ଆଜି ଡଃ. ବି.ଆର୍ ଆମ୍ବେଦକରଙ୍କ ଜୟନ୍ତି ପାଳିତ । ୧୯୩୦ରେ ଯେତେ ବେଳେ ଦେଶ ସ୍ୱାଧୀନତା ପାଇଁ ଲଢେଇ କରୁଥିଲା, ସେତେବେଳ ଜଣେ ବ୍ୟକ୍ତି ଦଳିତ ଓ ପଛୁଆ ବର୍ଗର ସ୍ୱାର୍ଥ ପାଇଁ ସଂଘର୍ଷରତ ଥିଲେ, ସେ ହେଉଛନ୍ତି ଭାରତରତ୍ନ ବାବା ସାହେବ ଭୀମରାଓ ଆମ୍ବେଦକର । ଆମ୍ବେଦକର ଭାରତକୁ ଦେଇଛନ୍ତି ଏହାର ସମ୍ଭିଧାନ, ଯେଉଁଥିପାଇଁ ଭାରତ ଆଜି ଏକ ସଫଳ ଗଣତନ୍ତ୍ର । ଜନ୍ମଦିନ ଅବସରରେ ଏହି ମହାନ ଜନନାୟକଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ।
ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ୧୯୩୦ ମସିହା ବେଳକୁ ଦେଶ ଲଢୁଥିଲା ସ୍ୱାଧୀନତାର ଲଢେଇ । ସେ ସମୟରେ ୪୧ ବର୍ଷୀୟ ଭୀମରାଓ ପାଲଟି ଥିଲେ ଦଳିତ ଓ ପଛୁଆ ଜାତିଙ୍କ ପାଇଁ ମହାତ୍ମା । ସବୁବେଳେ ସେ ଚିନ୍ତା କରୁଥିଲେ ଦଳିତ ସମାଜର ଲୋକମାନଙ୍କ ଉନ୍ନତି । ସେମାନଙ୍କ ଶୋଷିତ ସ୍ୱର ସବୁବେଳେ ତାଙ୍କ କାନରେ ବାଜୁଥିଲା । ସେ ଚାହୁଁଥିଲେ ଦଳିତ ସମାଜର ଉତ୍ଥାନ । କେବଳ ଦଳିତ ନୁହେଁ ଦେଶର ସମସ୍ତ ପଛୁଆ ବର୍ଗର ଲୋକମାନଙ୍କ ଅଧିକାର ପାଇଁ ତାଙ୍କ ଲଢେଇ ଜାରି ରଖିଥିଲେ । ମଧ୍ୟପ୍ରଦେଶର ମହୁ ଗାଁରେ ୧୪ ଏପ୍ରିଲ୍ ୧୮୯୧ରେ ମହାର ନାମକ ପଛୁଆ ଜାତିରେ ଜନ୍ମ ଗ୍ରହଣ କରିଥିଲେ ବାବା ସାହେବ ଭୀମରାଓ । ପିତା ରାମ୍ଜୀ ମାଲୋଜୀ ସକପାଲ୍ ଥିଲେ ବ୍ରିଟିଶ୍-ଭାରତୀୟ ସେନାର କର୍ମକର୍ତ୍ତା ।
ନିଜ ନାମରୁ ସକ୍ପାଲ୍ ହଟାଇ ସେ ଆମ୍ବେଦକର ଯୋଡି ଦେଇଥିଲେ । ଜଣେ ମେଧାବୀ ଛାତ୍ର ଭାବେ ସେ ଦେଶ ବିଦେଶର ଅନେକ ବିଶ୍ୱବିଦ୍ୟାଳୟରୁ ପାଖାପାଖି ୩୨ଟି ଡିଗ୍ରୀ ହାସଲ କରିଥିଲେ । ଦେଶ ସ୍ୱାଧୀନ ପରେ ୨୯ ଅଗଷ୍ଟ ୧୯୪୭ରେ ସମ୍ବିଧାନ କାର୍ୟ୍ୟକାରୀ ସମିତିର ସେ ଅଧ୍ୟକ୍ଷ ହୋଇଥିଲେ । ୨ ବର୍ଷ ୧୧ ମାସ, ୧୮ ଦିନର ବ୍ୟବଧାନ ପରେ ୨୬ ଜାନୁଆରୀ ୧୯୫୦ରେ ସେ ସମ୍ବିଧାନ ଲାଗୁ କରିଥିଲେ । ସ୍ୱାଧୀନ ଭାରତରେ ସେ ହେଲେ ପ୍ରଥମ ଆଇନ୍ ମନ୍ତ୍ରୀ ।
ଦଳିତ ଓ ପଛୁଆ ବର୍ଗର ଉତ୍ଥାନ ପାଇଁ ସେ ସବୁବେଳେ ଚେଷ୍ଟା କରୁଥିଲେ । ସେମାନଙ୍କ ଅଧିକାର ପାଇଁ ଲଢିବା ସହ ମହିଳାଙ୍କ ଶିକ୍ଷା ଓ ସଶକ୍ତିକରଣକୁ ପ୍ରାଧାନ୍ୟ ଦେଉଥିଲେ । କୃଷିକୁ ପ୍ରାଧାନ୍ୟ ଦେବା ସହ ଏହାକୁ ଏକ ଉଦ୍ୟୋଗ ଭାବେ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏହାସହ ଜାତୀୟ ପତାକାରେ ଅଶୋକ ଚକ୍ର ମଧ୍ୟ ତାଙ୍କରି ପ୍ରୟାସରେ ଲାଗିଥିଲା । ତେବେ ମଧୁମେହରେ ପୀଡିତ ହୋଇ ୧୯୫୬ରେ ତାଙ୍କର ପରଲୋକ ହୋଇଥିଲା ।
ଅର୍ଗସ ବ୍ୟୁରୋ: ରାସ୍ତାକଡ଼ରେ ଛିଡା ହୋଇଥିବା ହାଇୱାକୁ ଧକ୍କା ଦେଲା କାର୍ । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା 16 ନଂ ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଭଦ୍ରକ ପୁରୁଣା ବଜାର ଅଞ୍ଚଳର କିଛି ଯୁବକ ଦୋବଲ ଅଞ୍ଚଳକୁ ଯାଉଥିବାବେଳେ ଅଘଟଣ ଘଟିଥିଲା ।
ଦୁର୍ଘଟଣାରେ 5 ଜଣ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ବିଳମ୍ବିତ ରାତିରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଦୁଇ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଥିମଧ୍ୟରୁ ଅଧା ରାସ୍ତାରେ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଦୁଇ ଟ୍ରକ ମୁହାଁମୁହିଁ ଧକ୍କା। ଜଣେ ମୃତ ଜଣେ ଗୁରୁତର। ଜମନକିରା ଥାନା ୫୩ନଂ ଜାତୀୟ ରାଜପଥ ଚିମିମହୁଲରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସିମେଣ୍ଟ ବୋଝେଇ ଟ୍ରକ ଓ କଣ୍ଟେନର ମଧ୍ୟରେ ମଧ୍ୟରେ ମୁହାମୁହିଁ ଧକ୍କା । କଣ୍ଟେନର ଗାଡିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ସିମେଣ୍ଟ ବୋଝେଇ ଟ୍ରକ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନୟାଗଡ: ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବା ବେଳେ ଏବେ ଆକ୍ସନ ମୋଡ଼୍ ରେ ରଣପୁର ଅବକାରୀ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଅବକାରୀ ଥାନା ଓଏସଆଇ ସୁବାଷ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ରଣପୁର ବ୍ଲକର ନର୍ସିଙ୍ଗପୁର ଓ ଅମ୍ବାଝରରେ ଚଢ଼ାଉ କରିଥିଲା । ବିପୁଳ ପରିମାଣରେ ମଦ ତିଆରି ସାମଗ୍ରୀ , 135 ଲିଟର ଦେଶୀ ମଦ ଓ ଗୋଟିଏ ବାଇକ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ ।
ଅଭିଯୁକ୍ତମାନେ ହେଲେ ଆମ୍ବାଝର ଗ୍ରାମର ଶରତ ଶ୍ରୀଚନ୍ଦନ ଓ ରାକେଶ ଶ୍ରୀଚନ୍ଦନ, ନର୍ସିଙ୍ଗପୁର ଗ୍ରାମର ଚିତ୍ତରଞ୍ଜନ ସାହୁ । ତେବେ ଜବତ ମଦ ଓ ମଦ ତିଆରି ସାମଗ୍ରୀର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।
ଆହୁରି ପଢନ୍ତୁ ଅପରାଧ ଖବର...