ଆଉ ସେବେଠାରୁ ପୁରା ଦେଶ ମୋଦିଙ୍କ ବାର୍ତ୍ତାକୁ ଅପେକ୍ଷା କରିଛି । ଆଶା କରାଯାଉଛି କିଛି କଟକଣା କୋହଳ କରିବା ସହ ଲକଡାଉନ ଅବଧି ବୃଦ୍ଧି ନେଇ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଘୋଷଣା କରିପାରନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଟ୍ୱିଟ ଆସିବା ପରେ ଆଜି ମୋଦି ଦେଶକୁ ସମ୍ବୋଧନ କରିବା ସ୍ପଷ୍ଟ ହୋଇଛି । ତେବେ ସମଗ୍ର ଦେଶକୁ ତିନୋଟି ଜୋନରେ ବିଭକ୍ତ କରିବାର ସମ୍ଭାବନା ରହିଛି ।
ଯେଉଁ ଅଂଚଳରେ କରୋନା ଅତିମାତ୍ରାରେ ସଂକ୍ରମିତ ହୋଇଛି, ସେ ଅଂଚଳକୁ ରେଡ ଜୋନ, ଯେଉଁଠାରେ କମ ସଂକ୍ରମିତ ହୋଇଛନ୍ତି, ସେ ଅଂଚଳକୁ ଅରେଞ୍ଜ ଏବଂ ଯେଉଁ ଅଂଚଳକୁ କୋରୋନା ଆଦୌ ସଂକ୍ରମିତ ହୋଇନାହିଁ, ସେ ଅଂଚଳକୁ ଗ୍ରୀନ ଜୋନରେ ରଖିବାକୁ ଘୋଷଣା କରିବାର ସମ୍ଭାବନା ରହିଛି । ରେଡ ଜୋନକୁ ସଂପୂର୍ଣ୍ଣ କଟକଣା ମଧ୍ୟରେ ରଖିବା ସହ ଅରେଞ୍ଜ ଜୋନକୁ କେତେକାଂଶ ଏବଂ ଗ୍ରୀନ ଜୋନକୁ କଟକଣା କୋହଳ କରିପାରନ୍ତି ବୋଲି ଆଶାକରାଯାଉଛି
ଅର୍ଗସ ବ୍ୟୁରୋ: ଶୀତଦିନେ ଆସିଲେ ସମସ୍ତେ କେଉଁଆଡେ ନା କେଉଁ ଆଡେ ବୁଲିବାକୁ ଭଲ ପାଆନ୍ତି। ଜଳପ୍ରପାତ ହେଲେ ତାର ମଜା ଅଲଗା। ଆମ ଓଡ଼ିଶାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୁର ରହିଛି। କିନ୍ତୁ ସବୁ ସ୍ଥାନରେ ବିକାଶ ହେଉ ନ ଥିବାରୁ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଖାଲି ଉଦଘାଟନୀ ଫିତା କାଟିବାପାଇଁ ବିଜେଡି ସରକାରରେ ଥିବା ମନ୍ତ୍ରୀମାନେ ଧାଇଁଯାଉଛନ୍ତି କିନ୍ତୁ ପରେ ଏହା ଯଥା ପୂର୍ବଂ ତଥା ପରଂ ସ୍ଥିତି।
ଏମିତି ଏକ ସ୍ଥାନ ରହିଛି ଭବାନୀପାଟଣାରେ। ଭବାନୀପାଟଣାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଅବସ୍ଥିତ ରାବନଦର ଜଳପ୍ରପାତ। ପ୍ରତିଦିନ ଦୂର ଦୂରାନ୍ତରୁ ଶହ ଶହ ପର୍ଯ୍ୟଟକ ବୁଲିବା ପାଇଁ ଏଠିକି ଆସିଥାନ୍ତି। ବର୍ତ୍ତମାନ ପିକନିକ ଋତୁ ଆସୁଥିବାରୁ ଲୋକଙ୍କ ଗହଳି ମଧ୍ୟ ଦେଖିବାକୁ ମିଳୁଛି। ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରକୃତିର ଏତେ ସୁନ୍ଦର ସ୍ଥାନ ରହିଛି, ଯାହା ଲୋକଙ୍କ ମନ କିଣୁଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୨୯ ଲକ୍ଷ ଖର୍ଚ୍ଚ କରି ବିକାଶ କାର୍ଯ୍ୟ କରାଗଲା। କିନ୍ତୁ ନିମ୍ନମାନର କାମ ଓ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଏହି ଜଳପ୍ରପାତର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ନା ଅଛି ଗମନାଗମନକୁ ରାସ୍ତା ନା ଅଛି ଶୌଚାଳୟ ବ୍ୟବସ୍ଥା। ଏଭଳି ଅବ୍ୟବସ୍ଥା ଥିଲେ ମଧ୍ୟ ଏଥିପ୍ରତି କାହାର ନଜର ପଡ଼ୁନି।
ଭବାନିପାଟଣାରୁ ଭରଙ୍ଗପଦର୍ ପର୍ଯ୍ୟନ୍ତ ରାସ୍ତା ଠିକ୍ ଥିବା ବେଳେ, ତା ଆଗକୁ ରାସ୍ତା କଦର୍ଯ୍ୟ ଅବସ୍ଥାରେ ରହିଛି। ରାସ୍ତାରେ ଥିବା ମେଟାଲ୍ ପଥର ଗୁଡ଼ିକ ବାହାରି ପଡ଼ିଛି। ଶୌଚାଳୟ ବ୍ୟବସ୍ଥା ରହିଛି, କିନ୍ତୁ ସଫା ରହୁ ନାହିଁ। ଯାହା ଫଳରେ ମହିଳା ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ବର୍ଷ ପୂର୍ବରୁ ସେଇଠି ରେଷ୍ଟୁରାଣ୍ଟ ମଧ୍ୟ ଖୋଲା ଯାଇଥିଲା କିନ୍ତୁ ତାହା ବର୍ତ୍ତମାନ ବନ୍ଦ ପଡିଛି। କୌଣସି ନେଟୱର୍କ ନଥିବା ଯୋଗୁଁ ପର୍ଯ୍ୟଟକ ହଇରାଣ ହେଉଛନ୍ତି। ୨୦୨୧ ରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଥିବା ବେଳେ ଏହାର ଉଦଘାଟନ କରିଥିଲେ। କିନ୍ତୁ ବର୍ତ୍ତମାନ ତାହାର କାମ ଅବସ୍ଥା ରହିଛି କାହାର ନଜର ନାହିଁ।
ଉଦଘାଟନୀ ଫିତା କାଟିବା ପାଇଁ ଆଗରେ ରହିଥାନ୍ତି ବିଜେଡି ସରକାରଙ୍କ ମନ୍ତ୍ରୀଗଣ। କିନ୍ତୁ ଫିତା କାଟିବା ପରେ ରକ୍ଷଣାବେକ୍ଷଣ ପାଇଁ କାହିଁକି ପଛରେ ରହିଥାନ୍ତି ତାହା ହେଉଛି ବଡ଼ ପ୍ରଶ୍ନ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
କଟକ : ଦୁର୍ଘଟଣା ରୁ ବଞ୍ଚିବା ପାଇଁ ହେଲମେଟ ପିନ୍ଧିବା ଜରୁରୀ । ଡିସେମ୍ବର ଏକ ତାରିଖରୁ ଆଠ ତାରିଖ ପର୍ଯ୍ୟନ୍ତ ଶୁନ ଦୁର୍ଘଟଣା ସପ୍ତାହ ( ଜିରୋ ଫଟିଲିଟି ଉଇକ) ପାଳନ କରାଯାଉଛି । କଟକ ଗ୍ରାମାଞ୍ଚଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ଆଜି ସଡ଼କ ସୁରକ୍ଷା ଜୀବନ ରକ୍ଷା କାର୍ଯ୍ୟକ୍ରମ ଗୋବିନ୍ଦପୁର ବଜାରରେ ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଧିକାରୀ ରବି ନାରାୟଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଗୋବିନ୍ଦପୁର କଲେଜର ଛାତ୍ର ଛାତ୍ରୀ ଓ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଯୋଗଦେଇ ଗାଡ଼ି ହେଲମେଟ ପିନ୍ଧିଥିବା ଚାଳକଙ୍କୁ ଗୋଲାପ ଫୁଲ ଦେଇ ଶୁଭେଚ୍ଛା ଜଣାଇଥିଲେ ।
ଅଧିକ ପଢନ୍ତୁ ଓଡିଶା ଖବର
ସବୁବେଳେ ଗାଡ଼ି ଚଳାଇବା ବେଳେ ହେଲମେଟ ପିନ୍ଧିବାକୁ ବାର୍ତ୍ତା ଦେଇଛନ୍ତି ଥାନା ଅଧିକାରୀ ଶ୍ରୀ ବେହେରା ।
ଅର୍ଗସ ବ୍ୟୁରୋ : ଜବତ ୨୩ଟି ଦାମୀ ଗାଡି । ଗିରଫ ହୋଇଥିବା ୩ ଜଣିଆ ଗ୍ୟାଙ୍ଗ । ଏମାନେ ହେଲେ ରାଜଧାନୀ ଛାତିରେ ବାଇକ୍ ଲୁଟୁଥିବା କୁଖ୍ୟାତ ଲୁଟେରା । ରାଜଧାନୀର ରାତିରେ କରୁଥିଲେ ରାଜୁତି | ଘର ବାହାରେ ଥୁଆ ହୋଇଥିବା ଗାଡି କିମ୍ବା ସୁନ୍ ସାନ ଜାଗାରେ ଥିବା ଗାଡିକୁ ଏମାନେ ଆଖି ପିଛୁଳାକେ କରୁଥିଲେ ଗାୟବ । ଆଉ ପ୍ରତି ମୁହୂର୍ତ୍ତରେ ପୋଲିସକୁ ଦେଉଥିଲେ ଚକମା । ଖାସ କରି ଏମାନଙ୍କ ଟାର୍ଗେଟରେ ଥିଲା ରୟାଲ ଏନଫିଲଡ୍ ବୁଲେଟ । ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଲୁଟେରାଙ୍କ ନାଁରେ ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରହିଛି ମାଳମାଳ ଅଭିଯୋଗ । ଭୁବନେଶ୍ବର କମିଶନରେଟ ପୋଲିସର ବିଭିନ୍ନ ଥାନାରେ ୮ଟି ମାମଲା ରହିଛି । ସମସ୍ତ ଅଭିଯୁକ୍ତ ନୟାଗଡ ଅଞ୍ଚଳର ବୋଲି ଜଣାପଡିଛି । ଏମାନଙ୍କ ଠାରୁ ୧୪ଟା ରୟଲ ଇଂଫିଲ୍ଡ , ୪ଟି R15, ୩ଟି ପଲସର ଭଳି ମୋଟ ୨୩ଟି ବାଇକ ଜବତ କରିଛି ପୋଲିସ । ଇଏ ତ କେବଳ ଗୋଟିଏ ଗ୍ୟାଙ୍କ୍ ରାଜଧାନୀରେ ସକ୍ରିୟ ଅଛନ୍ତି ଏଭଳି ଅନେକ ବାଇକ ଲୁଟେରା ଗ୍ୟାଙ୍ଗ୍ ।