ଅନ୍ତର୍ଜାତୀୟ ସ୍ତରରେ ନିଷିଦ୍ଦ ଘୋଷିତ ଆତଙ୍କବାଦୀମାନେ ପାକରେ ଶରଣ ନେଉଛନ୍ତି। ସମଗ୍ର ବିଶ୍ୱରେ ଶାନ୍ତି ଓ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରି ପାକିସ୍ତାନ ଏହାର ଲୋକଙ୍କ ମାନବିକ ଅଧିକାର ର ଉଲ୍ଲଙ୍ଘନ କରିଛି।ଏପଟେ ଏଫଏଟିଏଫର ରିପୋର୍ଟରେ ଧରା ପଡିଛି ପାକ୍ର ମିଛ ଚାଲବାଜି। ଆତଙ୍କବାଦୀ ମାନଙ୍କୁ ଫଣ୍ଡିଂ କରିବା ଓ ସେମାନଙ୍କୁ ମନି ଲଣ୍ଡ୍ରିଂ ଜରିଆରେ ଅର୍ଥ ପହଂଚାଇବା ଉପରେ ରୋକ ଲଗାଉଥିବା କଥା କହି ପାକିସ୍ତାନ ସବୁ ଦେଶର ଆଖିରେ ଧୁଳି ଦେବାକୁ ଚେଷ୍ଟା କରୁଛି । ଏପରି ବିଭିନ୍ନ ମିଛ ଦଲିଲ ମାନ ଦେଇ ସେ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ ବା ଏଫଏଟିଏଫ ଭଳି ସଂସ୍ଥାକୁ ବୋକା ବନାଉଛି । ଏଫଏଟିଏଫର ଏସିଆ ପ୍ରଶାନ୍ତ ଗ୍ରୁପର ରିପୋର୍ଟରେ ପାକିସ୍ତାନର ଏହି ମିଛ ଧରା ପଡିଯାଇଛି ।
ଏହି ରିପୋର୍ଟରେ ଦାବି କରାଯାଇଛି ଯେ ପାକିସ୍ତାନକୁ ଆତଙ୍କବାଦୀ ଫଣ୍ଡିଂ ଓ ମନି ଲଣ୍ଡ୍ରିଂ ଭଳି ମାମଲା ଉପରେ ରୋକ ଲଗାଇବାକୁ କୁହା ଯାଇଥିଲା । ପାକିସ୍ତାନ ଏପରି କରୁଥିବା ନେଇ ଦାବି ମଧ୍ୟ କରୁଛି । ହେଲେ ବାସ୍ତବିକତା ପାକିସ୍ତାନର ଦାବି ଠାରୁ ସମ୍ପୂ୍ର୍ଣ ଭିନ୍ନ । ଏହି ଦୁଇଟି ମାମଲାରେ ପାକିସ୍ତାନକୁ 11ଟି ଟାର୍ଗେଟ ଦିଆଯାଇଥିଲା । ଏହି 11ଟି ଟାର୍ଗେଟ ମଧ୍ୟରୁ 10ଟିରେ ପାକିସ୍ତାନ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିବା ରିପୋର୍ଟରେ ଦର୍ଶାଯାଇଛି । ଏହି ରିପୋର୍ଟରେ କୁହାଯାଉଛି ଯେ ଆତଙ୍କବାଦୀ ଫଣ୍ଡିଂ ଓ ମନି ଲଣ୍ଡ୍ରିଂକୁ ରୋକିବା ପାଇଁ ପାକିସ୍ତାନକୁ 11ଟି ଟାର୍ଗେଟ ଦିଆଯାଇଥିଲା । ଏହି 11ଟି ଟାର୍ଗେଟ ମଧ୍ୟରୁ 10 ଟି ଟାର୍ଗେଟକୁ ପୂରା କରିବାରେ ପାକିସ୍ତାନ ସମ୍ପୂର୍ଣ ବିଫଳ ହୋଇଛି ।
ପାକିସ୍ତାନ ବର୍ତ୍ତମାନ ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିଛି । ଚଳିତ ଥର ବୈଠକରେ ପାକିସ୍ତାନ ଗ୍ରେ ଲିଷ୍ଟରୁ ବାହାରକୁ ଯିବା ପାଇଁ ପ୍ରବଳ ପ୍ରୟାସ କରୁଛି । ଆତଙ୍କବାଦୀ ମାନଙ୍କୁ ସହଯୋଗ କରିବା କାରଣରୁ ଏବେ ପାକିସ୍ତାନକୁ ଆନ୍ତର୍ଜାତିକ ଋଣ ମିଳିବାରେ ସମସ୍ୟା ଆସୁଛି । ତେଣୁ ଗ୍ରେ ଲିଷ୍ଟରୁ ବାହାରକୁ ଗଲେ ପାକିସ୍ତାନକୁ ଅଧିକ ଋଣ ମିଳିବାରେ ସୁବିଧା ହେବ ।
ବିଦେଶ ଖବର ଆହୁରି ପଢନ୍ତୁ ।