ଅର୍ଗସ ବ୍ୟୁରୋ : କରୋନା ପାଇଁ ଅନିଶ୍ଚିତତା ଭିତରେ ଆଇପିଏଲ 13 । ତେବେ ଆଇପିଏଲ ଅପେକ୍ଷା ଜୀବନ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ଦର୍ଶାଇଛନ୍ତି ବ୍ୟାଟସମ୍ୟାନ ସୁରେଶ ରାଇନା । ସେ କହିଛନ୍ତି । ଜୀବନ ଅଧିକ ଗୁରୁତ୍ତ୍ବପୂର୍ଣ୍ଣ । ଆଇପିଏଲ ନିଶ୍ଚିତ ଅପେକ୍ଷା କରିବ । ଏବେ ଲକଡାଉନରେ ସମସ୍ତେ ସରକରାଙ୍କ ଗାଇଡ ଲାଇନକୁ ଅନୁସରଣ କରିବା ଆବଶ୍ୟକ । ପରିସ୍ଥିତି ଯେତେବେଳେ ସ୍ବାଭାବିକ ହେବ ସେତେବେଳେ ଆମେ ଆଇପିଏଲ କଥା ଚିନ୍ତା କରିବା ।
ତେବେ 21 ଦିନିଆ ଲକଡାଉନ ପାଇଁ ଏବେ ରାଇନା ନିଜ ପରିବାର ସହ ଘରେ ଅଛନ୍ତି । ଏହି ସମୟରେ ସେ ରୋଷେଇ କରିବାରେ ନିଜ ପରିବାରକୁ ସହଯୋଗ କରିବା ସହ ପିଲାଙ୍କ ସହ ସମୟ ବିତାଉଛନ୍ତି । ତେବେ ଏହି ସମୟରେ ସେ ସୋସିଆଲ ମିଡିଆରେ ନିଜ ଫ୍ୟାନଙ୍କ ପାଇଁ ସଚେତନତାର ବାର୍ତ୍ତା ଦେଉଛନ୍ତି । କେବେଳ ଏତିକି ନୁହେଁ କୋରୋନା ଲଢେଇ ପାଇଁ ସେ 52 ଲକ୍ଷ ଟଙ୍କା ଦାନ କରିଛନ୍ତି ।
ଅର୍ଗସ ବ୍ୟୁରୋ: ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । 3 ରସାୟନ ବିଜ୍ଞାନୀ ପାଇବେ ନୋବେଲ ପୁରସ୍କାର । ମୌଙ୍ଗି ଜି.ବାୱେଣ୍ଡି, ଲୁଇସ୍ ଇ.ବ୍ରୁସ୍ ଙ୍କୁ ମିଳିଛି ନୋବେଲ ପୁରସ୍କାର । ଆଲେକ୍ସି ଏଲ୍ . ଏକିମୋଭ୍ ପାଇବେ ନୋବେଲ ପୁରସ୍କାର ।
ପୂର୍ବରୁ ଗତ 2 ତାରିଖରେ ମେଡିସିନ ଓ 3 ତାରିଖରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି ।
ପଦାର୍ଥ ବିଜ୍ଞାନ ପାଇଁ ଚଳିତ ବର୍ଷ ତିନି ଜଣ ପଦାର୍ଥ ବିଜ୍ଞାନୀ ମିଳିତ ଭାବେ ପାଇବେ ନୋବେଲ୍ ପୁରସ୍କାର-୨୦୨୩। ପିଏରେ ଅଗୋସ୍ତିନି, ଫେରେନ୍ସ କ୍ରାଉଜ ଏବଂ ଆନେ ଏଲ’ହୁଇଲିଅର ପଦାର୍ଥ ବିଜ୍ଞାନ ପାଇଁ ପାଇବେ ସମ୍ମାନଜନକ ନୋବେଲ୍ । ଏହି ତିନି ଜଣ ନୋବେଲ ବିଜେତା ମାନବଜାତିକୁ ପରମାଣୁ ଏବଂ ଅଣୁଗୁଡ଼ିକ ମଧ୍ୟରେ ଇଲେକ୍ଟ୍ରୋନ୍ ଡାଇନାମିକ୍ସକୁ ଅନୁସନ୍ଧାନ କରିବା ପାଇଁ ନୂତନ ସାଧନ ଦେଇଛନ୍ତି ।
ଆହୁରି ପଢନ୍ତୁ ଭାରତ ଖବର...
ଦେଶରେ ହ୍ରାସ ପାଇଛି ବେକାରୀ ସମସ୍ୟା . ପୂର୍ବ ରିପୋର୍ଟ ଅନୁଯାୟୀ ମାତ୍ର ବର୍ଷକରେ ଭାରତରେ ବେଶ ହ୍ରାସ ପାଇଛି ବେକାରୀ ସମସ୍ୟା. ସିଏମଆଇଇ ବା ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମିରେ ଦିଆଯାଇଥିବା ତଥ୍ୟରୁ ଏହା ଜଣାପଡିଛି. ଗତ ଅଗଷ୍ଟରେ ଏହା ୮.୧୦ % ଥିଲା , ଯାହା ସେପ୍ଟେମ୍ବରରେ ୭.୦୯ %କୁ ଖସି ଆସିଛି . ତେବେ ଯଦି ଦେଖାଯାଏ ତେବେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟ କ୍ଷେତ୍ରରେ ବେକାରୀ ସମସ୍ୟା ହ୍ରାସ ପାଇଛି. ଦୁର୍ବଳ ମୌସୁମୀ ବର୍ଷା ସତ୍ତ୍ବେ ଗ୍ରାମୀଣ କ୍ଷେତ୍ରରେ ବେକାରୀ ହାର କମ୍ ହୋଇଛି.
ତେବେ ସହରାଞ୍ଚଳରେ ଅଗଷ୍ଟରେ ୧୦.୦୯ % ତୁଳନାରେ ସେପ୍ଟେମ୍ବରରେ ୮.୯୪ % କୁ ଖସି ଆସିଛି. ଅନ୍ୟପକ୍ଷରେ ଗ୍ରାମୀଣ ବେକାରୀ ହାର ୭.୧୧% ରୁ ଖସି ୬.୨୦ % ହ୍ରାସ ପାଇଛି. ଭାରତରେ ପାର୍ବଣ ରତୁ ପୂର୍ବରୁ ସହରୀ ବେକାରୀ ହାରରେ ହ୍ରାସ ଦେଖିବାକୁ ମିଳିଛି.
ଅଧିକ ପଢନ୍ତୁ ଭାରତ ଖବର
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ନିଯୁକ୍ତି ଅଭିଯାନ ଜରିଆରେ ଦେଶର ବେକାରୀ ହାରରେ ହ୍ରାସ ଘଟିଥିବା ସିଏମଆଇଇ ଏହାର ରିପୋର୍ଟରେ ଉଲ୍ଲେଖ କରିଛି. ଗତମାସ ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ନିଯୁକ୍ତି ଅଭିଯାନ ରୋଜଗାର ମେଳା ଅନ୍ତର୍ଗତ ୫୧,୦୦୦ ଲୋକଙ୍କୁ ନିସୁକ୍ତିପତ୍ର ବାଣ୍ଟିଥିଲେ. ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ରୋଜଗାର ମେଳା ଅନ୍ତର୍ଗତ ହଜାର ହଜାର ଯୁବକଯୁବତୀ ନିଯୁକ୍ତିପତ୍ର ବାଣ୍ଟିଛନ୍ତି. ତେବେ ଭାରତରେ ପାର୍ବଣ ଋତୁ ପୁର୍ବରୁ ସହରୀ ବେକାରୀ ସମସ୍ୟା ହ୍ରାସ ପାଇଥିବା ଦେଖିବାକୁ ମିଳିଛି.
ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତା ରଣବୀର କପୁରଙ୍କ ପାଇଁ ବଢିଲା ଅଡୁଆ । ରଣବୀର କପୁରଙ୍କୁ ଇଡିର ସମନ । ବେଟିଂ ଆପ୍ ସ୍କାମ୍ ମାମଲାରେ ଆସନ୍ତା 6ରେ ହାଜର ପାଇଁ ସମନ ଜାରି କଲା ଇଡି ।
ଏହି ମାମଲାରେ ଅନ୍ୟ 15 ଜଣ ସେଲିବ୍ରିଟି ମଧ୍ୟ ଇଡି ନଜରରେ ଅଛନ୍ତି । ଅନଲାଇନ୍ ବେଟିଂ ପ୍ଲାଟଫର୍ମ ପାଇଁ ରଣବୀର କପୁର ଏକ ସୋସିଆଲ୍ ମିଡିଆ ଇନଫ୍ଲୁଏନସର ଭାବରେ କାମ କରୁଥିଲେ । ଏହି ଆପ୍ ର ପ୍ରମୋସନ ପାଇଁ ମଧ୍ୟ ପାଉଣା ନେଉଥିଲେ।
ଆହୁରି ପଢନ୍ତୁ ମନୋରଞ୍ଜନ ଖବର...