ନୂଆଦିଲ୍ଲୀ: କୋରୋନାକୁ ନେଇ ଆସିଲା ଆସ୍ୱସ୍ତିମୂଳକ ଖବର । ଭାରତରେ ତାତି ବଢିଲେ କୋରୋନାର ଶକ୍ତି ଦୁର୍ବଳ ହେବ । ଏହି ଦାବି କରିଛି ଏମଆଇଟି । ଏମଆଇଟି କହିଛି ଯେ, ସୂର୍ଯ୍ୟଙ୍କ ପ୍ରକୋପ ଯେତେ ବଢିବ କୋରୋନାର ପ୍ରକୋପ ମଧ୍ୟ ସେହିପ୍ରକାରେ ହ୍ରାସ ପାଇବ । କୋରୋନା ଭାଇରସ୍ର ପ୍ରତ୍ୟେକ ସ୍ଥିତିକୁ ଅଧ୍ୟୟନ କରୁଥିବା ଏମଆଇଟି କହିଛି ଯେ ତାପମାତ୍ରା ବୃଦ୍ଧି ପାଇଲେ କୋରୋନାର ବିପଦ ହଟିଯିବ ବୋଲି ଆଶା କରାଯାଉଛି ।
ଏମଆଇଟିର ରିସର୍ଚ୍ଚ ଅନୁସାରେ 90 ପ୍ରତିଶତ କୋରୋନା ପ୍ରଭାବିତ ଦେଶରେ ତାପମାତ୍ରାର ପାରା 3ରୁ 17ରୁ ଡିଗ୍ରି ସେଲସିୟସ ମଧ୍ୟରେ ଏବଂ ଆର୍ଦ୍ରତା 4ରୁ 9 ଗ୍ରାମ ପ୍ରତି କ୍ୟୁବିକ୍ ମିଟର ରହୁଛି । ତେବେ ଯେଉଁ ଦେଶରେ ପାରା 17 ଡିଗ୍ରୀ ଉର୍ଦ୍ଧ୍ୱ ଏବଂ ଆର୍ଦ୍ରତା 9 ଗ୍ରାମ ପ୍ରତି କ୍ୟୁବିକ୍ ମିଟର ରୁ ଅଧିକ ରହୁଛି ସେଠାରେ କୋରୋନା ମାମଲା କେବଳ 6 ପ୍ରତିଶତ ରେକର୍ଡ କରାଯାଇଛି । ଏହି ପରିସ୍ଥିତିରେ ଭାରତ ଭଳି ଏକ ଗରମ ଦେଶକୁ ଏମଆଇଟିର ଅଧ୍ୟୟନ ଆସ୍ୱସ୍ତି ପ୍ରଦାନ କରିଛି ।
