ଅଟୋ ଡ୍ରାଇଭରଙ୍କ ମହାନତା
ଅର୍ଗସ୍ ବ୍ୟୁରୋ : ଗୋଲାପି ଓଠ ମୁହଁର ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ । ହେଲେ ଶୀତଦିନ ଆସିବା ମାତ୍ରେ, ଅନେକ୍ ଲୋକଙ୍କର ଓଠ ଫାଟିବା ଆରମ୍ଭ ହେବା ସହିତ, ଓଠ କଳା ପଡିବା ଆରମ୍ଭ ହୁଏ । ଏହାକୁ ନେଇ, ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନେ ବେଶ ଚିନ୍ତାରେ ପଡିଯାଆନ୍ତି । ଉଭୟ ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖା ଦେଇଥାଏ । ତେବେ ଆସନ୍ତୁ ଜାଣିବା ଓଠ ଫଟାରୁ ମୁକ୍ତି ପାଇବାର ସହଜ ଉପାୟ ସମ୍ପର୍କରେ ।
-ପ୍ରତିଦିନ ଓଠରେ ଅଧିକ ଲିପ୍ଷ୍ଟିକ୍ ବ୍ୟବହାର ନକରି ,ପେଟ୍ରୋଲିୟମ୍ ଜେଲି,ନଡିଆ ତେଲ,ଗ୍ଲିସୋରିନ୍ ଲଗାଇବା ବହୁତ୍ ଭଲ ।
-ପ୍ରଚୁର ପାଣି, ଜୁସ୍, ଫଳ ଏବଂ ପନିପରିବା ଖାଇବା ଆବଶ୍ୟକ ।
-ଏହି ଦିନରେ ଓଠରେ ମେଟ୍ ଲିପ୍ଷ୍ଟିକ୍ ଠାରୁ ଦୂରେଇ ରହି , କିଛି କ୍ରିମି ଲିପ୍ଷ୍ଟିକ୍ ବ୍ୟବହାର କରନ୍ତୁ ।
-ଓଠର ରଙ୍ଗ ଗୋଲାପି କରିବା ପାଇଁ ପ୍ରତିଦିନ ସ୍କ୍ରବିଂ କରିବା ଆବଶ୍ୟକ ।