ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢୁଥିବା କୋରୋନା ସହ ମୁକାବିଲା କରିବା ପାଇଁ କୋନ୍ଦ୍ର ସରରକାର ଓ ରାଜ୍ୟ ସରକାର ମିଳିତ ପ୍ରୟାସ ଜାରି ରଖିଛନ୍ତି । ଏଥିନେଇ ଯଥାସମ୍ଭବ ଚେଷ୍ଟା ମଧ୍ୟ ଚଳାଇଛନ୍ତି । ତେବେ ଏବେ କେନ୍ଦ୍ର ସରକାର ଏକ କୋରୋନା କବଚ ଆପ୍ ପ୍ରସ୍ତୁତ କରିଛନ୍ତି । ଏହି ଆପ୍ ପ୍ରତ୍ୟେକଙ୍କ ମୋବାଇଲରେ ଉପଲବ୍ଧ ହେବ । ତେବେ କୋରୋନା ପଜେଟିଭ୍ ଅଞ୍ଚଳକୁ ଏହା ଆଲର୍ଟ କରିବ ।
ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଏବଂ ଆଇଟି ମନ୍ତ୍ରାଳୟ ମିଳିତ ଭାବେ ଏହି ଟ୍ରେକର ଆପ୍ ‘କରୋନା କବଚ’ ଲଞ୍ଚ୍ କରିଛନ୍ତି। ଲୋକଙ୍କ ସୁରକ୍ଷା ପାଇଁ ଏହି ଆପ୍ ପ୍ରସ୍ତୁତ କରାଯାଇଛି , ଯେଉଁଥିରେ କରୋନା ଭାଇରସ୍ ସମ୍ପର୍କିତ ସମସ୍ତ ତଥ୍ୟ ଏବଂ ଏହାର ପ୍ରକୋପ ସମ୍ପର୍କରେ ଜାଣି ହେବ।
ଏହି ଆପ୍ ସହାୟତାରେ ବ୍ୟବହାରକାରୀମାନେ ନିଜ ଉପରେ ସଂକ୍ରମଣ ବିପଦ କେତେ ରହିଛି ଏବଂ କିଭଳି ପଦକ୍ଷେପ ନେବାକୁ ହେବ ତାହା ଜାଣିପାରିବେ। ବର୍ତ୍ତମାନ ଏହି ଆପ୍ର ସମସ୍ତ ଫିଚର୍ ପରୀକ୍ଷା କରାଯାଉଛି ଏବଂ ଖୁବ୍ଶୀଘ୍ର ଏହା ଗୁଗ୍ଲ ପ୍ଲେଷ୍ଟୋର୍ରେ ଉପଲବ୍ଧ ହେବ। ପରେ ଏହାକୁ ପ୍ଲେଷ୍ଟୋର୍ରୁ ବ୍ୟବହାରକାରୀ ଡାଉନ୍ଲୋଡ କରି ବ୍ୟବହାର କରିପାରିବେ ।
