ଅର୍ଗସ ବ୍ୟୁରୋ : ମହାମାରୀ କୋରୋନା ପାଇଁ ସମଗ୍ର ବିଶ୍ୱରେ ଏକ ପ୍ରକାର ତାଲା ବନ୍ଦ ପରିସ୍ଥିତି ସୃଷ୍ଟି ହୋଇଛି । ଆନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ ରହିଛି । ଏ ପରିସ୍ଥିତିରେ ଏଭରେଷ୍ଟରେବି ତାଲାବନ୍ଦ ହୋଇଯାଇଛି । ସୁଉଚ୍ଚ ଗିରିଶୃଙ୍କରେବି କୋରୋନା ଡର । ଖାଲି ପଡିଛି ଏଭେରେଷ୍ଟ ବେସ କ୍ୟାମ୍ପ । ନା ଅଛନ୍ତି ପର୍ଯ୍ୟଟକ ନା ରହିଛି ପର୍ବତାରୋହୀଙ୍କ ଗହଳିଚହଳି । ପ୍ରତିବର୍ଷ ମାର୍ଚ୍ଚ ଏପ୍ରିଲରେ ଏଭେରଷ୍ଟ ବେସ କ୍ୟାମ୍ପରେ ପ୍ରବଳ ଗହଳି ଲାଗିଥାଏ । କାରଣ ଏହି ସମୟରେ ଏଭେରେଷ୍ଟ ଆରୋହଣକାରୀଙ୍କ ପାଇଁ କିଟିଏ ପାଗ ଅନୁକୂଳ ଥାଏ । ଏହି ସମୟରେ ଚଳଚଞ୍ଚଳ ହୋଇ ଉଠୁଥିବା ଏଭରେଷ୍ଟ ବେସ କ୍ୟାମ୍ପ ମହାମାରୀ କୋରୋନା ପାଇଁ ଏବେ ଖାଁ ଖାଁ । କୋଭିଡ 19 ଭୟରେ ଏଭରେଷ୍ଟ ଚଢିବା ମନା ହୋଇଛି । କୋରୋନା ଆତଙ୍କ ପରେ କାଠମାଣ୍ଡୁରୁ ଏଭରେଷ୍ଟ ବେସ କ୍ୟାମ୍ପ ପାଇଁ ଲୁମ୍ବା ଯାଉଥିବା ଉଡ଼ାଣ ପୂରାପୂରି ବନ୍ଦ କରି ଦିଆଯାଇଛି। ନେପାଳରେ ପ୍ରଥମ ଥର ପାଇଁ ଏଭରେଷ୍ଟ ଚଢା ବନ୍ଦ ରହିଛି । ପର୍ବତାରୋହଣ ବନ୍ଦ ରହିଥିବାରୁ ଏହା ଉପରେ ନିର୍ଭର କରି ଚଳୁଥିବା ୩୦୦୦ରୁ ଉର୍ଦ୍ଧ୍ୱ ପର୍ବତାରୋହୀଙ୍କ ସହାୟକଙ୍କ ଜୀବନ ଜିବିକା ପ୍ରଭାବିତ ହୋଇଛି । ପର୍ବତାରୋହୀ ଏବଂ ପର୍ଯ୍ୟଟକ ନ ଆସିବାରୁ ନେପାଳ ସରକାରଙ୍କୁ ପ୍ରାୟ ୯ ହଜାର କୋଟି ଟଙ୍କାର କ୍ଷତି ହୋଇଥିବା ଜଣା ପଡିଛି । ନେପାଳ ସରକାରକୁ ଭିନ୍ନ ଭିନ୍ନ ପର୍ବତରେ ଆରୋହଣ ପାଇଁ ପ୍ରତିବର୍ଷ ନିଜ ଜିଡିପିର ୪% ରାଜସ୍ୱ ମିଳିଥାଏ । ଏବର୍ଷ ପାଖାପାଖି ୨୦ଲକ୍ଷ ପର୍ଯ୍ୟଟକ ଆସିବା ନେଇ ସରକାର ଆକଳନ କରିଥିଲେ । ଏଥିରୁ ସରକାର ୯୦୦୦କୋଟି ଟଙ୍କା ଆୟ କରିଥାନ୍ତେ । କେବଳ ଏତିକି ନୁହେଁ ଲକଡାଉନ ଯୋଗୁଁ ନେପାଳରେ ୧୧ଲକ୍ଷ ଲୋକଙ୍କ ଚାକିରୀ ହରାଇବା ସମ୍ଭାବନା ମଧ୍ୟ ରହିଛି ବୋଲି ଏକ ଆକଳନରୁ ଜଣାପଡିଛି ।
ସମ୍ବଲପୁର: 2047 ବେଳକୁ ବିକଶିତ ହେବ ଭାରତ। ଏହି ସ୍ବପ୍ନକୁ ସାକାର କରିବାକୁ ଆବଶ୍ୟକ ସମସ୍ତଙ୍କର ଅବଦାନ। ସମସ୍ତେ ନିଜ ନିଜ କ୍ଷେତ୍ରରେ ‘ବିକଶିତ ଭାରତ’ ପାଇଁ ଯୋଗଦାନ କରିବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁର ମାନେଶ୍ବର ବ୍ଲକ ମାଲଗୁଣ୍ଡରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ସମସ୍ତଙ୍କୁ ଶପଥ ପାଠ କରାଇବା ସହ ନୂଆ ଭାରତର ପରିଭାଷା ବୁଝାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁର ମାନେଶ୍ବର ବ୍ଲକ ମାଲଗୁଣ୍ଡରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ନୂଆ ଭାରତର ପରିଭାଷା ବୁଝେଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିକଶିତ ଭାରତ ଗଢିବା ପାଇଁ ହେଲେ ଆମେ ସମସ୍ତେ ନିଜ ନିଜର ସାମର୍ଥ୍ୟ ଅନୁସାରେ ଯୋଗଦାନ ରଖିବା ଉଚିତ୍ । ନିଜ ନିଜ କ୍ଷେତ୍ରରେ ଗୋଟିଏ ଗୋଟିଏ ପାଦ ଆଗକୁ ବଢାଇବା ତଥା ସମସ୍ତଙ୍କୁ ଏହି ଆହ୍ବାନରେ ଯୋଡ଼ି ବିକଶିତ ଭାରତର ସଂକଳ୍ପକୁ ସାକାର କରିବାକୁ ଆହ୍ବାନ ଜଣାଇଛନ୍ତି ଧର୍ମେନ୍ଦ୍ର । ପ୍ରଧାନମନ୍ତ୍ରୀଙ୍କ ଅମୃତ କାଳର ଚାରିଟି ଅମୃତ ସ୍ତମ୍ଭ ଅର୍ଥାତ୍ ଭାରତର ନାରୀ ଶକ୍ତି, ଯୁବ ଶକ୍ତି, କୃଷି ଶକ୍ତି ଏବଂ ଆମର ଗରିବ ଓ ମଧ୍ୟବିତ୍ତଙ୍କ ଶକ୍ତି ଭାରତକୁ ଶିଖରକୁ ନେବା ସହ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ । ମୋଦିଙ୍କ ଗ୍ୟାରେଣ୍ଟି ଜନତାଙ୍କ ଆସ୍ଥାଭାଜନ ହୋଇଥିବା ବେଳେ ଆମେ ସମସ୍ତେ ନିଜ ନିଜ କ୍ଷେତ୍ରରେ ‘ବିକଶିତ ଭାରତ’ ପାଇଁ ଯୋଗଦାନ ରଖିବା ଦରକାର । ସମସ୍ତଙ୍କୁ ସାଙ୍ଗରେ ନେଇ ଗାଁରୁ ପଞ୍ଚାୟତ ପର୍ଯ୍ୟନ୍ତ, ବ୍ଲକରୁ ସହର ପର୍ଯ୍ୟନ୍ତ ତଥା ସହରରୁ ଜିଲ୍ଲା ଏବଂ ରାଜ୍ୟ ସହ ଦେଶକୁ ସାମଗ୍ରିକ ଭାବରେ ମଜବୁତ କରିବାକୁ ଧର୍ମେନ୍ଦ୍ର ଆହ୍ବାନ ଜଣାଇଛନ୍ତି ।
ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ ମୋଦି ଗ୍ୟାରେଣ୍ଟି ଗାଡି ଭାରତବର୍ଷର ଅନେକ ପଞ୍ଚାୟତରେ ପହଞ୍ଚିଲାଣି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୨୦୨୯ ପର୍ଯ୍ୟନ୍ତ ମାଗଣା ଚାଉଳ, ସୌଭାଗ୍ୟ ଯୋଜନାରେ ପ୍ରତି ଘରକୁ ବିଜୁଳି, ଜନଧନ ଜରିଆରେ ବ୍ୟାଙ୍କଖାତାକୁ ଟଙ୍କା ଦେବାର ଗ୍ୟାରେଣ୍ଟି ମୋଦି ଦେଇଛନ୍ତି । ସମସ୍ତ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକୁ ଉପଲବ୍ଧ କରାଇବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ରହିଛି । ସମସ୍ତଙ୍କୁ ସାଙ୍ଗରେ ନେଇ ସମସ୍ତ ବର୍ଗର ଲୋକଙ୍କୁ ସ୍ବାବଲମ୍ବୀ କରିବା ସହ ସ୍ବାଭିମାନ ସହକାରେ ବଞ୍ଚିବାର ସ୍ବପ୍ନକୁ ସାକାର କରିବା ପାଇଁ କହିଛନ୍ତି ଧର୍ମେନ୍ଦ୍ର । ଏଥିସହ ଲୋକଙ୍କୁ ନମୋ ଆପ୍, ମାଇ ଭାରତ ସଂଗଠନରେ ଯୋଡିହେବା ହେବା ପାଇଁ ଧର୍ମେନ୍ଦ୍ର ଆହ୍ବାନ କରିଛନ୍ତି । ସମବେତ ଜନତାଙ୍କୁ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ସଂକଳ୍ପ କରାଇଛନ୍ତି ଧର୍ମେନ୍ଦ୍ର । ମୋଦି ସରକାରଙ୍କ ବିଭିନ୍ନ ଯୋଜନାର ଲାଭାର୍ଥୀଙ୍କୁ ଭେଟି ମଧ୍ୟ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୟାଗଡ : ସ୍ତ୍ରୀର କଟାମୁଣ୍ଡଧରି ଥାନାରେ ପହଞ୍ଚିଲେ ସ୍ବାମୀ । ବାଣିଗୋଛା ଥାନା ବିଡ଼ାପାଜୁ ଗ୍ରାମର ଅର୍ଜୁନ ବାଘ ସ୍ତ୍ରୀକୁ ହତ୍ୟାକରୀ କଟାମୁଣ୍ଡ ଧରି ବାଣୀଗୋଛା ଥାନାରେ ପହଞ୍ଚିଥିବା ସୂଚନା । ପରକ୍ରିୟା ପ୍ରୀତିକୁ ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି l ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ।
ତେବେ ତାଙ୍କର ଦୁଇଟି ପୁତ୍ର ସନ୍ତାନ ଥିବା ସୂଚନା ମିଳିଛି । ଅଭିଯୁକ୍ତ ସ୍ବାମୀକୁ ଥଆନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଅଧିକ ପଢନ୍ତୁ ଓଡିଶା ଖବର