ଥିରୁବନନ୍ତପୁରମ୍: କେରଳ ସରକାରଙ୍କ ଅଭିନବ ଯୋଜନା । ଏଣିକି ଅନ୍ୟ ଧର୍ମରେ ବିବାହ କଲେ ସରକାର ଦେବେ ସହାୟତା । ଅନ୍ୟ ଧର୍ମରେ ବିବାହ କରିଥିବା ଦମ୍ପତିଙ୍କୁ ସୁରକ୍ଷିତ ଘର ଯୋଗାଇ ଦେବାକୁ ଯୋଜନା କରୁଛନ୍ତି ସରକାର । ଏକ ବର୍ଷ ପର୍ଯ୍ୟନ୍ତ ଅସ୍ଥାୟୀ ଘର ଯୋଗାଇ ଦିଆଯିବ । ସରକାରଙ୍କ ଏହି ନୂଆ ଯୋଜନାର ନାଁ ‘ସୁରକ୍ଷିତ ଘର’ ।
ସ୍ୱାସ୍ଥ୍ୟ ଓ ସାମାଜିକ ନ୍ୟାୟ ମନ୍ତ୍ରୀ କେ.କେ ଶାଲୈଜା ବିଧାନସଭାରେ ଏନେଇ ପ୍ରସ୍ତାବ ଦେଇଛନ୍ତି । ଖୁବ୍ ଶୀଘ୍ର ଏହି ଯୋଜନା ଆରମ୍ଭ ହେବାକୁ ଯାଉଛି ବୋଲି ସେ କହିଛନ୍ତି । ସମସ୍ତ ଜିଲ୍ଲାରେ ସୁରକ୍ଷିତ ଘର ଖୋଲିବା ପାଇଁ ସରକାର ଏନଜିଓ ସହ ହାତ ମିଳାଇବେ । ଏହି ପଦକ୍ଷେପରେ ଏକ ବିଭାଗ ମଧ୍ୟ ଅନ୍ତର୍ଭୂକ୍ତ ହେବ ଯାହା ଦମ୍ପତିମାନଙ୍କର ଆର୍ଥିକ ସ୍ଥିରତା ନିଶ୍ଚିତ କରିବ ବୋଲି ମଧ୍ୟ ସେ କହିଛନ୍ତି । ଯଦି ସ୍ୱାମୀ କିମ୍ବା ସ୍ତ୍ରୀ ଅନୁସୂଚିତ ଜାତି କିମ୍ବା ଅନୁସୂଚିତ ଜନଜାତି ବର୍ଗର ଅଟନ୍ତି, ତେବେ ସେମାନେ 75,000 ଟଙ୍କା ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ହେବେ । ସାଧାରଣ ବର୍ଗର ଲୋକଙ୍କ ବାର୍ଷିକ ଆୟ ଯଦି 1 ଲକ୍ଷରୁ କମ୍ ଥାଏ ତେବେ ସେମାନଙ୍କୁ 30,000 ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଦିଆଯିବ ବୋଲି କହିଛନ୍ତି ସାଲୈଜା ।
ସରକାରୀ ଚାକିରିରେ କରିଥିବା ଦମ୍ପତିଙ୍କୁ ଟ୍ରାନ୍ସପର କ୍ଷେତ୍ରରେ ସହଯୋଗ କରାଯିବ । ସେମାନଙ୍କ ସୁବିଧା ଅନୁସାରେ ପୋଷ୍ଟିଂ ଦିଆଯିବ । ତେବେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଇଣ୍ଟରକାଷ୍ଟ ମ୍ୟାରେଜ୍ କଲେ ସରକାରୀ ଚାକରି କ୍ଷେତ୍ରରେ ସଂରକ୍ଷଣ ଦିଆଯିବର କୌଣସି ସୁବିଧା ରଖାଯାଇନାହଁ ।
ଅର୍ଗସ ବ୍ୟୁରୋ: ଯେଉଁମାନେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (RBI) ରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। RBI ବର୍ତ୍ତମାନ ଆସିଷ୍ଟାଣ୍ଟ’ ପଦ ପାଇଁ ଅନଲାଇନ୍ ଆବେଦନ ଗ୍ରହଣ କରୁଛି। ଆବେଦନ ପ୍ରକ୍ରିୟା ଚାଲିଛି। ଯେଉଁମାନେ ଇଚ୍ଛୁକ ବିନା ବିଳମ୍ବରେ ତୁରନ୍ତ ଆବେଦନ କରିବା ଦରକାର।
ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ RBIର ଅଫିସିଆଲ୍ ୱେବ୍ସାଇଟ୍ www.rbi.org.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ RBI Recruitment 2023 Notification ରେ କ୍ଲିକ୍ କରି ଦେଖିପାରିବେ। ଏହି ଆବେଦନ ପ୍ରକ୍ରିୟାରେ ମୋତ ୪୫୦ଟି ପଦବୀ ପୂରଣ ହେବ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
ଅନ୍ଲାଇନ୍ ଆବେଦନ ଆରମ୍ଭ – ୧୩ ସେପ୍ଟେମ୍ବର ୨୦୨୩
ଅନ୍ଲାଇନ୍ ଆବେଦନ ଶେଷ – ୦୪ ଅକ୍ଟୋବର ୨୦୨୩
ପ୍ରିଲିମିନାରୀ ଅନ୍ଲାଇନ୍ ଟେଷ୍ଟ୍ – ୨୧ରୁ ୨୩ ଅକ୍ଟୋବର(ସମ୍ଭାବନା)
ମୁଖ୍ୟ ପରୀକ୍ଷା – ୨ ଡିସେମ୍ବର(ସମ୍ଭାବନା)
ମୋଟ ପଦବୀ:
ସାଧାରଣ ପ୍ରାର୍ଥୀ: ୨୪୧ଟି ପୋଷ୍ଟ୍
EWS ପ୍ରାର୍ଥୀ: ୩୭ ଟି ପୋଷ୍ଟ୍
OBC ପ୍ରାର୍ଥୀ: ୭୧ ଟି ପୋଷ୍ଟ୍
ST ପ୍ରାର୍ଥୀ: ୫୬ଟି ପୋଷ୍ଟ୍
SC ପ୍ରାର୍ଥୀ: ୪୫ଟି ପୋଷ୍ଟ୍
ମୋଟ୍ ପଦବୀ – ୪୫୦ଟି ପୋଷ୍ଟ୍
ଯୋଗ୍ୟତା:
ଅତି କମରେ ୫୦ ପ୍ରତିଶତ ମାର୍କ ସହିତ ସ୍ନାତକ ଡିଗ୍ରୀ
SC, ST ଏବଂ PWD ପ୍ରାର୍ଥୀଙ୍କ ପାଇଁ କୌଣସି ସର୍ବନିମ୍ନ ମାର୍କ ଆବଶ୍ୟକତା ନାହିଁ, କିନ୍ତୁ ସ୍ନାତକ ହେବା ଆବଶ୍ୟକ
ପୂର୍ବତନ କର୍ମଚାରୀ ହୋଇଥିଲେ ଗ୍ରାଜୁଏସବା ବା ମାଟ୍ରିକ(ଅତି କମରେ ୧୫ ବର୍ଷର ପ୍ରତିରକ୍ଷା ସେବା ଅଭିଜ୍ଞତା)।
ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଭାଷା ଜ୍ଞାନ:
ଯେଉଁ ରାଜ୍ୟରେ ନିଯୁକ୍ତି କାର୍ଯ୍ୟାଳୟ ପଡେ, ସେହି ରାଜ୍ୟର ଭାଷା ପଢିବା, ଲେଖିବା, କହିବା ଏବଂ ବୁଝିବାକୁ ପ୍ରାର୍ଥୀ ସକ୍ଷମ ହେବା ଉଚିତ।
ବୟସ ସୀମା:
ସର୍ବନିମ୍ନ ବୟସ – ୨୦ ବର୍ଷ
ସର୍ବାଧିକ ବୟସ – ୨୮ ବର୍ଷ
ବୟସ ଗଣନା ୧ ସେପ୍ଟେମ୍ବର ୨୦୦୩ ଅନୁସାରେ ହେବ
ଆରକ୍ଷଣ ବ୍ୟବସ୍ଥା ମଧ୍ୟ ରହିଛି(ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ)
ବୟସ ଗଣନା ୧ ସେପ୍ଟେମ୍ବର ୨୦୦୩ ଅନୁସାରେ ହେବ
ଆବେଦନ ଶୁଳ୍କ:
SC / ST / PWBD / EXS: ୫୦ ଟଙ୍କା ଏବଂ ୧୮ ପ୍ରତିଶତ GST
ସାଧାରଣ ବର୍ଗ / OBC / EWS: ୪୫୦ ଟଙ୍କା ଏବଂ ୧୮ ପ୍ରତିଶତ GST
ପୂର୍ବତନ କର୍ମଚାରୀ: ଦେୟ ମୁକ୍ତ
ଦରମା:
ଚୟନ ପ୍ରାର୍ଥୀଙ୍କ ମାସିକ ଦରମା – ୪୭,୮୪୯
ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଚୟନ ପ୍ରକ୍ରିୟା:
ପ୍ରିଲିମିନାରୀ ପରୀକ୍ଷା
ମୁଖ୍ୟ ପରୀକ୍ଷା
ଭାଷା ଦକ୍ଷତା ପରୀକ୍ଷା (LPT)
ଅଧିକ ପଢ଼ନ୍ତୁ ଭାରତ ଖବର
ଭୁବନେଶ୍ୱର: ଲୋୟର ପିଏମଜିରେ ହକ୍ ପାଇଁ ହଲ୍ଲାବୋଲ । ଗାଁ ସାଥୀ, ମାଧ୍ୟମିକ ଶିକ୍ଷକ ସଂଘ ପରି ଅନେକ ସଂଗଠନ ଆଜି ଆନ୍ଦୋଳନରେ ।
ସମାନ କାମ ସମାନ ଦରମା ପେନସନ ଓ ଅନ୍ୟ ଦାବି ନେଇ ସମସ୍ତେ ରାଜଧାନୀରେ । ସେମାନଙ୍କ ଅଭିଯୋଗ ରାଜ୍ୟ ସରକାର ସେମାନଙ୍କୁ ଗୁରୁତ୍ବ ଦେଉନାହାନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର