ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିବାକୁ ଚିନ୍ତା କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର । ଯେଉଁମାନେ ମନ୍ଦିର ପାଇଁ ଟ୍ରଷ୍ଟ କୁ ଅର୍ଥ ଦାନ କରିବେ ସେମାନଙ୍କ ସେହି ଅର୍ଥ ରାଶି ବାର୍ଷିକ ଟିକସ ରେ ଛାଡ଼ ହେବ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି।
ଏହି ବିଜ୍ଞପ୍ତି ଅନୁଯାୟୀ ଯେଉଁମାନେ ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ଦାନ କରନ୍ତି ସେମାନଙ୍କୁ ଟିକସ ଛାଡ କରାଯିବ। ଶ୍ରୀ ରାମ ଜନ୍ମ ଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟକୁ ଦାନ କରିବା ପରେ ଯେଉଁ ରସିଦ ପାଇବେ ତାହା ସେମାନଙ୍କ ବାର୍ଷିକ ଟିକସ ଭରିବା ବେଳେ ବ୍ୟବହାର କରିବେ ।
ଏଥିରେ ଟ୍ରଷ୍ଟର ନାମ, ଠିକଣା, ପ୍ୟାନ୍, ଦାତାଙ୍କ ନାମ ଏବଂ ଦାନ ପରିମାଣର ବିବରଣୀ ଧାରଣ କରିବା ଉଚିତ୍ । ଏହି ରିହାତି ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଆୟକର ଅଧିନିୟମ, 1961 ର ଧାରା 80G ଅନୁଯାୟୀ ଦିଆଯିବ ବୋଲି କୁହାଯାଇଛି। ଏହି ବର୍ଷ "ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ" ସୃଷ୍ଟି ହୋଇଥିଲା ଏବଂ ମନ୍ଦିର ନିର୍ମାଣ ପାଇଁ ଏହା ଅଧୀନରେ ସମସ୍ତ ଦାନ ନିଆଯିବ ବୋଲି ସରକାର ଘୋଷଣା କରିଥିଲେ।
ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଧାରା 80 ଅନୁଯାୟୀ ସମସ୍ତ ଧାର୍ମିକ ଟ୍ରଷ୍ଟ ଛାଡ କରାଯାଇ ନାହିଁ। ଧାର୍ମିକ ଟ୍ରଷ୍ଟଗୁଡିକ ପ୍ରଥମେ ଧାରା 11 ଏବଂ 12 ଅନୁଯାୟୀ ଆୟକର ଛାଡ ପାଇଁ ପଞ୍ଜୀକରଣ ପାଇଁ ଆବେଦନ କରିବାକୁ ପଡିବ | ଏହା ପରେ, ବିଭାଗ 80G ଅଧୀନରେ ଛାଡ ଦିଆଯାଏ | ରାମ ଜନ୍ମ ଭୂମି ତୀର୍ଥ ସ୍ଥାନକୁ ଐତିହାସିକ ଗୁରୁତ୍ୱ ଏବଂ ସର୍ବସାଧାରଣ ଉପାସନା ସ୍ଥାନ ଭାବରେ ଅର୍ଥ ମନ୍ତ୍ରଣାଳୟ ସୂଚିତ କରିଛନ୍ତି।
ଅନ୍ୟପଟେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ରାମ ମନ୍ଦିର ନିର୍ମାଣ ପାଇଁ ଭୁମି ପୂଜନ ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ କରିଛି। ସୁରକ୍ଷା ଏବଂ ଦର୍ଶନ ପାଇଁ ଗର୍ଭଗୃହ ପରିସରରେ ଲାଗିଥିବା ଲୁହା ଅବରୋଧ ଏବଂ ଜାଲି ଗୁଡିକ ସମେତ ସୁରକ୍ଷା ପାଇଁ ପ୍ରତିଷ୍ଠା କରାଯାଇଥିବା ସିଆରପିଏଫ କ୍ୟାମ୍ପକୁ ହଟାଇବା କାର୍ଯ୍ୟ ଗୁରୁବାର ଠାରୁ ଆରମ୍ଭ ହୋଇଛି। ଏହାସହ ଜମି ସମତୁଲ କରିବା କାର୍ଯ୍ୟରେ ଏଲ ଆଣ୍ଡ ଟି ଇଞ୍ଜିନିୟରଙ୍କ ସହ ସ୍ଥାନୀୟ ପିଡବ୍ଲୁଡି ର ଏକ ଇଞ୍ଜିନିୟରିଂ ଟିମ୍ ନିୟୋଜିତ କରାଯାଇଛି |
ଅର୍ଗସ ବ୍ୟୁରୋ: ଭୁବନେଶ୍ୱରରେ ପ୍ରଥମଥର ପାଇଁ ଖୋଲିଛି ଭିନଟେଜ ଏବଂ କ୍ଲାସିକ କାର ଶୋ। ଯାହାକୁ ନେଇ ଭୁବନେଶ୍ବରବାସୀ ଖୁବ ଏକ୍ସାଇଟେଡ। ପୁରୁଣା କାଳର ରୟାଲ କାର ଗୁଡ଼ିକ ପ୍ରଦର୍ଶିତ ହୋଇଛି ଅତି ସୁନ୍ଦର ଭାବେ ବରମୁଣ୍ଡା ପଡ଼ିଆରେ। ପ୍ରଦର୍ଶିତ ପ୍ରତିଟି କାର ବିଗତ ଦିନର ସମୃଦ୍ଧ ଇତିହାସ ଏବଂ କାରିଗରୀରର ମୁକସାକ୍ଷୀ ପାଲଟିଥିବାବେଳେ ସେଗୁଡ଼ିକ ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା, ଦିଲ୍ଲୀ ତଥା ଭୁବନେଶ୍ବରରୁ ଆସିଛି। ଏହି ଭିଣ୍ଟେଜ୍ କାର ପ୍ରଦର୍ଶନୀ ୨ ଦିନ ଧରି ଚାଲିବ।କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ଭାରତର ବିଭିନ୍ନ ସ୍ଥାନରୁ ପୁନରୁଦ୍ଧାର କରାଯାଇଥିବା ୫୨ଟି କ୍ଲାସିକ୍ କାର୍ ପ୍ରଦର୍ଶନ କରାଯାଇଛି । ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏପରି ଆୟୋଜନ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ପ୍ରକାଶ କରିଛନ୍ତି କାର ମାଲିକ। ତେବେ ସବୁଠୁ ଅଧିକ ରୋଲ୍ସ ରୟସକୁ ଦେଖିବାକୁ ଲୋକଙ୍କ ଭିଡ଼ ହୋଇଥିଲା।
ଭୁବନେଶ୍ୱରରେ ଉଦଘାଟିତ ହୋଇଛି ପ୍ରଥମ ଓଡ଼ିଶା କନକର୍ସ ଡି-ଏଲିଗାନ୍ସ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆରେ ଆୟୋଜିତ ଏହି ପ୍ରଦର୍ଶନୀରେ ଭିଣ୍ଟେଜ୍ ଓ କ୍ଲାସିକ୍ କାର ପ୍ରଦର୍ଶିତ କରାଯାଇଛି । ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଏହାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏପରି କାର୍ଯ୍ୟକ୍ରମ ପର୍ଯ୍ୟଟକଙ୍କୁ ନିଶ୍ଚିତ ଆକର୍ଷିତ କରିବ ବୋଲି ସେ କହିଛନ୍ତି ।
ଏହି ଅବସରରେ ଭାରତର ବିଭିନ୍ନ ରାଜ୍ୟରୁ ସୁରକ୍ଷିତ ଭାବେ ପୁନରୁଦ୍ଧାର କରାଯାଇଥିବା ୫୨ରୁ ଅଧିକ କାର ପ୍ରଦର୍ଶିତ କରାଯାଇଛି । କାରଗୁଡିକ ମଧ୍ୟରେ ରହିଛି ୧୮୮୬ ମସିହାର ବେଞ୍ଜ ମୋଟରୱାଗନର ପ୍ରତିକୃତି ସହ ରୋଲସ୍ ରଏସ୍, ଫଡ୍ ଭି, ଜାଗୁଆର, ବୁଗାଟି, ବ୍ରିଟିଶ କ୍ଲାସିକ୍ ଆଦି ପ୍ରଦର୍ଶିତ ହୋଇଛି । ସ୍ୱାଧୀନତା ପୂର୍ବର ଅନେକ କାର୍ ଏଥିରେ ସ୍ଥାନ ପାଇଛି । ଏପରି କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ପ୍ରକାଶ କରିଛନ୍ତି କାର ମାଲିକ । ଏହାର ଆୟୋଜକ ରହିଛନ୍ତି ଧର୍ମାଦିତ୍ୟ ପଟ୍ଟନାୟକ । ଲୋକମାନେ ମଧ୍ୟ ବହୁତ ପସନ୍ଦ କରିଛନ୍ତି ଏହି ମେଳାକୁ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
କଟକ: 3ଟି ନାବାଳିକା କନ୍ୟା ସନ୍ତାନକୁ ଛାଡି ମାଆ ଫେରାର। ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କେଂଟାଳୋ ଗାଁରେ। ଗତକାଲି ରାତିରେ ବାହାରକୁ ଶୌଚ ଆସିବାକୁ କହି କେଉଁଆଡ଼େ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ଫେରାର ମହିଳାଙ୍କ ସ୍ୱାମୀ।
ଫେରାର ମହିଳାଙ୍କ ନାଁ ଲିଲି ପ୍ରଧାନ। ଲିଲିକୁ ସେହି ଅଞ୍ଚଳର ଜଣେ ଯୁବକ ପ୍ରଲୋଭନ ଦେଖାଇ ନେଇ ଯାଇଥିବା ଅଭିଯୋଗ କରିଛନ୍ତି ତାର ଘର ଲୋକେ। ତେବେ 3ଟି ନାବାଳିକା କନ୍ୟାଙ୍କୁ ଛାଡି ଲିଲି ଜଣେ ମାଆ ହୋଇ ଏପରି କିପରି କରିପାରିଲେ କିମ୍ବା ତାଙ୍କୁ ଜୋର ଜବରଦସ୍ତ ଅପହରଣ କରାଯାଇଛି ଏନେଇ ତଦନ୍ତ କରି ଲିଲିଙ୍କୁ ଫେରାଇ ଆଣିବା ପାଇଁ ନିଶ୍ଚିନ୍ତକୋଇଲି ଥାନାରେ ଏତେଲା କରାଯାଇଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଦିନେ କାମ ଧନ୍ଦା ନ ପାଇ ପାରିବା ପ୍ରତିପୋଷଣ ପାଇଁ ସେ ରାଜମିସ୍ତ୍ରୀ କାମକୁ ଆପଣେଇ ନେଇଥିଲେ ହେଲେ ତାଙ୍କୁ ବୋନ TB ରୋଗରେ ପୀଡ଼ିତ ହେଲେ। ଆଉ ତାପରେ ତାଙ୍କୁ ଘାରିଥିଲା ପରିବାର ପ୍ରତିପୋଷଣର ଚିନ୍ତା। ପରେ you tube ଦେଲା ତାଙ୍କୁ ନୂଆ ପରିଚୟ ଆଉ ଆଜି ସେ ଜଣେ ବେଶ ସଫଳ ଛତୁ ଚାଷୀ ଭାବେ ପରିଚିତ। ଏହା କୌଣସି କାଳ୍ପନିକ କାହାଣୀ ନୁହେଁ । ଶ୍ରମିକରୁ ଚାଷୀ ବନିଥିବା ଜଣେ ସଫଳ ମଣିଷର ସତ କାହାଣୀ
ଇଏ ହେଉଛି ଯଶୋବନ୍ତଙ୍କ ଛତୁ ଫାର୍ମ। ନିଜ ଚେଷ୍ଟାରେ you tube ଦେଖି ଆରମ୍ଭ କରିଥିଲେ ଛତୁ ଚାଷ । ତାଙ୍କ କାହାଣୀ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ। ଯଶୋବନ୍ତଙ୍କ ଘର ବାଲେଶ୍ବର ଜିଲ୍ଲାର ବାଲିଆପାଳ ବ୍ଲକ ଦେଉଳା ପଞ୍ଚାୟତ ବିରିପଳିଆ ଗ୍ରାମରେ ନିଜ ଅଞ୍ଚଳରେ କାମ ଧନ୍ଦା ନ ମିଳିବାରୁ ସେ ରାଜମିସ୍ତ୍ରୀ କାମକୁ ଆପଣେଇ ନେଇଥିଲେ ହେଲେ ସେ ଜାଣି ନ ଥିଲେ ଯେ ରୋଗରେ ପୀଡ଼ିତ ହୋଇଯିବେ। ପରିବାରର ସମସ୍ତେ ତାଙ୍କ ଉପରେ ନିର୍ଭର କରିଥିଲେ। ଭାଙ୍ଗିପଡ଼ିଥିଲେ ଯଶୋବନ୍ତ। ଆଉ ସେ ପରିବାର ପ୍ରତିପୋଷଣ ପାଇଁ ଚିନ୍ତା କଲେ। ତା ପରେ ଭାବିଲେ ୟୁଟ୍ୟୁବରୁ କିଛି ନୂଆ ଶିଖି କାମରେ ଲଗାଇବେ। ମୋବାଇଲ୍ ରେ you tube ଦେଖି ଛତୁ ଚାଷର ସବୁ କୌଶଳ ଶିଖିଥିଲେ ଯଶୋବନ୍ତ। ପରିବାର ପ୍ରତିପୋଷଣ ପାଇଁ ୨୦୦ଟଙ୍କାରୁ ନିଜ ଉଦ୍ୟମରେ ଆରମ୍ଭ କଲେ ଛତୁ ଚାଷ ଆଉ you tube ଦେଖି ଶିଖିଥିବା କୌଶଳକୁ କାମରେ ଲଗାଇବା ପାଇଁ ଅଣ୍ଟା ଭିଡିଥିଲେ । ଏଥିରେ ତାଙ୍କୁ ସହଯୋଗର ହାତ ବଢାଇ ଥିଲେ ତାଙ୍କ ବାପାମା' ଏବଂ ତାଙ୍କ ଧର୍ମପତ୍ନୀ।
ପରିବାରର ସହଯୋଗରେ ନିଜ ଛୋଟ ଘରେ ଆରମ୍ଭ କଲେ ପାଳ ଛତୁ, ଧିଙ୍ଗିରି ଛତୁ। ଏବେ 600ରୁ ଅଧିକ ରହିଛି ଯଶୋବନ୍ତଙ୍କ ଛତୁ ବେଡ଼ । ସ୍ଥାନୀୟ ଅଞ୍ଚଳରେ ତାଙ୍କ ଛତୁର ବେଶ ଭଲ ଚାହିଦା ମଧ୍ୟ ରହିଛି। ଦୈନିକ ଯଶୋବନ୍ତ ସକାଳେ ମାର୍କେଟକୁ ଯାଇ ଛତୁ ବିକ୍ରି କରିବା ସହିତ ବରାଦ ଅନୁସାରେ ଛତୁକୁ ନେଇ ଗ୍ରାହକଙ୍କ ପାଖରେ ପହଞ୍ଚାଇ ଦେଇଥାନ୍ତି। ଏବେ ସେ ଗୋଟିଏ ଦିନରେ 500ରୁ 700 ଶହ ଟଙ୍କା ରୋଜଗାର କରନ୍ତି । ଅନ୍ୟପଟେ ଏବେ ସେ ଅନ୍ୟ ଲୋକମାନଙ୍କୁ ଛତୁ ଚାଷ ଶିଖାଇ ସ୍ବାବଲମ୍ବୀ କରିବା ପାଇଁ ସେ ଉଦ୍ୟମ ବି କରୁଛନ୍ତି। ଆଉ ତାଙ୍କ ପ୍ରେରଣାରେ ଅନେକ ଲୋକ ଛତୁ ଚାଷ କରି ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି
ଆର୍ଥିକ ଅନାଟନରେ ଦିନ କାଟୁଥିବା ଯଶୋବନ୍ତ ପରିବାରର ଅବସ୍ଥା ସୁଧାରିବାକୁ ଉଦ୍ୟମ କରି ଆସୁଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର