ଅର୍ଗସ ବ୍ୟୁରୋ: ଉତ୍ତରାଖଣ୍ଡରେ କୋରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ ଏହି 56 ବର୍ଷିୟ ମହିଳାଙ୍କ କୋରୋନା ସଂକ୍ରମଣର ପ୍ରଥମ ମୃତ୍ୟୁ ମାମଲା ସାମନକୁ ଆସିଛି । ମହିଳାଙ୍କ ମୃତ୍ୟୁ ପରେ ଏମସ୍ ପ୍ରଶାସନ ସହିତ ଉତ୍ତରାଖଣ୍ଡର ସ୍ୱାସ୍ଥ୍ୟ ବିଭାଗରେ ଆତଙ୍କ ଖେଳିଯାଇଛି । ଉକ୍ତ ମହିଳା ଏମ୍ସ ଋଷିକେଶରେ ଭର୍ତ୍ତି ଥିଲେ । ତିନି ଦିନ ପୂର୍ବରୁ ମହିଳାଙ୍କ ନିକଟରେ କୋରୋନା ସଂକ୍ରମଣ ହେବାର ଚିହ୍ନଟ କରାଯାଇଥିଲା ।
ମହିଳା ଜଣଙ୍କ ନୈନିତାଲର ଲାଲଙ୍କୁଆର ବାସିନ୍ଦା ଥିଲେ । ସେ ଏମ୍ସର ନ୍ୟୁରୋ ଓ୍ୱାର୍ଡରେ ଭର୍ତ୍ତି ଥିଲେ । ତେବେ ସେ ବ୍ରେନ୍ ଷ୍ଟ୍ରୋକରେ ପିଡିତ ଥିଲେ । କୋରୋନା ଜନିତ ମହିଳାଙ୍କ ମୃତ୍ୟୁ ଖବର ଏମ୍ସର ନିର୍ଦ୍ଦେଶକ ରବିକାନ୍ତ ଦେଇଛନ୍ତି । ଏଠି କହି ରଖୁଛୁ ଯେ ପ୍ରଦେଶରେ 57 ଜଣ କୋରୋନା ସଂକ୍ରମିତ ହୋଇଥିବା ବେଳେ 36 ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
