ନୂଆଦିଲ୍ଲୀ: ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆସନ୍ତାକାଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । କୋରୋନା ମୁକାବିଲା ପାଇଁ ସବୁ ରାଜ୍ୟର ପଦକ୍ଷେପ କଣ ରହିଛି ଏବଂ ଦେଶରେ କରୋନାର ମୁକାବିଲା ପାଇଁ କଣ ସବୁ ପଦକ୍ଷେପ ନିଆଯାଉଛି ସେ ନେଇ ଆଲୋଚନା ହେବ ।
ଆଲୋଚନା ପରେ ଲକଡାଉନ ଅବଧି ବୃଦ୍ଧି ହେବ କି ନାହିଁ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରିପାରନ୍ତି । ଦେଶରେ କୋରୋନା ଜନିତ ସ୍ଥିତି ଦିନକୁ ଦିନ ବିଗିଡ଼ି ବାରେ ଲାଗିଥିବା ବେଳେ, ଅଧିକାଂଶ ରାଜ୍ୟ ଲକଡାଉନ୍ ଅବଧି ବୃଦ୍ଧି କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଛନ୍ତି । ତେଣୁ ଏନେଇ ମୋଦିଙ୍କ ନିଷ୍ପତି କଣ ହେଉଛି ତା ଉପରେ ସମସ୍ତଙ୍କର ନଜର ରହିଛି ।
ଏହି ଆଲୋଚନାରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ପୂର୍ବରୁ ଲକଡାଉନ୍ ଅବଧି ବୃଦ୍ଧି ସପକ୍ଷରେ ଓଡିଶା ସମେତ ତେଲେଙ୍ଗାନା, ମହାରାଷ୍ଟ୍ର, ପଞ୍ଜାବ, ମଧ୍ୟପ୍ରଦେଶ, ରାଜସ୍ଥାନ, ଆସାମ,ଉତ୍ତରପ୍ରଦେଶ, ଛତିଶଗଡ଼ ପ୍ରଭୃତି ରାଜ୍ୟ ସରକାର, ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ତେଣୁ ଲକ୍ଡାଉନ୍ ଅବଧି ବୃଦ୍ଧି ହେବ କି ନାହିଁ ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଦେଶବାସୀଙ୍କୁ ସମ୍ବୋଧିତ କରିପାରନ୍ତି ।
ଲକଡାଉନ ଅବଧି ବୃଦ୍ଧି ନେଇ ଘୋଷଣା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିବେ । ଦେଶରେ କରୋନାର ମୁକାବିଲା ପାଇଁ କଣ ସବୁ ପଦକ୍ଷେପ ନିଆଯାଉଛି ସେ ନେଇ ଆଲୋଚନା ହେବ । ଆଲୋଚନା ପରେ ଲକଡାଉନ ଅବଧି ବୃଦ୍ଧି ହେବ କି ନାହିଁ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରିପାରନ୍ତି ।
ଦେଶରେ କୋରୋନା ଜନିତ ସ୍ଥିତି ଦିନକୁ ଦିନ ବିଗିଡ଼ି ବାରେ ଲାଗିଥିବା ବେଳେ ଯଦି ଲକ୍ଡାଉନ୍ ଅବଧି ବୃଦ୍ଧି କରାଯାଏ, ତେବେ କିଛିଟା ପରିବର୍ତ୍ତନ ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ 21ଦିନ ପାଇଁ ଲକ୍ଡାଉନ୍ କରାଯାଇଛି । ଯାହାକି ଆସନ୍ତା ଏପ୍ରିଲ 14ରେ ଲକ୍ଡାଉନ୍ ଅବଧି ଶେଷ ହେବାକୁ ଯାଉଛି ।
ତେବେ ଓଡ଼ିଶା ସରକାର ଏପ୍ରିଲ 30 ଯାଏଁ ଲକ୍ଡାଉନ୍ ଅବଧି ବଢ଼ାଇ ଦେଇଛନ୍ତି । ସମଗ୍ର ଦେଶ ମଧ୍ୟରେ ପ୍ରଥମ କରି ଓଡ଼ିଶା ସରକାର ଏହି ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରିଥିବା କୁହାଯାଉଛି । ତେବେ ଅଧିକାଂଶ ରାଜ୍ୟ ଲକଡାଉନ୍ ଅବଧି ବୃଦ୍ଧି କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଥିବା ବେଳେ ମୋଦିଙ୍କ ନିଷ୍ପତି ଆଗକୁ କଣ ହେଉଛି ତାହା ଉପରେ ରହିଛି ସମସ୍ତଙ୍କର ନଜର ।
