଛି । ଯୁବପୀଢି ଏହାକୁ ନେଇ ଅଧିକ ଚିନ୍ତାରେ ପଡୁଛନ୍ତି । ତେବେ ଏହି ସମସ୍ୟାର ସମାଧାନ ପାଇଁ ଆସନ୍ତୁ ଜାଣିବା ଏକ ଘରୋଇ ଉପଚାର ସମ୍ପର୍କରେ । ଯାହା କେଶକୁ କଳା,ଘନ କରିବାରେ ସାହାଯ୍ୟ କରିବ ।
-ପ୍ରଥମେ ଗ୍ୟାସ୍ରେ ଏକ ଲୁହା କଡେଇ ବସାଇବେ । ତାପରେ ସେଥିରେ ସୋରିଷ ତେଲ ପକାଇବେ । ଏହାପରେ ଏହି ସୋରିଷ ତେଲରେ ମେହେନ୍ଦୀ ଗୁଣ୍ଡ, ମେଥି ଗୁଣ୍ଡ, ଅଁଳା ପାଉଡର ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ କମ୍ ଆଂଚରେ ଏହି ମିଶ୍ରଣକୁ ୫ ରୁ ୬ ମିନିଟ ଯାଏଁ ଫୁଟାଇବେ । ଏହାପରେ ଦେଖିବେ ଏହାର ରଙ୍ଗ ପରିବର୍ତ୍ତନ ହୋଇ କଳା ରଙ୍ଗରେ ବଦଳିଯିବ । ତାପରେ ଗ୍ୟାସ୍ ବନ୍ଦ କରି ୧୨ ଘଂଟା ଯାଏଁ ଏହାକୁ ଘୋଡାଇ ରଖିବେ । ୧୨ ଘଂଟା ପରେ ଏହାକୁ କାଢି ଏକ ଛଣା ସାହାଯ୍ୟ ଛାଣି ତେଲ ବାହାର କରିବେ । ଏହି ତେଲକୁ ନେଇ କେଶ ମୂଳ ଏବଂ କେଶରେ ଲଗାଇ ୫ ମିନିଟ ଯାଏଁ ମସାଜ୍ କରିବେ । ଏହାପରେ ୨ ରୁ ୩ ଘଂଟା କେଶରେ ଏହାକୁ ଛାଡିବା ପରେ , କେଶକୁ ଶାମ୍ପୁ କରି ଧୋଇବେ । ୧ ରୁ ୨ ମାସ ଏହାର ବ୍ୟବହାର କରିବା ପରେ , ଫଳାଫଳ ନିଜେ ଅନୁଭବ କରି ପାରିବେ । ଆଉ ହଁ ଏହି ତେଲକୁ ୧ ରୁ ୨ ମାସ ଯାଏଁ ଷ୍ଟୋର କରି ମଧ୍ୟ ରଖିପାରିବେ ।