ଭୁବନେଶ୍ଵର : କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଲା ଭାରତୀୟ ରେଲୱେ। କରୋନା ସଂକ୍ରମିତଙ୍କ ପାଇଁ ଭାରତୀୟ ରେଲୱେର ବଡ ପଦକ୍ଷେପ ଗ୍ରହଣ କରିଛି। ରେଲୱେ ଆକ୍ରାନ୍ତଙ୍କ ପାଇଁ ଟ୍ରେନରେ ସ୍ୱତନ୍ତ୍ର କୋଚ ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ଆକ୍ରାନ୍ତ ଆରାମରେ ଯାତ୍ରା କରିପାରିବେ। ଏଥିପାଇଁ ମେଡିକାଲ ପରି ବିଭିନ୍ନ ପଦକ୍ଷେପ ନିଆଯାଇଛି। ଟ୍ରେନ ବଗି ଭିତରେ କୋଚକୁ ଘରର ରୂପ ଦିଆଯାଇଛି। ଏହି କୋଚରୁ ମଝି ବର୍ଥକୁ ହଟାଯାଇଛି। ପ୍ରତ୍ୟେକ ରୋଗୀର କ୍ୟାବିନରେ ପ୍ଲାଷ୍ଟିକ ପରଦା ଲାଗିଛି। କେବଳ ଏତିକି ନୁହେଁ, କରୋନା ଆକ୍ରାନ୍ତ ବଗିରେ ଅନ୍ୟାନ୍ୟ ସବୁଧା ମଧ୍ୟ ଉପଲବ୍ଧ ହେବ।
ସଂକ୍ରମଣ ଯେପରି ନବ୍ୟାପିବ ସେନେଇ ବିଶେଷ ଗୁରୁତ୍ୱ ଦିଆଯାଇଛି । ଆକ୍ରାନ୍ତଙ୍କ ପାଇଁ ପାଣି ଟ୍ୟାପ ଓ ଶୌଚ ପାଇଁ ସ୍ୱତନ୍ତ୍ର ବାଥରୁମ ମଧ୍ୟ ରହିଛି । ଗୋଟିଏ କୋଚରେ 8ଜଣ ରୋଗୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ସ୍ଥିତି ଅନୁସାରେ ଏହାକୁ 16କୁ ବୃଦ୍ଧି ମଧ୍ୟ କରାଯାଇପାରେ ।
ଆଇସୋଲେସନ ଟ୍ରେନରେ କରୋନା ସଂକ୍ରମିତ କିଭଳି ଆରାମରେ ଯାତ୍ରା କରିପାରିବେ ସେଦିଗରେ ରେଲୱେ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ପ୍ରତ୍ୟେକ ବାଥରୁମରେ ହାତ ଧୋଇବା ବେସିନ, ଗୋଟିଏ ବାଲଟି ଓ ମଗ ରହିଛି । ସବୁଠୁ ବଡ ପଦକ୍ଷେପ ହେଉଛି ଏହି ଡବାର ଅନ୍ୟ ଡବା ସହ ସମ୍ପୃକ୍ତି ରହିବ ନାହିଁ, ସେଥିପାଇଁ ରେଲୱେ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପ୍ରତ୍ୟେକ ଡବାରେ 4ଟି ବୋତଲ ରଖିବା ସ୍ଥାନ ସହ ମେଡିକାଲ ଟ୍ରିଟେମେଣ୍ଟ ପାଇଁ 220ଟି ବିଦ୍ୟୁତ ପଏଣ୍ଟ ରହିଛି । ରୋଗୀମାନେ ଏଥିରେ ଚଢିବା ପୂର୍ବରୁ ଓ ବାହାରିବା ପରେ ଏହି ଡବାର ସଂକ୍ରମଣମୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।
ଅର୍ଗସ ବ୍ୟୁରୋ : ପୁଣି ଥରେ ପାଲଲହଡାରେ ମୁକେଶ ହଟାଓ ନାରା । ଅନୁଗୋ ଜିଲ୍ଲା ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଶଙ୍ଖମୁର ପଞ୍ଚାୟତରେ ବିଜେଡ଼ି ବିଧାୟକ ମୁକେଶଚଦ୍ର ପାଲଙ୍କୁ ବିରୋଧ କରିଛନ୍ତି ପଞ୍ଚାୟତବାସୀ । ନିର୍ବାଚନ ପୂର୍ବରୁ ଭୋଟ ମାଗି ଯାଇଥିବା ବିଧାୟକ ସାଢେ଼ ୪ ବର୍ଷରେ ଥରୁଟିଏ ବି ଗାଁ ମାଟି ମାଡି ନାହାନ୍ତି । ଆଜି ଯାଏ ଗାଆଁରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ନ ହୋଇଥିବା ଯୋଗୁଁ ବିଧାୟକଙ୍କୁ ବିରୋଧ କରିଛନ୍ତି ନିଜ ଦଳର ଦଳୀୟ କର୍ମୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୂର୍ବରୁ ଏକାଧିକ ବିଜେଡ଼ି କର୍ମୀ ଏକାଠି ହୋଇ ଆଗମୀ ନିର୍ବାଚନରେ ବିଜେଡ଼ିର ଦଳୀୟ ଟିକେଟ ମୁକେଶଙ୍କୁ ନ ମିଳୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ବିଧାୟକ ବିରୋଧ କରୁଥିବା ବ୍ୟକ୍ତି ବିଜେଡ଼ି କର୍ମୀ ନୁହେଁ ବୋଲି କହିଥିଲେ । ଅନ୍ୟପଟେ ଆଗକୁ ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ ଏକାଠି ହୋଇ ବିଧାୟକଙ୍କୁ ବିରୋଧ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି