ନୂଆଦିଲ୍ଲୀ: ଆଜି ଗ୍ରାମପଞ୍ଚାୟତ ଗୁଡିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୂରଦର୍ଶନ ଜରିଆରେ ଯୋଡି ହେବେ ସବୁ ସରପଞ୍ଚ। ପୂର୍ବାହ୍ନ ୧୧ ଟାରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ ଅବସରରେ ଏହି ସମ୍ବୋଧନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
ଆଜି ପିଏମ ଦେଶର ବିଭିନ୍ନ ଗ୍ରାମ ପଞ୍ଚାୟତକୁ ସମ୍ବୋଧିତ କରିବେ । 24 ଏପ୍ରିଲରେ ପଞ୍ଚାୟତିରାଜ ଦିବସ ହୋଇଥିବାରୁ ପିଏମ ମୋଦି ଏହିଦିନ ସମସ୍ତ ପଞ୍ଚାୟତର ସରପଞ୍ଚଙ୍କ ସହ ଭିଡିଓ କନଫରେନ୍ ମାଧ୍ୟମରେ ଆଲୋଚନା କରିବେ । ଦେଶରେ ଚାଲିଥିବା ଲକଡାଉନ୍ ଓ ସୋସିଆଲ ଡିସଟାନ୍ସ ସମ୍ପର୍କରେ ଆଲୋଚନା କରିବେ ।
ଏହି ଅବସରରେ ପିଏମ ଏକିକୃତ ଇ-ଗ୍ରାମରାଜ ପୋର୍ଟାଲ ଏବଂ ମୋବାଇଲ ଆପ୍ର ଶୁଭାରମ୍ଭ କରିବେ । ଏଥିସହିତ ମୋଦି ସ୍ୱାମିତ୍ୱ ଯୋଜନାର ମଧ୍ୟ ଶୁଭାରମ୍ଭ କରିବେ । ପ୍ରତି ବର୍ଷ ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରାଳୟ ସେବା ଏବଂ ସାର୍ବଜନିକ ବସ୍ତୁ ବିତରଣରେ ଭଲ କାମର ମାନ୍ୟତା ପାଇଥିବା ପଞ୍ଚାୟତମାନଙ୍କୁ ପ୍ରୋତ୍ସାହନ ପାଇଁ ପୁରସ୍କାର ପ୍ରଦାନ କରାଯାଇଥାଏ ।
ଅର୍ଗସ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ଆଉ ଏକ ପ୍ରେମ କାହାଣୀ । ଆଉ ପ୍ରେମ ପାଇଁ ସରହଦ୍ ପାର କଲେ ୨୧ ବର୍ଷୀୟ ପାକିସ୍ତାନୀ ଯୁବତୀ ଜବରିୟା ଖାନ । ଯୁବତୀ ଜଣକ ନିଜ ପ୍ରେମିକଙ୍କୁ ଭେଟିବା ପରେ ବେଶ ଖୁସିବ୍ୟକ୍ତ କରିଛନ୍ତି । କହିଛନ୍ତି, ବାରମ୍ବାର ତାଙ୍କର ଭିସା ନାକଚ ହେବା ପରେ ଶେଷରେ ତାଙ୍କୁ ଭାରତ ଆସିବା ଲାଗି ଭିସା ମିଳିଛି । ଭାରତ ସରକାର ୨୧ ବର୍ଷୀୟ ପାକିସ୍ତାନୀ ଯୁବତୀ ଜବରିୟା ଖାନଙ୍କୁ ୪୫ ଦିନ ଲାଗି ଭିସା ଦେଇଛନ୍ତି । ଗତ କାଲି ଜବରିୟା ଖାନ ପଞ୍ଜାବର ଅଟାରି ବର୍ଡର ଦେଇ ଭାରତ ଭିତରକୁ ପ୍ରବେଶ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ଜବରିୟା ଭାରତରେ ପ୍ରବେଶ କରିବା ମାତ୍ରେ ତାଙ୍କ ପ୍ରେମିକ ସମୀର ଖାନ ଓ ଶ୍ବଶୁର ଢୋଲ ବାଜା ବଜାଇ ତାଙ୍କୁ ସ୍ବାଗତ କରିଥିଲେ । ସେପଟେ ଜବରିୟା ଭାରତୀୟଙ୍କୁ ପ୍ରେମ କରୁଥିବାକୁ ତାଙ୍କ ଘରେ ମଧ୍ୟ ସମସ୍ତେ ସମର୍ଥନ କରିଛନ୍ତି । ଆହିରି ମଧ୍ୟ କହିଛନ୍ତି, ମୋତେ ଗତ ୫ ବର୍ଷ ହେବ ଭିସା ମିଳୁନଥିଲା । ଭିସା ମିଳିବା ଲାଗି ମୁଁ ଆଲ୍ଲାଙ୍କୁ ଅନେକ ପ୍ରାର୍ଥନା କରୁଥିଲୁ । ଆଉ ଶେଷରେ ଆଲ୍ଲା ମୋ ଦୁଃଖ ଶୁଣିଛନ୍ତି । ଯାହାପାଇଁ ମୁଁ ବହୁତ ଖୁସି । ଭାରତ ସରକାର ମୋତେ ୪୫ ଦିନ ଲାଗି ଭିସା ଦେଇଛନ୍ତି ।
ଆସନ୍ତା ବର୍ଷ ଜାନୁଆରୀରେ ଆମେ ଦୁହେଁ କୋଲକାତାରେ ବିବାହ କରିବୁ । ଜବରିୟା ଖାନଙ୍କ ସ୍ବାମୀ ତଥା ଭାରତୀୟ ଯୁବକ ସମୀର ଖାନ କହିଛନ୍ତି, "ଜବରିୟାଙ୍କୁ ଭେଟିବା ପରେ ମୋର ସ୍ବପ୍ନ ପୂରଣ ହୋଇଛି । ମୁଁ ଗତ ୫ ବର୍ଷ ଧରି ଏହି ଦିନକୁ ଅପେକ୍ଷା କରିଥିଲି । ଏବେ ଖୁବଶୀଘ୍ର ଆମର ବିବାହ ହେବ । ଜବରିୟାଙ୍କୁ ଭାରତ ସରକାର ଭିସା ପ୍ରଦାନ କରିଥିବାରୁ ମୁଁ କୃତଜ୍ଞ । ପୂର୍ବରୁ ୨ଥର ଜବରିୟାଙ୍କୁ ଭିସା ପ୍ରଦାନ କରାଯାଇନଥିଲା । ହେଲେ ଏଥର ତାଙ୍କୁ ଭିସା ମିଳିଛି ।"
ଅର୍ଗସ ବ୍ୟୁରୋ : ବିଶ୍ବ ପ୍ରସିଦ୍ଧ ବୌଦ୍ଧସ୍ତୁପ ଲଳିତଗିରି, ଉଦୟଗିରି, ରତ୍ନଗିରି ଓ ଭିତରକନିକା ଅଭୟାରଣ୍ୟ ବୁଲିବାକୁ ବିଶ୍ବର ବିଭିନ୍ନ ସ୍ଥାନରୁ ଆସୁଛନ୍ତି ଅନେକ ପର୍ଯ୍ୟଟକ । ଏହି ପର୍ଯ୍ୟଟନସ୍ଥଳୀ ଗୁଡିକ ପାଇଁ ପାରାଦୀପ-ହରିଦାସପୁର ରେଳପଥ ଯୋଗାଯୋଗର ଏକମାତ୍ର ମାଧ୍ୟମ ହୋଇଥିବା ବେଳେ ଯାତ୍ରୀବାହୀ ରେଳ ଚଳାଚଳ ଆରମ୍ଭ କରିବାକୁ ରେଳମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରିଛନ୍ତି ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଯାତ୍ରୀବାହୀ ରେଳ ଚଳାଚଳ ଆରମ୍ଭ ହେଲେ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବା ସହ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ଉନ୍ନତି ହୋଇପାରିବ । ତେବେ ରେଳ ଚଳାଚଳ ନେଇ ଅନୁଧ୍ୟାନ କରିବା ସହ ଖୁବଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାରୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶାରଦା ପ୍ରଧାନ ।