ଅର୍ଗସ ବ୍ୟୁରୋ: ଅବିବେକି କାମ କରୁଛି ଚୀନ୍, ସଙ୍କଟ ସମୟରେ ଦେଶମାନଙ୍କୁ ଯୋଗାଉଛି ନିମ୍ନମାନର ଉପକରଣ । ବ୍ରିଟେନ୍ କୋରୋନା ଭାଇରସ୍ର ମୁକାବିଲା ପାଇଁ ଚୀନ୍ ଠାରୁ 3.5 ନିୟୁତ ଆଣ୍ଟିବଡି ଟେଷ୍ଟକିଟ୍ ମଗାଇଥିଲା । ମାତ୍ର ସେସବୁ ତୃଟିପୂର୍ଣ୍ଣ ଥିଲା ବୋଲି ଜଣାପଡିବା ପରେ ବ୍ରିଟେନ୍ ସରକାର ଏବେ ଚୀନ୍ ଠାରୁ ସେ ବାବଦ ଅର୍ଥ ଫେରସ୍ତ ମାଗିଛନ୍ତି ।
ଏହା ପୂର୍ବରୁ ଆଉ କିଛି ଦେଶ ମଧ୍ୟ ଚୀନ୍ ନିମ୍ନମାନର ଏବଂ ତୃଟିପୂର୍ଣ୍ଣ ଉପକରଣ ଯୋଗାଉଥିବାର ଅଭିଯୋଗ କରିସାରିଛନ୍ତି । ନେଦରଲ୍ୟାଣ୍ଡ ସରକାର ଚୀନ୍ରୁ 6 ଲକ୍ଷ ଫେସମାସ୍କ ମଗାଇଥିଲେ । କିନ୍ତୁ ସେ ସବୁ ନିମ୍ନମାନର ବୋଲି ଜଣାପଡିବା ପରେ ନେଦରଲାଣ୍ଡ ସରକାର ସେଗୁଡିକୁ ବିଭିନ୍ନ କେନ୍ଦ୍ରରୁ ପ୍ରତ୍ୟାହାର କରିଥିଲେ । ସେହିପରି ସ୍ପେନ୍ରେ ବି ଚୀନ୍ଠାରୁ କିଣାଯାଇଥିବା ପ୍ରାୟ 60,000 ଟେଷ୍ଟ କିଟ୍ ତୃଟିପୂର୍ଣ୍ଣ ଥିଲା ବୋଲି ଜଣାପଡିଛିି ।
ସ୍ଲୋଭାକିଆର ସରକାର କହିଥିଲେ ଯେ, ଚୀନ୍ ଠାରୁ କିଣାଯାଇଥିବା ପ୍ରାୟ 10 ଲକ୍ଷ ଟେଷ୍ଟ କିଟ୍ ଏତେ ମାତ୍ରାରେ ତ୍ରୁଟିପୂର୍ଣ୍ଣ ଯେ, ସେଗୁଡିକୁ ବ୍ୟବହାର କରିବା ବଦଳରେ ଫିଙ୍ଗି ଦିଆଯିବା ଦରକାର । ଚୀନ୍ରେ କୋରୋନା ଭାଇରସ୍ ଜନିତ ପରିସ୍ଥିତି ସୁଧୁରିବା ପରେ ଚୀନ୍ ଏବେ ଅନ୍ୟ ଦେଶଙ୍କୁ ଭାଇରସ୍ର ମୁକାବିଲା କରିବା ପାଇଁ ବିଭିନ୍ନ ଉପକରଣ ଯୋଗାଇ ଆସୁଛି । ସେ ବାହାବା ନେବା ଓ ନିଜର ପ୍ରଭାବ ବୃଦ୍ଧି କରିବା ପାଇଁ ଏପରି କରୁଛି କିନ୍ତୁ ସଙ୍କଟ ସମୟରେ ଏଭଳି ନିମ୍ନମାନର ଉପକରଣ ଯୋଗାଉଥିବାରୁ ତାକୁ ବ୍ୟାପକ ସମାଲୋଚନାର ଶରବ୍ୟ ହେବାକୁ ପଡୁଛି ।
ଭୁବନେଶ୍ୱର: ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା 'ମିଗଜୋମ' । ଭୀଷଣ ରୂପ ନେଇ ସ୍ଥଳଭାଗ ଛୁଇଁବ । ଆସନ୍ତାକାଲି ଆନ୍ଧ୍ରପ୍ରଦେଶରେ ଲ୍ୟାଣ୍ଡଫଲ୍ କରିବା ଆଶଙ୍କା । ଏହି ସମୟରେ ପବନରେ ବେଗ ଘଣ୍ଟାକୁ ୯୦ରୁ ୧୦୦ କିଲୋମିଟର ରହିବ । ବର୍ତ୍ତମାନ ଏହି ବାତ୍ୟା ପୁଡୁଚେରୀରୁ ପ୍ରାୟ ୨୧୦ ଓ ଚେନ୍ନାଇରୁ ୧୫୦ କିଲୋମିଟର ଦୂରରେ ରହିଛି । ସମୁଦ୍ର ମଧ୍ୟରେ ବଳ ଗୋଟାଇବା ସହ ଘଣ୍ଟାକୁ ପ୍ରାୟ ୮ କିଲୋମିଟର ବେଗରେ ଗତି କରୁଛି ବାତ୍ୟା 'ମିଗଜୋମ' । କାଲି ମଧ୍ୟାହ୍ନ ସମୟରେ ଆନ୍ଧ୍ରର ନେଲୋର୍ ଓ ମଚ୍ଛଲିପଟ୍ଟନମ ମଧ୍ୟରେ ଲ୍ୟାଣ୍ଡଫଲ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଓଡ଼ିଶାରେ ମଧ୍ୟ ରହିବ ବାତ୍ୟାର ପ୍ରଭାବ ।
ଅଧିକ ପଢନ୍ତୁ : `ମିଚାଓଙ୍ଗ୍' ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଖୋଲାହେଲା ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠ
ଆଜିଠୁ ବର୍ଷା ଆରମ୍ଭ ହେବ ଏବଂ ୫ ତାରିଖରେ ପ୍ରବଳ ବର୍ଷିବ । ୭ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବେଶି ପ୍ରଭାବିତ ହେବ ଦକ୍ଷିଣ ଓଡ଼ିଶା । ପବନର ଭୟ ନଥିଲେ ବି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଚାଷ ନଷ୍ଟ ହେବାର ଆଶଙ୍କା ଥିବାରୁ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସଚେତନ କରାଇଛି । ଧାର କରଜ କରି ଏକର ଏକର ଜମିରେ ଧାନ ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । ସେପଟେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି NDRF ଟିମ୍ । ଓଡ଼ିଶା, ମଧ୍ୟପ୍ରଦେଶ, ତାମିଲନାଡୁ ଓ ପୁଡୁଚେରୀ ପାଇଁ ୧୮ଟି ଟିମ୍ ନିଯୁକ୍ତ କରାଯାଇଛି । ଆଉ ୧୦ଟି ଟିମକୁ ଆଲର୍ଟ ମୋଡରେ ରଖାଯାଇଛି ।
ଅର୍ଗସ ବ୍ୟୁରୋ: ପୂର୍ବତଟ ରେଳପଥ ବାତ୍ୟା ସାଇକ୍ଲୋଥନ୍ ମିଚାଓଙ୍ଗ୍ ଏବଂ ଏହାର ପ୍ରଭାବରେ ସାମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଭୂମି କାର୍ଯ୍ୟ ରକ୍ଷଣାବେକ୍ଷଣର ପ୍ରସ୍ତୁତି କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ବିପର୍ଯ୍ୟୟର ପରିଚାଳନାର ଅଭିଜ୍ଞତାର ସୁଯୋଗ ନେଇ ପୂର୍ବତଟ ରେଳପଥ ମଧ୍ୟରେ ଯଦି ବାତ୍ୟା ମିଚାଓଙ୍ଗ୍ ଦ୍ୱାରା ଟ୍ରେନ୍ ଟ୍ରାଫିକ୍ ଏବଂ ରେଲୱେ ଟ୍ରାକ ପ୍ରଭାବିତ ହୁଏ ତେବେ ତାହାର ଶୀଘ୍ର ପୁନରୁଦ୍ଧାର ପାଇଁ ଯୋଜନା କରିଛି। ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ସହିତ ରେଳ ମଣ୍ଡଳ ମୁଖ୍ୟାଳୟ ବିଶାଖାପାଟନମ୍, ଖୋର୍ଦ୍ଧା ରୋଡ୍ ଏବଂ ସମ୍ବଲପୁର ଠାରେ 24 ଘଣ୍ଟିଆ ବିପର୍ଯ୍ୟୟ ପରିଚାଳନା ସେଲ୍ ଖୋଲାଯାଇଛି।
ସମ୍ବେଦନଶୀଳ ସ୍ଥାନଗୁଡିକର ନିରନ୍ତର ମନିଟରିଂ ଏବଂ ଟ୍ରାକ୍, ସିଗନାଲ୍ ସିଷ୍ଟମ୍ ଏବଂ ଓଭର ହେଡ଼ ବିଦ୍ୟୁତ ସରବରାହ ଇତ୍ୟାଦି ଶୀଘ୍ର ପୁନରୁଦ୍ଧାର ପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଅଧିକାରୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହିତ ଶୀଘ୍ର କାର୍ଯ୍ୟସମ୍ପାଦନ କରିବାକୁ କହିଛନ୍ତି।
ହେଲ୍ପଲାଇନ ନମ୍ବର:
ଭୁବନେଶ୍ୱର: 0674 - 2301525, 2301626, 2303060,
ଟ୍ରେନ୍ ବାତିଲ୍:
ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲିର ବିଜ୍ଞପ୍ତି ସହିତ ଆଉ କିଛି ଟ୍ରେନ୍ ବାତିଲ କରାଯାଇଛି। ଏହି ଟ୍ରେନ୍ ଗୁଡିକ ହେଉଛି…
-17482 ତିରୁପତି-ବିଳାସପୁର ଏକ୍ସପ୍ରେସ ତିରୁପତିରୁ 03.12.2023 ରେ
-17481 ବିଳାସପୁର-ତିରୁପତି ଏକ୍ସପ୍ରେସ ବିଳାସପୁରରୁ 05.12.2023 ରେ
-17480 ତିରୁପତି-ପୁରୀ ଏକ୍ସପ୍ରେସ ତିରୁପତିରୁ 04.12.2023 ରେ
- 17479 ପୁରୀ - ତିରୁପତି ଏକ୍ସପ୍ରେସ ପୁରୀରୁ ୬ରେ
- 12509 ବେଙ୍ଗାଲୁରୁ-ଗୌହାଟୀ ଏକ୍ସପ୍ରେସ ବେଙ୍ଗାଲୁରୁରୁ 6 ଏବଂ 7 ଡିସେମ୍ବର।
- 18190 ଏର୍ଣ୍ଣାକୁଲମ -ଟାଟା ଏକ୍ସପ୍ରେସ ଏର୍ଣ୍ଣାକୁଲମ ଠାରୁ 06.12.2023 ରେ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ମହାପ୍ରଭୁ ବିଶ୍ୱର ପ୍ରଭାବଶାଳୀ ପ୍ରଜାତନ୍ତ୍ରିକ ଆସ୍ଥାର କେନ୍ଦ୍ର । ମହାପ୍ରଭୁ ସମସ୍ତଙ୍କର ଓ ସମସ୍ତଙ୍କ ପାଇଁ ବୋଲି ରବିବାର ଢେଙ୍କାନାଳ ଜିଲ୍ଲା ଗଁଦିଆ ଶ୍ରୀରାମଚନ୍ଦ୍ରପୁର ଠାରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର, ଚବିଶି ବେଶ, ଛପନଭୋଗ ପ୍ରଦର୍ଶନୀ ମହୋତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସବୁ ସନାତନୀମାନେ ମହାପ୍ରଭୁଙ୍କ ଅନନ୍ୟ ଭକ୍ତ । ସମସ୍ତଙ୍କ ସମର୍ପଣ ଭାବନା ଓ ଅଭିବ୍ୟକ୍ତି ଭିନ୍ନ ଭିନ୍ନ । ମହାପ୍ରଭୁ ଜଗତର ନାଥ । ମହାପ୍ରଭୁଙ୍କ ଠାରେ ପ୍ରତ୍ୟହ ଲାଗି ହେଉଥିବା ଛପନଭୋଗ, ତାଙ୍କର ଚବିଶି ବେଶ ଏବଂ ବଡ଼ଦେଉଳର ଅନନ୍ୟ ସ୍ଥାପତ୍ୟ, ରଥଯାତ୍ରାରେ ଆବାଳବୃଦ୍ଧବନିତାଙ୍କ ଦର୍ଶନ, ପତିତପାବନଙ୍କ ଦର୍ଶନ ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ନିଦର୍ଶନ । ଜଗନ୍ନାଥ ମନ୍ଦିରରେ ଦୁନିଆର ସବୁଠୁ ବଡ ରୋଷେଇ ଘର ବୋଲି କୁହାଯାଉଛି। ସମସ୍ତେ ଏକାଠି ବସି ମହାପ୍ରସାଦ ଖାଇବା ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିର ବଡ ମାହାତ୍ମ୍ୟକୁ ସୂଚାଉଛି । ମହାପ୍ରଭୁଙ୍କ ପାଖରେ ସମସ୍ତଙ୍କର ବିଶ୍ୱାସ ରହିଛି । ଜଗନ୍ନାଥ ସଂସ୍କୃତିରେ ବହୁତ ବଡ ସଂସ୍କାର । ମହାପ୍ରଭୁଙ୍କ ସଂସ୍କାର ତଥା ଅନେକ ଜୀବନ ଦର୍ଶନ ସମାହିତ ଜଗନ୍ନାଥ ଭାଗବତରେ ଅଛି ।
ପ୍ରଧାନମନ୍ତ୍ରୀ ମୋଦିଜୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜଣେ ପରମ ଭକ୍ତ । ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ପୁରୀ ଆସିଥିଲେ । ପ୍ରଧାନମନ୍ତ୍ରୀ ହେବା ପୁରୀ ଆସି ଦିଅଁ ଦର୍ଶନ କରିଥିଲେ । ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ପ୍ରଥମ ଥର ପାଇଁ ନବକଳେବର ନିମନ୍ତେ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଶ୍ରୀମନ୍ଦିରର ଶ୍ରୀବୃଦ୍ଧି ପାଇଁ ମଧ୍ୟ ମୋଦି ସରକାର ସର୍ବଦା ତତ୍ପର । ମହାପ୍ରଭୁଙ୍କ ବିଚାର ଅନୁସାରେ ଆଜି ମୋଦି ସରକାରଙ୍କ ଶାସନ ବ୍ୟବସ୍ଥାର ମୂଳମନ୍ତ୍ର ହୋଇଛି ସବକା ସାଥ୍-ସବକା ବିକାଶ-ସବକା ବିଶ୍ୱାସ- ସବକା ପ୍ରୟାସ । ଚାରଣ ମାନଙ୍କ ଠାରୁ ହିଁ ଏହା ପ୍ରଭାବିତ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଚାରଣ ସମାବେଶର ଆୟୋଜନ ମାଧ୍ୟମରେ ଶ୍ରୀଜଗନ୍ନାଥ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ତଥା ଶ୍ରୀଜଗନ୍ନାଥ ତତ୍ତ୍ୱକୁ ଜନଗଣଙ୍କ ନିକଟରେ ପହଞ୍ଚାଇବାର ଗୁରୁ ଦାୟିତ୍ୱ ନେଇଥିବାରୁ ଆୟୋଜକ ମଣ୍ଡଳୀକୁ ଶ୍ରୀ ପ୍ରଧାନ ସାଧୁବାଦ ଜଣାଇଥିଲେ ।
ଅଧିକ ପଢ଼ନ୍ତୁ ରାଜନୀତି ଖବର