କର୍କଟ ରୋଗର ସଚେତନତା ଉଦେଶ୍ୟ !
ଆଇସିୟୁରୁ ବାହାରିଲେ ବ୍ରିଟେନ୍ ପିଏମ ବୋରିସ୍..
ନୂଆଦିଲ୍ଲୀ: ଆଇସିୟୁରୁ ବାହାରିଲେ ବୋରିସ୍ । ଡାଉନିଙ୍ଗ ଷ୍ଟ୍ରିଟ୍ର ପ୍ରବକ୍ତା କହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ଙ୍କ ସ୍ୱାସ୍ଥ୍ୟବସ୍ତାରେ ପରିବର୍ତ୍ତନ ଆସିଛି । ତେଣୁ ତାଙ୍କୁ ଆଇସିୟୁରୁ ବାହାର କରାଯାଇଛି । ତାଙ୍କର ଚିକିତ୍ସା ପାଇଁ ଓ୍ୱାର୍ଡକୁ ଅଣାଯାଇଛି ।
ସୁଚନାମୁତାବକ, 55 ବର୍ଷିୟ ବୋରିସ୍ ଜନସନ୍ଙ୍କୁ ରବିବାର ଦିନ ଲଣ୍ଡନର ସେଣ୍ଟ ଥାମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୋରୋନା ପଜେଟିଭ୍ ସାମ୍ନାକୁ ଆସିବା ପରେ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।
ବୋରିସ୍ ଆଇସିୟୁରୁ ବାହାରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁସି ଜାହିର୍ କରିବା ସହ ଶିଘ୍ର ସୁସ୍ଥ ହେବା ପାଇଁ ନିଜ ଟୁଇଟ୍ରେ ପ୍ରକାଶ କରିଛନ୍ତି ।
Download Argus News App
