ଖବରମୁତାବକ ମୃତ ପ୍ରେମିକା ଏକ ପ୍ରାଇଭେଟ୍ ହସ୍ପିଟାଲ୍ରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ସେ ନିଜ ଭଉଣୀ ପାଖେ ଏକ ଭଡା ଘରେ ରହିଆସୁଥିଲେ । ଶୁକ୍ରବାର ଦିନ ସକାଳୁ ପ୍ରେମିକ ମଦନ ଲାଳ ପ୍ରେମିକା ରହୁଥିବା ଘରେ ପହଞ୍ଚିଥିଲା । କୌଣସି କାରଣରୁ କୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ଉତକ୍ଷିପ୍ତ ହୋଇ ନିଜ ପ୍ରମିକାକୁ ଗୁଳି ମାରି ନିଜେ ଆତ୍ମହତ୍ୟା କରିଥିଲା ପ୍ରେମିକ । ଘଟଣା ସ୍ଥଳରେ ଫରେନ୍ସିକ୍ ଟିମ୍ ସହ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
" >ଅର୍ଗସ ବ୍ୟୁରୋ: ଜଣେ ପ୍ରେମିକ ନିଜ ପ୍ରେମିକାକୁ ଗୁଳି କରି ହତ୍ୟା କରିଛି । ପରେ ନିଜେ ନିଜକୁ ଗୁଳି ମାରି ଦୁନିଆରୁ ବିଦାୟ ନେଇଛି । ଏହି ପରି ଏକ ଅଭାବନୀ ଘଟଣା ଘଟିଛି ଉତ୍ତର ପ୍ରଦେଶର ଲକ୍ଷ୍ନୌରେ । ପ୍ରେମିକ ସିଧା ପ୍ରେମିକାର ଘରକୁ ଯାଇ ଗୁଳି ମାରି ହତ୍ୟା କରିବା ଘଟଣା ସମ୍ପୃକ୍ତ ସହରରେ ଚାଞ୍ଚଳ୍ୟ ଖେଳାଇ ଦେଇଛି । ସୁଚନାଅନୁଯାୟୀ, ମୃତ ପ୍ରେମିକା ତାର ଭଉଣୀ ସହ ଭଡା ଗରେ ରହୁଥିଲା । 3 ରୁ 4 ବର୍ଷ ଧରି ଉଭୟ ପ୍ରେମିକା ପ୍ରେମିକ ମଧ୍ୟରେ ପ୍ରେମ ସମ୍ପର୍କ ଚାଲିଥିଲା । ଆଉ ଦୂଇ ଜଣ ପରସ୍ପରକୁ ବିବାହ କରିବାକୁ ଚାହିଁଥିଲେ । ତେବେ ଦୁଇ ଜଣଙ୍କର ବିବାହ ନ ହେବାରୁ ଏପରି ବିଭତ୍ସ କାଣ୍ଡ ଘଟାଇଛି ପ୍ରେମିକ ।